Home / ମୁଖ୍ୟ ଖବର / ଜାତୀୟ ଉପଭୋକ୍ତା ମହାସଂଘ ନୂଆ ଦିଲ୍ଲୀ ତରଫରୁ ଜାତୀୟ କାର୍ଯ୍ୟ କାରିଣୀ ବୈଠକ

ଜାତୀୟ ଉପଭୋକ୍ତା ମହାସଂଘ ନୂଆ ଦିଲ୍ଲୀ ତରଫରୁ ଜାତୀୟ କାର୍ଯ୍ୟ କାରିଣୀ ବୈଠକ

whatsapp image 2025 09 13 at 21.36.50 c9657b12

ପୁରୀ ତା ୧୩-୯( )ପୂର୍ବାହ୍ନ ପ୍ରାୟ ଦଶ ଘଟିକା ସମୟରେ ଜାତୀୟ ଉପଭୋକ୍ତା ମହାସଂଘ ତଥା ଉପଭୋକ୍ତା ସୁରକ୍ଷା ଅଭିଯାନ ଓଡ଼ିଶାର ମିଳିତ ଆନୁକୁଲ୍ୟରେ ଜାତୀୟ କାର୍ଯ୍ୟ କାରିଣୀ ବୈଠକ ଅନୁଷ୍ଠିତ ହୋଇଛି,ପ୍ରାରମ୍ଭରେ ମହାପ୍ରଭୁ ଜଗନ୍ନାଥଙ୍କ ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ କରିଥିଲେ,ପରେ ଅତିଥି ମାନଙ୍କୁ ପୁଷ୍ପଗୁଚ୍ଛ ଉପଢୌକନ ପ୍ରଦାନ ପୂର୍ବକ ସ୍ବାଗତ କରାଯାଇଥିଲା, ଏଥିରେ ଜାତୀୟ କାର୍ଯ୍ୟ କାରିଣୀ କମିଟିର କାର୍ଯ୍ୟକାରୀ ସଭାପତି ଏମ ସଲ୍ଭାରଜ୍ ,ବରିଷ୍ଟ ଉପ ସଭାପତି ଡ ସି ଏଚ ହରି ଭାଈ,ଜାତୀୟ ଉପାଧ୍ୟକ୍ଷ ମାଥ୍ୟୁ ଏମ ମଥାଇ,ଜାତୀୟ ଉପାଧ୍ୟକ୍ଷ ସେଲ୍ଭାନ,ପ୍ରମୁଖ ଉପସ୍ଥିତ ଥିଲାବେଳେ ଉପଭୋକ୍ତା ସୁରକ୍ଷା ଅଭିଯାନ ର ସମ୍ପାଦକ ଗୋବିନ୍ଦ ଓଝା,ସି,ସି,ର ଯୁଗ୍ମ ସମ୍ପାଦିକା ବିଜୟ ଲକ୍ଷ୍ମୀ ମହାପାତ୍ର,ରବି ମହାନ୍ତି,କଫି ଅନୁଷ୍ଠାନର ସମ୍ପାଦକ ବରିଷ୍ଟ ଉପଭୋକ୍ତା କର୍ମୀ ହୃଷୀକେଶ ପଣ୍ଡା ଉପଷ୍ଟିତରହି ନିଜ ନିଜର ମତ ବ୍ୟକ୍ତ କରିଥିଲେ। ଉପଭୋକ୍ତା ସୁରକ୍ଷା ଆଇନ କୁ ତୃଣମୂଳ ସ୍ତରରେ ପହଞ୍ଚାଇବା ଉଦ୍ଦେଶ୍ୟରେ ଭାରତ ଯାତ୍ରା ଶୀର୍ଷକ ସଚେତନତା ସୃଷ୍ଟି କରିବା ପାଇଁ ନିଷ୍ପତି ଗ୍ରହଣ କରାଯାଇଥିଲା।ଏଥିରେ ବହୁ ଦକ୍ଷ ପ୍ରତିଭାଙ୍କୁ ସମ୍ବର୍ଦ୍ଧିତ କରାଯାଇଛି,ସାମୁହିକ ନିଷ୍ପତି ଅନୁଯାୟୀ ଓଡ଼ିଶାର ତିରିଶ ଜିଲ୍ଲାକୁ ସଂଗଠନ ସହଯୋଡ଼ିବାକୁ ଚାରିଟି ଜୋନ କରାଯାଇ ଚାରିଜଣ ପ୍ରମୁଖ କର୍ମୀଙ୍କୁ ଦାୟିତ୍ଵ ପ୍ରଦାନ କରା ଯାଇଛି,ଆଲୋଚନାରେ ଅଂଶଗ୍ରହଣ କରି ଜାତୀୟ ଉପାଧ୍ୟକ୍ଷ ପ୍ରୀତି ପାଣ୍ଡ୍ୟା ବହୁମୂଲ୍ୟ ମତାମତ ଦେଇଥିଲେ।ଶେଷରେ ଯୁଗ୍ମ ସମ୍ପାଦକ ଶ୍ରୀନିବାସ ସାହୁ ଧନ୍ୟବାଦ୍ ଅର୍ପଣ କରିଥିଲେ।

SPREAD YOUR LOVE WITH YOUR FRIENDS AND FAMILY

Leave a Reply