ତା-୨୪.୦୯.୨୦୨୫ ରିଖ – ଭାସ୍କର ଚନ୍ଦ୍ର ସ୍ବାଇଁଙ୍କ ରିପୋର୍ଟ- ନୟାଗଡ଼ ଜିଲ୍ଲା ଦୌରାଜଜ୍ ତଥା ଅଧ୍ୟକ୍ଷ, ଜିଲ୍ଲା ଆଇନ ସେବା ପ୍ରାଧିକରଣ, ଆନନ୍ଦ ନାରାୟଣ ମହାରଣାଙ୍କ ନିର୍ଦ୍ଦେଶରେ ସଚିବ ଅଞ୍ଜଳି ମଛଖଣ୍ଡଙ୍କ ତତ୍ତ୍ୱାବଧାନରେ, ଖୁଣ୍ଟୁବନ୍ଧ ସ୍ଥିତ ସରକାରୀ ଆଇ.ଟି.ଆଇ କଲେଜରେ ଏକ ଆଇନ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଅଛି । ସର୍ବପ୍ରଥମେ ଜାତୀୟ ଆଇନ ସେବା ପ୍ରାଧିକରଣ ସଙ୍ଗୀତ “ଏକ ମୁଠି ଆସମାନ” ଗାନ ସହିତ ପବନ କୁମାର ବେହେରା ଅତିଥି ମାନଙ୍କର ପରିଚୟ ପ୍ରଦାନ କରିଥିଲେ । ମୁଖ୍ୟ ଅତିଥି ଅଞ୍ଜଳି ମଛଖଣ୍ଡ ଆନୁଷ୍ଠାନିକ ଭାବେ ଶିବିର ଉଦ୍ଘାଟନ କରି ସତ୍ୟ ଘଟଣା ଲକ୍ଷ୍ମୀ ଅଗରୱାଲ କେଶ ଓ ତାହାର ସାହସ ଉପରେ ଆଲୋକପାତ୍ର କରିଥିଲେ ।

ସମ୍ମାନୀତ ଅତିଥି ରୂପେ ସରକାରୀ ଓକିଲ ଶ୍ରୀ ଦଣ୍ଡପାଣି ସ୍ବାଇଁ ଓ ବରିଷ୍ଠ ଆଇନଜୀବି ଶ୍ରୀ ରମେଶ ଚନ୍ଦ୍ର ମହାରଣା ଏସିଡ୍ ଆକ୍ରମଣର କାରଣ, ପ୍ରଭାବ, ସମସ୍ୟା ଓ ପ୍ରତିକାର ତଥା ସରକାରୀ ସହାୟତା ଉପରେ ଆଲୋକପାତ କରିଥିଲେ । ନୟାଗଡ଼ ସିଡିପିଓ ଜ୍ୟୋତି ରଞ୍ଜନ ସାମନ୍ତରାୟ ସାଇବର ଆଇନ ଉପରେ ପ୍ରୋଜେକ୍ଟ ଦେଖାଇ ପିଲାମାନଙ୍କୁ ବୁଝାଇଥିଲେ । ଉକ୍ତ ଶିବିରରେ କନସିଲେଟର କ୍ଷଣପ୍ରଭା କର କବିତା ମାଧ୍ଯମରେ ପିଲା ମାନଙ୍କର ମନରେ ଶକ୍ତି ସଂଚାର କରିଥିଲେ । ଉକ୍ତ ଶିବିରରେ ଆଇନଜିବୀ ପ୍ରଭାଷିନୀ ନନ୍ଦ, କାମାକ୍ଷା ପ୍ରସାଦ ଦାସ ଓ ନୟାଗଡ଼ ସଦର ଥାନା ଆଇଆଇସି ଶରତ ଚନ୍ଦ୍ର ସେଠୀ ସମ୍ମାନୀତ ଅତିଥି ରୂପେ ଯୋଗଦେଇ ବକ୍ତବ୍ୟ ରଖିଥିଲେ । ଶେଷରେ ଆଇ ଟି ଆଇ କଲେଜ ଅଧ୍ୟକ୍ଷ କାର୍ତ୍ତିରଞ୍ଜନ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ପରିଶେଷରେ ଆଇ ଟି ଆଇ କଲେଜର ଛାତ୍ର ଓ ଛାତ୍ରୀ ମାନେ ଏସିଡ୍ ଆକ୍ରମଣ ଉପରେ ଗୋଟିଏ ନାଟକ ପରିବେଷଣ କରିଥିଲା ବେଳେ ଜିଲ୍ଲା ଆଇନ ସେବା ପ୍ରାଧିକରଣର ଅଧିକାର ମିତ୍ର ମାନେ ସାଇବର ଆଇନ ଉପରେ ଏକ ନାଟକ ପରିବେଷଣ କରି ସମସ୍ତଙ୍କୁ ସଚେତନ କରିଥିଲେ । ଉକ୍ତ କାର୍ଯକ୍ରମକୁ ସଫଳୀକୃତ କରିବା ପାଇଁ ଜିଲ୍ଲା ଆଇନ ସେବା ପ୍ରାଧିକରଣର ସମସ୍ତ କର୍ମଚାରୀମାନେ ଉପସ୍ଥିତ ରହି ସମ୍ପୂର୍ଣ୍ଣ ସହଯୋଗ କରିଥିଲେ ।











