ପୁରୀ ୨୧/୯/୨୫ ରବିବାର ଏକଦିବସୀୟ ଚିତ୍ରକଳା ଶିବିର “ସେବା ପରବ “୨୦୨୫ ଶୀର୍ଷକ -“ବିକଶିତ ଭାରତ” ଚିତ୍ରକଳା କର୍ମଶାଳା ଆୟୋଜନ ଭାରତ ସରକାର ଙ୍କ ରିଜିଓନାଲ ଲଳିତ କଳା ଏକାଡେମୀ,ଭୁବନେଶ୍ୱର ଦ୍ଵାରା ଓଡ଼ିଶା ଚାରୁ ଓ କାରୁ କଳା ମହାବିଦ୍ୟାଳୟ, ନୁଆପାଟଣା, ଗୋରୁଆଳ,ପୁରୀ ସହାୟତାରେ ମହାବିଦ୍ୟାଳୟ ପରିସରରେ ସକାଳ ୮ ଘଟିକା ସମୟରେ ଚିତ୍ରକଳା କର୍ମଶାଳା ହୋଇଯାଇଅଛି ।

ଏହି କର୍ମଶାଳା ରେ ମୋଟ ୧୧୧ ଜଣ ଛାତ୍ର,ଛାତ୍ରୀ ଅଂଶ ଗ୍ରହଣ କରିଥିଲେ । ଛାତ୍ର ଛାତ୍ରୀ ମାନେ ସେମାନଙ୍କ ମନର ଭାବନା କୁ ଛବି ରେ ରୂପ ଦେଇଥିଲେ ।ଏହି କାର୍ଯକ୍ରମ ରେ ପୂର୍ବତନ ବିଧାୟକ ଜୟନ୍ତ କୁମାର ଷଡଙ୍ଗୀ ଯୋଗଦାନ କରି କଳା ଛାତ୍ରଛାତ୍ରୀ ମାନଙ୍କୁ ଉତ୍ସାହିତ କରିବା ସହ ଭୂରି ଭୂରି ପ୍ରଶଂସା କରିଥିଲେ ଓ କଳା ମହାବିଦ୍ୟାଳୟ ର ଉନ୍ନତି କାମନା କରିଥିଲେ। ଲଳିତ କଳା ଏକାଡେମୀ ଭୁବନେଶ୍ୱର କ୍ଷେତ୍ରୀୟ ସଚିବ ଶ୍ରୀଯୁକ୍ତ ରାମ କୃଷ୍ଣ ବେଦେଲା ଏବଂ ମହାବିଦ୍ୟାଳୟ ର ଅଧ୍ୟକ୍ଷ ଡ.ଦୁର୍ଗାମାଧବ କର ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଏହି କର୍ମଶାଳା ଟି ସୁଚାରୁ ରୂପେ ଆୟୋଜନ ହୋଇଥିଲା ।ଉପରୋକ୍ତ ଚିତ୍ରକଳା କର୍ମଶାଳାରେ କଳା ଛାତ୍ର ଛାତ୍ରୀ ଙ୍କ ମାନଙ୍କ ମଧ୍ୟରୁ ଶ୍ରେଷ୍ଠ ୩ଟି ଛବି କୁ jury ମାନଙ୍କ ଦ୍ଵାରା ଚୟନ କରାଯାଇ ପୁରସ୍କୃତ କରାଯିବାର ବ୍ୟବସ୍ଥା ହୋଇଅଛି।











