କାକଟପୁର ତା ୨୫/୯ (ତୁଷାର ଦୀକ୍ଷିତ )ପୁରୀ ଏସ.ପି ଙ୍କ ତ୍ବରିତ ତତ୍ତ୍ବାବଧାନରେ ଓ କାକଟପୁର ଥାନା ଅଧିକାରୀ ବସନ୍ତ କୁମାର ସାହୁଙ୍କ ନିର୍ଦ୍ଦେଶରେ, କାକଟପୁର ପୋଲିସ୍ ମାତ୍ର ଦୁଇ ଦିନରେ ଦୁଇଜଣ ସାବାଳିକାଙ୍କୁ ଉଧାର କରିବାରେ ସଫଳ ହୋଇଛି।
କେଶ୍ ନଂ- ୪୫ ଓ ୪୬/୨୦୨୫ ଅନୁସାରେ , କାକଟପୁର ଥାନା ଅନ୍ତର୍ଗତ ଜଳେଶ୍ୱରପଡା ଗ୍ରାମର ଜଣେ ସାବାଳିକାକୁ ପାରାଦ୍ୱୀପ ଆଦର୍ଶ ଥାନା ଅଞ୍ଚଳରୁ ଉଧାର କରାଯାଇଛି। ସେହିପରି ଜଗତସିଂହପୁର ଜିଲ୍ଲା, ବାଲିକୁଦା ଥାନା ଅନ୍ତର୍ଗତ ତରାସାହି ଗ୍ରାମର ଜଣେ ସାବାଳିକାକୁ ପୁରୀରୁ ଉଧାର କରାଯାଇଛି।

ପରିବାର ପକ୍ଷରୁ ଅଭିଯୋଗ ପରେ କାକଟପୁର ପୋଲିସ ତ୍ବରିତ ପଦକ୍ଷେପ ନେଇ ସାବାଳିକା ଦ୍ବୟଙ୍କୁ ସୁରକ୍ଷିତ ଭାବରେ ଉଦ୍ଧାର କରି ତାଙ୍କ ପରିବାରଙ୍କୁ ହସ୍ତାନ୍ତର କରାଯାଇଛି। ନୂତନ ଭାବେ ଯୋଗ ଦେଇଥିବା ଆଇଆଇସି ଶ୍ରୀଯୁକ୍ତ ସାହୁଙ୍କ ଏତାଦୃଶ କାର୍ଯ୍ୟ ପାଇଁ ସାଧାରରେ ପ୍ରଶଂସାର ପାତ୍ର ହୋଇପାରିଛନ୍ତି l











