କାକଟପୁର ତା ୬ / ୯ ( ତୁଷାର ଦୀକ୍ଷିତ ) କାକଟପୁର ବ୍ଳକ ଅଧିନସ୍ଥ ପାଟସୁନ୍ଦରପୁର ଗ୍ରାମପଞ୍ଚାୟତ ମହାଦେବବସ୍ତ ଗ୍ରାମର ବିଶିଷ୍ଟ ଠିକାଦାର ତଥା ଈଶ୍ବରନୁରାଗି ଧର୍ମପରାୟଣ ବ୍ୟକ୍ତି ରମେଶ ଚନ୍ଦ୍ର ଦଳାଇ ( ୫୨ ) ଙ୍କର ଆକସ୍ମିକ ହୃଦଘାତରେ ପରଲୋକ ହୋଇଯାଇଛି l ଠିକାଦାର ସ୍ୱର୍ଗତ ଦଳାଇ ମହାଦେବବସ୍ତ ଗ୍ରାମରେ ପ୍ରତିବର୍ଷ ଭଳି ଚଳିତ ବର୍ଷ ଭାଗବତ ସପ୍ତାହ ପାଳନ ଉପଲକ୍ଷେ କମିଟିର କିଛି ମେମ୍ବର ମାନଙ୍କୁ ସାଥିରେ ଧରି ନାଉଗାଁ ଅଞ୍ଚଳରେ ଥିବା ଜନୈକ ବାବାଙ୍କୁ ନିମତ୍ରଣ କରିବାକୁ ଯାଇଥିଲେ l ମାତ୍ର ବାଟରେ ରମେଶଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ତାଙ୍କ ସାଥିରେ ଯାଇଥିବା ବ୍ୟକ୍ତି ମାନେ ପ୍ରଥମେ ଚିକିତ୍ସା ନିମନ୍ତେ ନାଉଗାଁ ମେଡିକାଲକୁ ନେଇଥିଲେ l ମାତ୍ର ସ୍ୱାସ୍ଥ୍ୟ ଅବସ୍ଥା ବେଳକୁ ବେଳ ଗୁରୁତର ହେବାରୁ ଅଧିକ ଚିକିତ୍ସା ନିମନ୍ତେ ଆମ୍ବୁଲାନ୍ସ ଯୋଗେ ଚାରିଛକ ମେଡିକାଲକୁ ନେବା ସମୟରେ ବାଟରେ ମୃତ୍ୟୁ ହୋଇଯାଇଥିଲା l ସ୍ବର୍ଗତ ଦଳାଇଙ୍କ ମୃତ୍ୟୁରେ କାକଟପୁର ଠିକାଦାର ସଙ୍ଘ ପକ୍ଷରୁ ଗଭୀର ଶୋକ ବ୍ୟକ୍ତ କରାଯିବା ସହ ଠିକାଦାର ସମ୍ପଦ ସ୍ୱାଇଁ , ରଶ୍ମିରଞ୍ଜନ ସାହୁ , ନିରଞ୍ଜନ ବିଶ୍ୱାଳ , ଜିତେନ୍ଦ୍ରିୟ ନାୟକ , ସୁଚିତ୍ର ରାଉତ , ବିଷ୍ଣୁ ସେନାପତି , ମନୋରଞ୍ଜନ ନାୟକ , ଅଜୟ ମହାରଣା ପ୍ରମୁଖ ତାଙ୍କ ଶୋକ ସନ୍ତପ୍ତ ପରିବାରକୁ ସମବେଦନା ଜଣାଇଛନ୍ତି l ଗ୍ରାମ ଶଶ୍ମାନରେ ସ୍ବର୍ଗତ ଦଳାଇଙ୍କ ଅନ୍ତିମ ସଂସ୍କାର କରାଯାଇଥିବା ବେଳେ ଏକମାତ୍ର ପୁତ୍ର ବୈକୁଣ୍ଠ ମୁଖାଗ୍ନି ଦେଇଥିଲେ
ହୃଦଘାତରେ ଠିକାଦାରଙ୍କ ଆକସ୍ମିକ ମୃତ୍ୟୁ
No Comments
September 6, 2025 1:12 pm
Previous Article
Next Article

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଲେ ଶିକ୍ଷକ ଗୋବିନ୍ଦ ଚନ୍ଦ୍ର ପ୍ରଧାନ
ନୟାଗଡ଼ ରୋଟାରୀ କ୍ଲବ୍ ତରଫରୁ ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ରରେ ଗୁରୁ ଦିବସ ପାଳନ ।

Related Posts
ଅକ୍ଟୋବର ୨୫ରୁ ଦୁଇଦିନିଆ କୁମାର ଉତ୍ସବ- ମୁଖ୍ୟ ଆକର୍ଷଣ ସାଂସ୍କୃତିକ ଆସର, ସ ...
October 25, 2026
ପୁରୀ ସହରର ବିଭିନ୍ନ ସ୍ଥାନରେ ସିଟି ଡିଏସ୍ପିଙ୍କ ନେତୃତ୍ୱରେ ମିଳିତ ଯାଞ୍ଚ ...
October 25, 2026





