Home / ମୁଖ୍ୟ ଖବର / ଧୃବଜ୍ୟୋତି ଗବେଷଣା ପ୍ରତିଷ୍ଠାନ’ ପକ୍ଷରୁ ଚନ୍ଦ୍ରଗ୍ରହଣର ପ୍ରଭାବ ସଂକ୍ରାନ୍ତ ଆଲୋଚନାଚକ୍ର

ଧୃବଜ୍ୟୋତି ଗବେଷଣା ପ୍ରତିଷ୍ଠାନ’ ପକ୍ଷରୁ ଚନ୍ଦ୍ରଗ୍ରହଣର ପ୍ରଭାବ ସଂକ୍ରାନ୍ତ ଆଲୋଚନାଚକ୍ର

portalnewsthumbnail

ପୁରୀ ତା ୮/୯/୨୦୨୫- ଚନ୍ଦ୍ର ପୃଥିବୀର ଚାରିପଟେ ଘୁରୁଥାଏ, ପୃଥିବୀ ସୂର୍ଯ୍ୟର ଚାରିପଟେ ଘୁରୁଥାଏ , ଏହିପରି ଘୂର୍ଣ୍ଣନ ପ୍ରକ୍ରିୟା ଅହରହ ଚାଲିଥାଏ । ଯେଉଁ ଦିନ ଚନ୍ଦ୍ର, ପୃଥିବୀ ଆଉ ସୂର୍ଯ୍ୟ ଏକା ସରଳ ରେଖାରେ ଅବତୀର୍ଣ୍ଣ କରନ୍ତି ଏବଂ ସୂର୍ଯ୍ୟ ଓ ଚନ୍ଦ୍ର ମଧ୍ୟରେ ପୃଥିବୀ ଅବସ୍ଥାନ କରେ ସେହି ଦିନ ସୂର୍ଯ୍ୟଙ୍କଠାରୁ ଆସୁଥିବା ଆଲୋକ ଚନ୍ଦ୍ରଙ୍କ ପାଖରେ ପହଞ୍ଚି ପାରେ ନାହିଁ ଏବଂ ସେହି ସମୟରେ ପୃଥିବୀର ଛାଇ ଚନ୍ଦ୍ରଙ୍କ ଉପରେ ପଡେ ସେହି ସମୟରେ ଚନ୍ଦ୍ର ଲାଲ୍ ଦେଖାଯାଆନ୍ତି , ସେହି ସମୟକୁ ଚନ୍ଦ୍ରଗ୍ରହଣ ବୋଲି କୁହାଯାଏ । ଏହା କେବଳ ପୂର୍ଣ୍ଣିମା ତିଥିରେ ହୋଇଥାଏ । ଏହି ଘଟଣାକୁ ନେଇ ‘ଧ୍ରୁବଜ୍ୟୋତି ଗବେଷଣା ପ୍ରତିଷ୍ଠାନ’ ପକ୍ଷରୁ ଚନ୍ଦ୍ରର ରହସ୍ୟ ଗୁଡ଼ିକୁ ଉନ୍ମୋଚନ କରିବା ନିମନ୍ତେ ଏକ ରାଜ୍ୟସ୍ତରୀୟ ଆଲୋଚନା ଚକ୍ର ୟୁଥ୍ ହଷ୍ଟେଲ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଉଦ୍ଘାଟକ ଭାବେ କେନ୍ଦ୍ରୀୟ ବିଶ୍ଵ ବିଦ୍ୟାଳୟ ସଦାଶିବ ପରିସରର ନିର୍ଦ୍ଦେଶକ ପ୍ରଫେସର ପ୍ରଭାତ କୁମାର ମହାପାତ୍ର ଯୋଗଦାନ କରି କାର୍ଯ୍ୟକ୍ରମକୁ ଶୁଭ ଉଦ୍ଘାଟନ କରିଥିଲେ ।

whatsapp image 2025 09 08 at 20.05.48 e13c03c5

ମୁଖ୍ୟ ଅତିଥି ଭାବେ ରାଜ୍ୟସଭା ସାଂସଦ ଶୁଭାଶିଷ ଖୁଣ୍ଟିଆ,ମୁଖ୍ୟବକ୍ତା ଭାବେ କେନ୍ଦ୍ରିୟ ବିଶ୍ବବିଦ୍ୟାଳୟ‌ ସଦାଶିବ ପରିସର ଜ୍ୟୋତିଷ ବିଭାଗ ମୁଖ୍ୟ ଡ ବିଶ୍ଵରଞ୍ଜନ ପତି,ସମ୍ମାନିତ ଅତିଥି ଭାବେ ପଣ୍ଡିତ ବିଚିତ୍ରାନନ୍ଦ ମିଶ୍ର,ଅନୁଷ୍ଠାନର ସଭାପତି ପ୍ରତିଭା ଦାଶ ଏବଂ ସମ୍ପାଦିକା ଡ ସସ୍ମିତା ମିଶ୍ର ଯୋଗଦାନ କରି ମହାପ୍ରଭୁଙ୍କ ନିକଟରେ ପ୍ରଦୀପ ପ୍ରଜ୍ବଳନ ପୂର୍ବକ କାର୍ଯ୍ୟକ୍ରମର ପ୍ରଥମ ଅଧିବେଶନକୁ ଶୁଭ ଉଦ୍ଘାଟନ କରିଥିଲେ ।ଏହାପରେ ପ୍ରଥମ ସଂସ୍କରଣରେ “ଚନ୍ଦ୍ରଗ୍ରହଣ ଏବଂ ମାନବ ଜୀବନ,ଆୟୁର୍ବେଦ,ଧର୍ମ ଏବଂ ଜ୍ୟୋତିଷ ଶାସ୍ତ୍ରରେ ତାର ପ୍ରଭାବ,ଭାଦ୍ରପଦୀୟ ଚନ୍ଦ୍ର ଗ୍ରହଣରେ ପୌରାଣିକ ଏବଂ ସାଂସ୍କୃତିକ ମହତ୍ତ୍ଵ,ଗ୍ରହଣ କାଳୀନ ଆଚାର ବିଚାର ବୈଦିକ ପରମ୍ପରାରୁ ଆଧୁନିକ ଦୃଷ୍ଟିକୋଣ ଉପରେ ଆଲୋଚନା କରାଯାଇଥିଲା । ଏହାକୁ କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟ‌ ସଦାଶିବ ପରିସର ଜ୍ୟୋତିଷ ବିଭାଗ ଅଧ୍ୟାପକ ,ଶ୍ରୀ ବିହାର ଜ୍ୟୋତିଷ ବିଭାଗର ଅଧ୍ୟାପକଙ୍କ ଦ୍ଵାରା ଆଲୋଚନା କରାଯାଇଥିବା ବେଳେ ଏହାକୁ ସଦାଶିବ କଲେଜର ଅଧ୍ୟାପକ ଡ ନୀଳମାଧବ ଦାସ ସମୀକ୍ଷା କରିଥିଲେ । ଦ୍ଵିତୀୟ ଅଧିବେଶନରେ ବିନୟନୃସିଂହ ମହାପାତ୍ର,ହରିଶଙ୍କର ମିଶ୍ର,ପ୍ରଭାତ ରଞ୍ଜନ ମହାପାତ୍ର, ଜ୍ୟୋତିର୍ବିଦ ଦୀପ୍ତି ରଞ୍ଜନ ପଣ୍ଡା, ଗୀତା ଜେମା, ଅଧ୍ୟାପିକା ରାଜଶ୍ରୀ ପାଢୀ ସୂର୍ଯ୍ୟନାରାୟଣ ରଥ,ଶରତ ମିଶ୍ର,ନୃସିଂହ ମହାନ୍ତି, ଦେବଦତ୍ତ ମିଶ୍ର ପ୍ରମୁଖ ଉପସ୍ଥିତ ରହି ଚନ୍ଦ୍ରଗ୍ରହଣରେ ବୈଜ୍ଞାନିକ ବିଶ୍ଳେଷଣ ଏବଂ ଜ୍ୟୋତିଷ ଶାସ୍ତ୍ର ମଧ୍ୟରେ ମାନ୍ୟତା ଓ ସାମଞ୍ଜସ୍ୟ,ଚନ୍ଦ୍ରଗ୍ରହଣ ପର୍ଯ୍ଯାବରଣ ଏବଂ ଜୈବିକ ଜୀବନ,ଭାଦ୍ରପଦ ପୂର୍ଣ୍ଣିମାରେ ଗ୍ରହଣର ଧାର୍ମିକ ପର୍ବରେ ପ୍ରବାହ ଉପରେ ମତ ରଖିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ରମେଶ ଚନ୍ଦ୍ର ପଣ୍ଡା,ରୋମାଲିନ ମହାପାତ୍ର ଜଗଦୀଶ ଆଚାର୍ଯ୍ୟ,ଶ୍ରୀନିବାସ ପଣ୍ଡା,ଦେବୀ ପ୍ରସାଦ ମହାପାତ୍ର, ଜ୍ଯୋତିଷ ଆଚାର୍ଯ୍ୟ ମନୋରଞ୍ଜନ ଦାସ , ପଣ୍ଡିତ ଦୟାନିଧି ପଣ୍ଡା , ଶ୍ରୀନିବାସ ପଣ୍ଡା, ଜ୍ଯୋତିଷାଚାର୍ଯ୍ଯା ରଞ୍ଜିତା ପରିଡ଼ା ପ୍ରମୁଖ ଯୋଗଦାନ କରିଥିଲେ I କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିବା ଜ୍ୟୋତିର୍ବିଦ୍ ଏବଂ ସଂଦର୍ଭପାଠ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ପ୍ରଶଂସା ପତ୍ର ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା I କାର୍ଯ୍ୟକ୍ରମ କୁ ଉଦଘୋଷକ ଶ୍ୟାମ ପ୍ରକାଶ ସେନାପତି ଏବଂ ଅମୃତା ପ୍ରିୟଦର୍ଶିନୀ ସଞ୍ଚାଳନ କରିଥିଲେ I କାର୍ଯ୍ୟକ୍ରମ ପରିଚାଳନାରେ ଦେବୀଦତ୍ତ ମିଶ୍ର, ଦିପ୍ତିରାଣୀ ଦାଶ ,ଦୀପ୍ତି ମିଶ୍ର,ପ୍ରବାସିନୀ ମିଶ୍ର, ଅମ୍ରିତା ପ୍ରିୟଦର୍ଶିନୀ ପ୍ରମୁଖ ସହଯୋଗ କରିଥିବା ବେଳେ ମିନତି ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ ।

SPREAD YOUR LOVE WITH YOUR FRIENDS AND FAMILY

Leave a Reply