ନୟାଗଡ଼,ତା- ୨୧.୯.୨୫ରିଖ – ଭାସ୍କର ଚନ୍ଦ୍ର ସ୍ବାଇଁଙ୍କ ରିପୋର୍ଟ। – ଭାରତ ସରକାରଙ୍କ “ସେବା ପର୍ବ ୨୦୨୫” ଅଧୀନରେ କ୍ରୀଡ଼ା ଏଵଂ ଯୁବ କଲ୍ୟାଣ ବିଭାଗ, ଓଡ଼ିଶା ସରକାରଙ୍କ ନିର୍ଦ୍ଦେଶ ଅନୁସାରେ ୨୧ ସେପ୍ଟେମ୍ବର ୨୦୨୫ ତାରିଖରେ ଜିଲ୍ଲା ପ୍ରଶାସନ, ନୟାଗଡ଼ ପକ୍ଷରୁ ଏକ ଜିଲ୍ଲା ସ୍ତରୀୟ ମାରାଥନର ଆୟୋଜନ କରାଯାଇଥିଲା।

ଏ ଅବସରରେ ଶ୍ରୀଯୁକ୍ତ ସୁକାନ୍ତ କୁମାର ପାଣିଗ୍ରାହୀ ମାନ୍ୟବର ସାଂସଦ କନ୍ଧମାଳ, ଶ୍ରୀଯୁକ୍ତ ଦୁଷ୍ମନ୍ତ କୁମାର ସ୍ବାଇଁ ମାନ୍ୟବର ବିଧାୟକ ଖଣ୍ଡପଡ଼ା , ଇଂ ଦେବାଶିଷ ପଟ୍ଟନାୟକ ଅଧ୍ୟକ୍ଷ ଜିଲ୍ଲା ପରିଷଦ ନୟାଗଡ଼, ଅତିରିକ୍ତ ଜିଲ୍ଳାପାଳ ଶ୍ରୀମତୀ ରୋଜିନା ଦାସ, ଏସଡିପିଓ ଜ୍ୟୋତି ରଞ୍ଜନ ସାମନ୍ତରାୟ , ସୁଜାତା ସାହୁ ଜିଲ୍ଲା କ୍ରୀଡା ଅଧିକାରୀ, ନୟାଗଡ଼ ଓ ଅନ୍ୟ ଅଫିସରଙ୍କ ସହିତ ୫୦୦ରୁ ଉର୍ଦ୍ଧ୍ବ ବିଭିନ୍ନ ବର୍ଗର ଜନସାଧାରଣ ବିଶେଷ କରି ଛାତ୍ରଛାତ୍ରୀ ମାନେ ଯୋଗ ଦେଇଥିଲେ। ଏହି ମାରାଥନ୍ ସକାଳ ୭.୦୦ ଘଟିକାରୁ ନୟାଗଡ଼ ଜଗନ୍ନାଥ ମନ୍ଦିର ଠାରୁ ଆରମ୍ଭ ହୋଇ ନୟାଗଡ଼ ଷ୍ଟାଡିୟମ୍ ଠାରେ ସମାପ୍ତ ହୋଇଥିଲା।











