Home / ମୁଖ୍ୟ ଖବର / ପୁରୀ ପୋଲିସ ତରଫରୁ ସ୍ୱତନ୍ତ୍ର ଚଢ଼ାଉ,ଅସ୍ତ୍ର ଜବତ ଏବଂ ଅଭିଯୁକ୍ତ ଙ୍କୁ କୋର୍ଟ ଚାଲାଣ

ପୁରୀ ପୋଲିସ ତରଫରୁ ସ୍ୱତନ୍ତ୍ର ଚଢ଼ାଉ,ଅସ୍ତ୍ର ଜବତ ଏବଂ ଅଭିଯୁକ୍ତ ଙ୍କୁ କୋର୍ଟ ଚାଲାଣ

portalnewsthumbnail

ପୁରୀ: ୧୫/୯/୨୦୨୫ -ନି:ପ୍ର – ଜିଲ୍ଲା ପୁଲିସ୍ ତରଫରୁ ଆରକ୍ଷୀ ଅଧିକ୍ଷକ ଙ୍କ ସ୍ପଷ୍ଟ ନିର୍ଦ୍ଦେଶରେ, ୧୪ ସେପ୍ଟେମ୍ବର ରବିବାର ଦିନ ଏକ ବିଶେଷ ଅଭିଯାନ (Special Drive) କରାଯାଇଥିଲା । ଏହି ଅଭିଯାନର ମୂଳ ଉଦ୍ଦେଶ୍ୟ ଥିଲା — କଟୁରୀ, ଖଣ୍ଡା, ଭୂଜାଳି, ଟେଲେଙ୍ଗା କଟୁରୀ, ଧାରୁଆ ଅସ୍ତ୍ର (Sharp Cutting Weapons) ଯାହାକି ଅପରାଧୀମାନେ ଅସତ୍କାରଣୀୟ କାର୍ଯ୍ୟ ପାଇଁ ବ୍ୟବହାର କରନ୍ତି, ସେଗୁଡିକୁ ଜବତ କରିବା ଓ ଏପରି ପ୍ରବୃତ୍ତିକୁ ରୋକିବା ପାଇଁ ଚଢ଼ାଉ କରାଯାଇଥିଲା। ପୁରୀ ସିଟି ସବ୍-ଡିଭିଜନର ସମସ୍ତ ଥାନା ଅଧିକାରୀ ମାନେ, ପୁରୀଙ୍କ ଆରକ୍ଷୀ ଅଧିକ୍ଷକ ନିର୍ଦ୍ଦେଶାନୁସାରେ, (Simultaneous Raids) ଅନେକ ସ୍ଥାନରେ ଚେକିଂ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ ।ପରିଚିତ ଆଣ୍ଟି-ସୋସିଆଲ୍‌ମାନଙ୍କ ଘର ବିଭିନ୍ନ କ୍ଲବ ଧାରୁଆ ଅସ୍ତ୍ର (Sharp Weapons) ତିଆରି ସ୍ଥାନ,ବିକ୍ରୟ କେନ୍ଦ୍ର ସ୍ଥାନରେ ଚଢ଼ାଉ କରିଛି |ଏହି ବିଶେଷ ଅଭିଯାନରେ, ପୁରୀ ପୁଲିସ୍ ମୋଟ 70ଟି ଧାରୁଆ ଅସ୍ତ୍ର ଜବତ କରିଛି ।10ଟି ବଡ଼ ଖଣ୍ଡା (Large Swords),04ଟି ଟେଲେଙ୍ଗା କଟୁରୀ,10ଟି ଭୂଜାଳି ଅବଶିଷ୍ଟ ସବୁ କଟି (Kati) ଜବତ କରିଛି |ଏହି ଛଡ଼ାଉ ଅଭିଯାନ ସମୟରେ, ଦୁଇଜଣ ଆଣ୍ଟି-ସୋସିଆଲ୍‌ଙ୍କୁ ତଲୱାର ସହିତ ଧରାଯାଇଛି, ଯେଉଁମାନଙ୍କର ଅସଦୁଦ୍ଦେଶ୍ୟ (Ulterior Motives) ଥିବା ସନ୍ଦେହ ରହିଛି ।ଦୁଇଟି ମାମଲା କୁମ୍ଭରପଡା ଥାନା ଓ ସି-ବିଚ୍ ଥାନାରେ ରଜିଷ୍ଟ୍ର କରାଯାଇଛି । ସେହି ଦୁଇ ଅଭିଯୁକ୍ତଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରି ତଦନ୍ତ ଚାଲିଛି ।
ଆରକ୍ଷୀ ଅଧିକ୍ଷକ ପୁରୀଙ୍କ ସ୍ପଷ୍ଟ ବାର୍ତ୍ତା ରହିଛି କି ଯେଉଁମାନେ ଧାରୁଆ ଅସ୍ତ୍ର (Sharp Weapons) ରଖିବେ, ବିକ୍ରୟ କରିବେ, କିମ୍ବା କଷ୍ଟମାଇଜ୍ କରି ଅସାଧୁ ଉଦ୍ଦେଶ୍ୟରେ ବ୍ୟବହାର ପାଇଁ ରଖିବେ, ସେମାନଙ୍କ ବିରୁଦ୍ଧରେ କଠୋରତମ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନିଆଯିବ ବୋଲି କହିଛନ୍ତି ।

SPREAD YOUR LOVE WITH YOUR FRIENDS AND FAMILY

Leave a Reply