ପୁରୀ- ୨୧/୯/୨୦୨୫ – ଜିଲ୍ଲା ବିଜେପି ପକ୍ଷରୁ ସେବା ପକ୍ଷ ରେ ଆୟୋଜିତ ଜିଲ୍ଲା ସ୍ତରୀୟ କର୍ମଶାଳା ‘ଆତ୍ମନିର୍ଭର ଭାରତ ସଂକଳ୍ପ ଅଭିଯାନ’ ଅନୁଷ୍ଠିତ ହୋଇଯାଇଛି। ଭାରତକୁ ସମୃଦ୍ଧ ଏବଂ ସଶକ୍ତ କରିବା ଦିଗରେ ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜୀଙ୍କ ଆତ୍ମନିର୍ଭର ଭାରତ ସ୍ୱପ୍ନକୁ ସାକାର କରିବା ଦିଗରେ ଆଲୋଚନା କରାଯାଇଛି। ଆତ୍ମ ନିର୍ଭର ଭାରତ ଓ ଲୋକ ଙ୍କ ଭୂମିକା ବିଷୟରେ ଅତି ସୁନ୍ଦର ଭାବରେ ଆଲୋଚନା କରାଯାଇଥିଲା।

ଏଥିରେ ମୁଖ୍ୟ ଅତିଥି ଭାବେ ଭାରତୀୟ ଜନତା ପାର୍ଟି ରାଜ୍ୟ ଉପ ସଭାପତି ତଥା ପୁରୀ ଜିଲ୍ଲା ଟୋଲିର ପ୍ରବକ୍ତା ବିରଞ୍ଚି ନାରାୟଣ ତ୍ରୀପାଠୀ ଯୋଗ ଦେଇଥିଲେ, ଏଥିସହ ପୁରୀ ଜିଲ୍ଲା ସଭାପତି ଭାରତୀୟ ଜନତା ପାର୍ଟିର ଡ଼ା ଦେବେନ୍ଦ୍ର ନାଥ ତରେଇ,ସଭା ପରିଚାଳନା କରିଥିଲେ। ପୁରୀ ଜିଲ୍ଲାର ପୂର୍ବତନ ସଭାପତି ପ୍ରଭଜନ ମହାପାତ୍ର , ଜିଲ୍ଲା ଟୋଲୀ ର ପ୍ରମୁଖ ରଂଜିତା ପାଢ଼ୀ,ରାଜ୍ୟ ପଦାଧିକାରୀ ହିତେଶ ମହାପାତ୍ର,ଜିଲ୍ଲାର ଏହି ଟୋଲି ର ମୁଖ୍ୟ ସହଯୋଗୀ ଆଲୋକ କୁମାର ମହାନ୍ତି,ସୋମନାଥ ସେଠୀ,ବିଷ୍ଣୁ ଚରଣ ବେହେରା ଯୋଗ ଦେଇଥିଲେ।।ପୁରୀ ଜିଲ୍ଲାର କିଛି ମଣ୍ଡଳ ସଭାପତି ଓ ମଣ୍ଡଳ ଟୋଲି ର ପ୍ରମୁଖ ସହ ପ୍ରମୁଖ ଯୋଗ ଦେଇଥିଲେ।। ଏହି ଟୋଲି ପ୍ରମୁଖ ସହଯୋଗୀ ବିଷ୍ଣୁ ଚରଣ ବେହେରା ଧନ୍ୟ ବାଦ ଦେଇ ସଭା ସାଙ୍ଗ କରିଲେ ଜିଲ୍ଲା ଟୋଲି ର ମୁଖ୍ୟ ସହଯୋଗୀ ଆଲୋକ କୁମାର ମହାନ୍ତି।। ଏହି ଅବସରରେ ଜିଲ୍ଲା ର ପ୍ରମୁଖ ବ୍ୟକ୍ତି ବେଶସ ଉପସ୍ଥିତ ଥିଲେ।











