ନୟାଗଡ , ୨୨/୦୯/୨୦୨୫ରିଖ- ଭାସ୍କର ଚନ୍ଦ୍ର ସ୍ୱାଇଁଙ୍କ ରିପୋର୍ଟ- ନୟାଗଡର ଭାଷା ସାହିତ୍ୟ ଓ ସଂସ୍କୃତି ପରିଷଦ ସୃଜନିକା ଆନୁକୂଲ୍ୟରେ ଡ୍ୟାନ୍ସ ନୟାଗଡ ଡ୍ୟାନ୍ସର ଫାଇନାଲ ପ୍ରତିଯୋଗୀତା ଅନୁଷ୍ଠିତ ହୋଇଯାଇଛି। ରବିବାର ଦିନ ପୂ୍ର୍ବାହ୍ନ ୯ଘଣ୍ଟା ସମୟରେ ସ୍ଥାନୀୟ ନୀଳମାଧବ ହୋଟେଲରେ ଏହା ଅନୁଷ୍ଠିତ ହୋଇଥିଲା । ସେମି ଫାଇନାଲରେ ଥିବା ୨୦ ଜଣ ପ୍ରତିଯୋଗୀଙ୍କ ମଧ୍ୟରୁ ୧୦ ଜଣ ଫାଇନାଲକୁ ଉନ୍ନୀତ ହୋଇଥିଲେ । ସେମାନଙ୍କ ମଧ୍ୟରୁ ନୈନା ତନୟା , ସୃଷ୍ଟି ମୟୀ ସାହୁ ଓ ସାଇଶ୍ରୀ ମହାପାତ୍ର ଯଥାକ୍ରମେ ପ୍ରଥମ , ଦ୍ଵିତୀୟ ଓ ତୃତୀୟ ଭାବରେ ଯୋଗ୍ୟ ବିବେଚିତ ହୋଇଥିଲେ ।

ନୈନା ତନୟା ନୟାଗଡ ଡ୍ୟାନ୍ସ ଟପ୍ପର ଭାବେ ଉନ୍ନୀତ ହୋଇ ଟ୍ରଫି , ପ୍ରଶଂସା ପତ୍ର ଏବଂ ୧୦ ହଜାର ଟଙ୍କାର ପୁରସ୍କାର ରାଶି ଅତିଥିଙ୍କ ଠାରୁ ଗ୍ରହଣ କରିଥିଲେ। ଦ୍ଵିତୀୟ ବିଜେତାଙ୍କୁ ୭ ହଜାର ଟଙ୍କା, ଟ୍ରଫି ଓ ପ୍ରଶଂସା ପତ୍ର ଏବଂ ତୃତୀୟ ବିଜେତାଙ୍କୁ ୫ ହଜାର ଟଙ୍କା, ଟ୍ରଫି ଏବଂ ପ୍ରଶଂସାପତ୍ର ଅତିଥିବୃନ୍ଦ ପ୍ରଦାନ କରିଥିଲେ । ଅଧ୍ୟାପିକା ସ୍ମିତା ସ୍ୱାଇଁ, କ୍ଷଣପ୍ରଭା କର ଏବଂ ସୋନାଲି ସୁଚିଶ୍ମିତା କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ। ମୁଖ୍ୟ ଅତିଥି ଭାବେ ନୟାଗଡ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ ଦେବାଶିଷ ପଟ୍ଟନାୟକ ନୟାଗଡର କଳା,ସାହିତ୍ୟ ଓ ସଂସ୍କୃତି ଉପରେ ବକ୍ତବ୍ୟ ପ୍ରଦାନ କରିଥିଲେ। ବିଚାରକ ଭାବେ ଦୂରଦର୍ଶନ ଓ ଚଳଚ୍ଚିତ୍ର ଅଭିନେତା ରାଜେଶ୍ ରାଜ ଅଭିନେତ୍ରୀ ଟିକି ରଥ ଓ ଗୁଂଜନ ଯୋଗ ଦେଇଥିଲେ । ମୁଖ୍ୟ ଅତିଥି ସେମାନଙ୍କୁ ଉପଢୌକନ ଓ ମାନପତ୍ର ପ୍ରଦାନ କରିଥିଲେ। ଏସ ଏସ ବି ବଜାଜ ଏହି କାର୍ଯକ୍ରମକୁ ସହଯୋଗ କରିଥିବା ବେଳେ ସମାଜସେବୀ ଶଶଧର ପଣ୍ଡା ଓ ଅଞ୍ଜନାର ସମ୍ପାଦିକା ଡ଼. ଗୀତାଞ୍ଜଳି ମହାପାତ୍ର ମଧ୍ୟ ଏହି କାର୍ଯକ୍ରମକୁ ସଫଳ କରାଇବା ଦିଗରେ ସାହାଯ୍ୟ କରିଥିଲେ । ସୃଜନିକାର ସଚିବ ଡ଼. ନିର୍ମଳ ଚନ୍ଦ୍ର ଶୂରଦେଓ ଏହି କାର୍ଯକ୍ରମକୁ ପରିଚାଳନା କରିଥିଲେ ଏବଂ ସାଗର ଶୂରଦେଓ ଓ ଚିନ୍ମୟୀ ଲୋପାମୁଦ୍ରା କାର୍ଯ୍ୟକ୍ରମ ପରିଚାଳନା ରେ ସାହାଯ୍ୟ କରିଥିଲେ। ଜିଲ୍ଲା ସ୍ତରୀୟ ପ୍ରତିଯୋଗୀତାରେ ବିଚାରକ ଭାବେ କାର୍ଯ୍ୟ ନିର୍ବାହ କରିଥିବା ବରିଷ୍ଠ ନାଟ୍ୟ ନିର୍ଦ୍ଦେଶକ ଭଗବତୀ ଚରଣ ପଟ୍ଟନାୟକ , ଅଧ୍ୟାପକ ଡ଼ଃ ଆଶୁତୋଷ ମିଶ୍ର ଓ ପ୍ରଦୀପ କୁମାର ମହାପାତ୍ରଙ୍କୁ ମଧ୍ୟ ଅତିଥି ମାନେ ପୁରସ୍କୃତ କରିଥିଲେ ।











