Home / ମୁଖ୍ୟ ଖବର / ନୟାଗଡ଼ ରୋଟାରୀ କ୍ଲବ୍ ତରଫରୁ ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ରରେ ଗୁରୁ ଦିବସ ପାଳନ ।

ନୟାଗଡ଼ ରୋଟାରୀ କ୍ଲବ୍ ତରଫରୁ ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ରରେ ଗୁରୁ ଦିବସ ପାଳନ ।

whatsapp image 2025 09 05 at 20.40.03 e363ec22

ନୟାଗଡ଼,ତା- ୫.୯.୨୫ରିଖ – ଭାସ୍କର ଚନ୍ଦ୍ର ସ୍ବାଇଁଙ୍କ ରିପୋର୍ଟ- ନୟାଗଡ଼ର ସ୍ଥାନୀୟ ହାଉସିଂ ବୋର୍ଡ ନିକଟ ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ର ପରିସରରେ ରୋଟାରୀ କ୍ଳବ୍ ନୟାଗଡ଼ ତରଫରୁ ଗୁରୁଦିବସ ମହାସମାରୋହରେ ପାଳନ ହୋଇ ଯାଇଛି। ବିଦ୍ଯାଳୟର ସଂପାଦକ ସମାଜସେବୀ ଶ୍ରୀଧର ସାହୁଙ୍କ ସଂଯୋଜନାରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ବେଳେ ରୋଟାରୀ କ୍ଳବ୍ ନୟାଗଡ଼ର ସଭାପତି ବସିରନ୍ ବିବି ସଭାରେ ସଭାପତିତ୍ୱ କରିଥିଲେ। ଏହି ଗୁରୁ ପୂଜନ ସମାରୋହରେ ମୁଖ୍ଯ ଅତିଥି ଭାବେ ନୟାଗଡ଼ ଜିଲ୍ଲା ପରିଷଦ ଅଧ୍ଯକ୍ଷ ଇଂ ଦେବାଶିଷ ପଟ୍ଟନାୟକ ଯୋଗଦେଇ ସଭାମଞ୍ଚରେ ସ୍ଥାପିତ ଡକ୍ଟର ସର୍ବପଲ୍ଲୀ ରାଧାକୃଷ୍ଣଙ୍କ ପ୍ରତିଛବିରେ ପୁଷ୍ପ ମାଲ୍ୟାର୍ପଣ କରି ଧୂପଦୀପ ପ୍ରଦାନ କରିଥିଲେ। ଛାତ୍ରଛାତ୍ରୀ ମାନଙ୍କ ଦ୍ବାରା ଏକ ନିଆରା ଢଙ୍ଗରେ ଗୁରୁ ପୂଜନ ଦେଖି ମୁଖ୍ଯ ଅତିଥି ବିମୋହିତ ହୋଇଥିଲେ। ଏବଂ ଶିଷ୍ଯମାନଙ୍କର ସଫଳତା ହେଉଛି ଗୁରୁଙ୍କ ପରିଚୟ ବୋଲି କହିଥିଲେ।

whatsapp image 2025 09 05 at 20.40.03 56cab83b

ଛାତ୍ରଛାତ୍ରୀ ମାନେ ଗୋଟିଏ ଗୋଟିଏ ଥାଳିରେ ଧୂପ ଦୀପ ଚନ୍ଦନ ତିଳକ ନେଇ “ହେ ଗୁରୁ ତୁମେ ମଙ୍ଗଳମୟ” ସଂଗୀତ ଗାନ କରି ଗୁରୁ ପୂଜନ କରିବା ସହିତ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ। ରୋଟାରୀ କ୍ଳବ୍ ତରଫରୁ ବିଦ୍ଯାଳୟରେ କାର୍ଯ୍ଯରତ ସମସ୍ତ ସେବାବ୍ରତୀ ଆଚାର୍ଯ୍ୟ ଆଚାର୍ଯ୍ୟା ମାନଙ୍କୁ ଅଭିନନ୍ଦନିକା ପ୍ରଦାନ ପୂର୍ବକ ସମ୍ମାନିତ କରାଯାଇଥିଲା। ଏହି ଭବ୍ଯ ଓ ଦିବ୍ଯ କାର୍ଯ୍ୟକ୍ରମରେ ରୋଟାରୀ କ୍ଳବ୍ ର ବରିଷ୍ଠ ସଦସ୍ଯ ପ୍ରକାଶ ଚନ୍ଦ୍ର ପଟ୍ଟନାୟକ,ଜି ରଶ୍ମିରାଜ,ଧୀରେନ୍ଦ୍ର କୁମାର ପଟ୍ଟନାୟକ,ମଦନମୋହନ ମହାପାତ୍ର,ସନ୍ତୋଷ କୁମାର ନାୟକ,ବାସୁଦେବ ସାହୁ,ଆଇନଜୀବୀ ଦେବାଶିଷ ପଟ୍ଟନାୟକ,ଲକ୍ଷ୍ମୀନାରାୟଣ ରଥ, ଶ୍ରୀକୁମର ରଥ, ଅବସରପ୍ରାପ୍ତ ଇଂରାଜୀ ଶିକ୍ଷକ ରାମଚନ୍ଦ୍ର ମହାପାତ୍ର ଯୋଗଦେଇ ଉପସ୍ଥିତ ଆଚାର୍ଯ୍ୟ ଆଚାର୍ଯ୍ୟା ଓ ଛାତ୍ରଛାତ୍ରୀ ମାନଙ୍କୁ ଗୁରୁପୂଜାର ତାପ୍ତର୍ଯ୍ଯ ବିଷୟରେ ବର୍ଣ୍ଣନା କରିବା ସହିତ “ଶିକ୍ଷକ ମାନେ ଯୁଗ ନିର୍ମାତା ଓ ଛାତ୍ର ମାନେ ରାଷ୍ଟ୍ର ଭାଗ୍ଯ ବିଧାତା” ବୋଲି ଆଲୋଚନା କରିଥିଲେ। ଉପସ୍ଥିତ ସମସ୍ତ ଗୁରୁଜୀ ଗୁରୁମା ମାନେ ଛାତ୍ରଛାତ୍ରୀ ମାନଙ୍କୁ ଆଶୀର୍ବାଦ କରି ସେମାନଙ୍କର ଉଜ୍ଜ୍ବଳ ଭବିଷ୍ଯତ କାମନା କରିଥିଲେ। ଏହି କାର୍ଯ୍ୟକ୍ରମରେ ବିଦ୍ଯାଳୟର ସମସ୍ତ ଗୁରୁଜୀ ଗୁରୁମା ସହଯୋଗ କରିଥିଲେ। ପରିଶେଷରେ ରୋଟାରୀ କ୍ଳବ୍ ସଂପାଦକ ଅବିନାଶ ସାହୁ ଧନ୍ଯବାଦ ଅର୍ପଣ କରିଥିଲେ।।

SPREAD YOUR LOVE WITH YOUR FRIENDS AND FAMILY

Leave a Reply