Home / ମୁଖ୍ୟ ଖବର / ଆଇ. ଏମ. ଟି ଫର୍ମାସୀ କଲେଜ ରେ ବିଶ୍ୱ ଫାର୍ମାସିଷ୍ଟ ଦିବସ ପାଳିତ

ଆଇ. ଏମ. ଟି ଫର୍ମାସୀ କଲେଜ ରେ ବିଶ୍ୱ ଫାର୍ମାସିଷ୍ଟ ଦିବସ ପାଳିତ

whatsapp image 2025 09 25 at 20.09.30 22daf5de

ତା ୨୫/୦୯/୨୦୨୫, ପୁରୀ, ଗୋପାଳପୁର ସ୍ଥିତ ଆଇ. ଏମ. ଟି ଫାର୍ମାସୀ କଲେଜ ଆନୁକୂଲ୍ୟରେ ଗୁରୁବାରଦିନ ବିଶ୍ୱ ଫାର୍ମାସିଷ୍ଟ ଦିବସ ଅତ୍ୟନ୍ତ ଉତ୍ସାହର ସହିତ ପାଳିତ ହୋଇଛି। ସାରା ବିଶ୍ୱର ସ୍ୱାସ୍ଥ୍ୟସେବା ରେ ନିୟୋଜିତ ଫାର୍ମାସିଷ୍ଟ ତଥା ଭେଷଜ ବିଜ୍ଞାନୀ ମାନଙ୍କ ଉଦେଶ୍ୟରେ ଉତ୍ସର୍ଗୀକୃତ ଏହି ଦିବସର ଉତ୍ସବକୁ କଲେଜର ପ୍ରେକ୍ଷାଳୟରେ ଉଦଘାଟନ କରିଥିଲେ ପୁରୀ ଜିଲ୍ଲାର ଭେଷଜ ନିରୀକ୍ଷକ ଶ୍ରୀ ହିତେଶ କୁମାର ବେହେରା | ସେ ଏହି ଅବସରରେ ଛାତ୍ର ଛାତ୍ରୀ ମାନଙ୍କୁ ଅଧ୍ୟୟନ, କୌଶଳ ଶିକ୍ଷଣ ତଥା ସନ୍ଦେହ ମୋଚନ ଠିକ୍ ସମୟରେ ଶିକ୍ଷକଙ୍କ ଦ୍ଵାରା କରାଇ ନେବାକୁ ଉପଦେଶ ଦେଇଥିଲେ।

whatsapp image 2025 09 25 at 20.09.31 6b0ae6b6

ଓଡ଼ିଶାରେ ଔଷଧ ଶିଳ୍ପ ର ଭବିଷ୍ୟତ ଅତ୍ୟନ୍ତ ଉଜ୍ଜ୍ୱଳ ବୋଲି କହିଥିଲେ |ଇତ୍ୟବସରରେ, କଲେଜର ନିର୍ଦ୍ଦେଶକ ଶ୍ରୀ ମନୋଜ କୁମାର ରଥ, ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ କର୍ତ୍ତବ୍ୟରତ ଫାର୍ମାସିଷ୍ଟ ଅଫିସର ମାନଙ୍କୁ ଉପଢୌକନ ପ୍ରଦାନପୁର୍ବକ ସମ୍ମାନିତ କରିଥିଲେ। ଏହି ଉତ୍ସବରେ ସମ୍ମନିତ ଅତିଥି ଓ ଫାର୍ମାସିଷ୍ଟ ଯଥା, କାଳୀ ପ୍ରସନ୍ନ ମିଶ୍ର, ମୁକେଶ କୁମାର ସାହୁ, ଝରଣା କଳାପାହାଡ଼, ରୋଜାଲିନ ରଥ ଓ ସମ୍ବିତ କୁମାର ପ୍ରଧାନ ଯୋଗଦାନ କରି ଛାତ୍ର ଛାତ୍ରୀ ମାନଙ୍କୁ ନୈତିକତା ଓ ଧର୍ଯ୍ୟର ସହ ସେବା ତଥା କର୍ତ୍ତବ୍ୟ ପାଳନ ହିଁ ଉତ୍ତମ ଫାର୍ମାସିଷ୍ଟ ଓ ଉତ୍କୃଷ୍ଟ ଫାର୍ମାସିଷ୍ଟ ସେବା ବୋଲି ମତାମତ ଦେଇଥିଲେ ।

ବିଶ୍ୱ ଫାର୍ମାସିଷ୍ଟ ଦିବସ ଉତ୍ସବରେ ଉଦବୋଧନ ଦେଇଥିଲେ କଲେଜର ଆଇ.କ୍ୟୁ.ଏ.ସି. ନିର୍ଦ୍ଦେଶକ ଡ଼ଃ ପ୍ରକାଶ ଚନ୍ଦ୍ର ସେନାପତି ଉପାଧକ୍ଷ ଡ଼. ତୁଷାର ରଞ୍ଜନ ମହାପାତ୍ର, ଆଇ.ଏମ୍.ଟି.ର ବିଭାଗ ମାନଙ୍କର ମୁଖ୍ୟ ଯଥା ପ୍ରାଧ୍ୟାପକ ଡ଼ଃ ନିଗମ ଜ୍ୟୋତି ମାଈତି, ସମୀର କୁମାର ପାତ୍ର, ଜଗନ୍ନାଥ ପ୍ରସାଦ ମିଶ୍ର ତଥା ଅଧ୍ୟାପକ ସ୍ମୃତିକ କୁମାର ଦାସ, ଦେବଦତ୍ତ ସାହୁ, ଦେବାଶିଷ ଦାସ, ରାଜଲକ୍ଷ୍ମୀ ସ୍ଵାଇଁ, ପାର୍ଥସାରଥୀ ପାତ୍ର ଓ ସମସ୍ତ ଅଧ୍ୟାପକ ଗଣ । ଏହି ଉତ୍ସବରେ ଛାତ୍ର ଛାତ୍ରୀ ମାନଙ୍କ ଦ୍ଵାରା ସଂଗୀତ, ନୃତ୍ୟ ପରିବେଶଣ ଓ ଏକ କ୍ଷୁଦ୍ର ନାଟ୍ୟ ପ୍ରସ୍ତୁତ କରାଯାଇଥିଲା। ଏହି ସଭା ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ଅଧ୍ୟାପିକା ଜ୍ୟୋତିର୍ମୟି ଦାଶ ଏବଂ ମଞ୍ଚ ପରିଚାଳନା କରିଥିଲେ ଚନ୍ଦ୍ରକାନ୍ତ ଜେନା, ନିରଞ୍ଜନ ନାୟକ, ଆଦିତ୍ୟ୍ ପ୍ରଧାନ ଓ ଅନ୍ୟ କର୍ମକର୍ତ୍ତା ଗଣ ।

SPREAD YOUR LOVE WITH YOUR FRIENDS AND FAMILY

Leave a Reply