ପୁରୀ- ୦୯/୦୯/୨୦୨୫/- ଜିଲ୍ଲାସ୍ତରୀୟ ଉଷୁ ପ୍ରତିଯୋଗିତା ପିପିଲି ସ୍ଥିତ ଜବାହର ବିଦ୍ୟାପୀଠ ଠାରେ ଶନିବାର ଦିନ ଅନୁଷ୍ଠିତ ହୋଇଛି। ଏଥିରେ ପୁରୀ ବକ୍ସିଂ ଏକାଡେମୀର ୭ ଜଣ ଛାତ୍ରଛାତ୍ରୀ ରାଜ୍ୟସ୍ତରୀୟ ପ୍ରତିଯୋଗିତାକୁ ମନୋନୀତ ହୋଇଛନ୍ତି । ୧୭ ବର୍ଷ ରୁ କମ୍ ବାଳକ ବର୍ଗରେ ଆଶିଷ କୁମାର ବେହେରା, ଲୋକନାଥ ବେହେରା,ବି ପ୍ରବୀଣ ରାଓ, ରୁଦ୍ଧିମାନ ଦାସ,ବସନ୍ତ କୁମାର ବେଜ, ମନୋଜ କୁମାର ସାହୁ ୧୭ ବର୍ଷ ରୁ କମ୍ ବାଳିକା ବର୍ଗରେ ପ୍ରିୟଙ୍କା ସାହୁ ମନୋନୀତ ହୋଇଛନ୍ତି। ଆସନ୍ତା ସେପ୍ଟେମ୍ବର ୧୦ ରୁ ୧୨ ତାରିଖ ପର୍ୟ୍ଯନ୍ତ କେଉଁଝର ରେ ରାଜ୍ୟ ବିଦ୍ୟାଳୟ ସ୍ତରୀୟ ଉଷୁ ପ୍ରତିଯୋଗିତାରେ ପ୍ରତିଦ୍ୱନ୍ଦିତା କରିବେ। ରାଜ୍ୟ ସ୍ତରୀୟ ଉଷୁ ପ୍ରତିଯୋଗିତାରେ ଖେଳାଳିମାନଙ୍କ ସଫଳତା କାମନା କରି ପୁରୀ ବକ୍ସିଂ ଏକାଡେମୀ ର ପ୍ରତିଷ୍ଠାତା ସୁଦର୍ଶନ ସାହୁ,ସୂର୍ଯ୍ୟ ପ୍ରସାଦ ଦାସ, କ୍ରୀଡା ଶିକ୍ଷକ ନିରଞ୍ଜନ ମିଶ୍ର, ରଞ୍ଜନ ରେଡ଼ି, ପ୍ରଫୁଲ ମିଶ୍ର , ବିଶ୍ୱ ଭୂଷଣ ପଣ୍ଡା, ପ୍ରଦୀପ ଦାସ, ସଞ୍ଜୟ କୁମାର ଅଗ୍ରୱାଲ ପ୍ରମୁଖ ଶୁଭେଚ୍ଛା ଜଣାଇଛନ୍ତି।









