କାକଟପୁର ୨୬/୯ ( ତୁଷାର ଦୀକ୍ଷିତ ) – ଶାରଦୀୟ ପାର୍ବଣ ଦୁର୍ଗା ପୂଜା ପାଇଁ ସାରା ରାଜ୍ୟ ଚଳଚଞ୍ଚଳ, ପ୍ରତ୍ୟେକ ଅନୁଷ୍ଠାନ ଏବେ ନିଜ ନିଜ ର ପୂଜା ମଣ୍ଡପ ଆଉ ଆକର୍ଷଣୀୟ ତୋରଣ ସାଙ୍ଗକୁ ମୁଣ୍ମୟୀ ମୂର୍ତ୍ତୀ ନିର୍ମାଣ ରେ ବ୍ୟସ୍ତ ରହିଛନ୍ତି, ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ର ଦୁର୍ଗା କ୍ଲବ ଆନୁକୂଲ୍ୟରେ ଚଳିତ ବର୍ଷ ଦୁର୍ଗା ପୂଜା ୫୭ ବର୍ଷ ରେ ପଦାର୍ପଣ କରିଛି, ଯାହାକୁ ନେଇ ଆଜି ଅସ୍ତରଙ୍ଗ ପ୍ରାଥମିକ ବିଦ୍ୟାଳୟ ପରିସରରେ ଅପରାହ୍ନ ସମୟ ରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି, ଏହି ବୈଠକ ରେ ଦୁର୍ଗା କ୍ଲବ ସଭାପତି ଦିବ୍ୟଦର୍ଶୀ ବିଶ୍ୱାଳ ଙ୍କ ଅଧକ୍ଷତା କରିଥିବା ବେଳେ ଉପସଭାପତି ପ୍ରକାଶ ଚନ୍ଦ୍ର ବେହେରା,ସମ୍ପାଦକ ରବୀନ୍ଦ୍ର ପରିଡା ଓ ଅନ୍ୟ ମାନଙ୍କ ଭିତରେ ଅସ୍ତରଙ୍ଗ ଅତିରିକ୍ତ ତହସିଲଦାର ପ୍ରଭୁ ପ୍ରସାଦ ପଣ୍ଡା, ବିଡ଼ିଓ ସସ୍ମିତା ବେହେରା, ଥାନା ଅଧିକାରୀ ଦୁର୍ଗା ଚରଣ ମହାପାତ୍ର, ଅସ୍ତରଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ର ଡାକ୍ତର ଶଶୀ ଶେଖର ସେନାପତି, ଉକୁଳେଇ ବିଦ୍ୟୁତ କାର୍ଯ୍ୟାଳୟ ଅଧିକାରୀ ସନ୍ତୋଷ କୁମାର ବେହୁରା, ଅଗ୍ନିଶମ ଅଧିକାରୀ ପ୍ରହଲ୍ଲାଦ ରାୟ,ଅସ୍ତରଙ୍ଗ ସାମ୍ବାଦିକ ସଙ୍ଘ ସଦସ୍ୟ, ଦୁର୍ଗା କ୍ଲବ ଅନ୍ୟ ସଦସ୍ୟ ମାନେ ଉପସ୍ଥିତ ରହିଥିଲେ, ଚଳିତ ବର୍ଷ ପଶ୍ଚିମବଙ୍ଗ ମାୟାପୁରୀ ଇସ୍କନ ମନ୍ଦିର ର ତୋରଣ ଭକ୍ତ ମାନଙ୍କ ପାଇଁ ନୂତନ ଆକର୍ଷଣ ହେବ, ଯାହାକୁ ନେଇ ବର୍ତ୍ତମାନ ତୋରଣ କାର୍ଯ୍ୟ ଚାଲୁଛି, ଆକର୍ଷଣୀୟ ଲାଇଟ ମାଳା ସହିତ ମିନା ବଜାର ଓ ଯାତ୍ରା ପାର୍ଟି ର ଆୟୋଜନ ମଧ୍ୟ କରାଯାଇଛି, ଚଳିତ ମାସ ୨୮ ତାରିଖ ରୁ ପୂଜା ଆରମ୍ଭ ହୋଈ ଅକ୍ଟୋବର ୨ ତାରିଖ ରେ ଉଦଯାପନୀ ହେବ, ୩ ତାରିଖ ରୁ ୮ ତାରିଖ ପର୍ଯ୍ୟନ୍ତ ଓଡିଶା ର ଅନନ୍ୟ ଯାତ୍ରା ପାର୍ଟି ର ମଜା ଦର୍ଶକ ନେବେ, ଏହି ପୂଜା ରେ କେବଳ ଅସ୍ତରଙ୍ଗ ର ଦର୍ଶକ ନୁହେଁ ବରଂ କାକଟପୁର, ଚାରିଛକ, କୋଣାର୍କ, ନିମାପଡା, ଗୋପ, ଜଗତସିଂହପୁର ର ଦର୍ଶକ ମାନଙ୍କ ଭିଡ଼ ଜମେ,ଟ୍ରାଫିକ ଶୃଙ୍ଖଳା, ଅଗ୍ନି ନିୟନ୍ତ୍ରଣ, ଶ୍ରଦ୍ଧାଳୁ ଙ୍କ ଜରୁରୀ କାଳୀନ ସ୍ୱାସ୍ଥ୍ୟ ସେବା, ପ୍ରତ୍ୟେକ ବ୍ୟବସ୍ଥା କୁ ନଜର ରଖାଯିବ, ଆସୁଥିବା ମହିଳା ଭକ୍ତ କିପରି ଶୃଙ୍ଖଳା ର ସହ ଦର୍ଶନ କରିବେ, ଅସାମାଜିକ ବ୍ୟକ୍ତି ଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ, ଏହି ବ୍ୟବସ୍ଥା କୁ କ୍ଲବ କିପରି ସୁଚାରୁ ରୂପେ ତୁଲାଇବ ତାହାକୁ ନେଇ ଆଜି ପ୍ରସ୍ତୁତି ବୈଠକ ବିଭିନ୍ନ ବିଭାଗୀୟ ଅଧିକାରୀ ଙ୍କ ସହ ଆଲୋଚନା ହୋଇଛି, ହଜାର ହଜାର ଶ୍ରଦ୍ଧାଳୁ ଙ୍କ ଶୃଙ୍ଖଳିତ ଦର୍ଶନ ସହ ମିନା ବଜାର ର ମଜା ନେବେ, ସମସ୍ତ ଙ୍କ ପାଇଁ କ୍ଲବ ଯତ୍ନଶିଳ ହେବ ବୋଲି ସଭାପତି ମତାମତ ଦେଇଛନ୍ତି l
ଅସ୍ତରଙ୍ଗ ଦୁର୍ଗାପୂଜା ର ପ୍ରସ୍ତୁତି ବୈଠକ ଅନୁଷ୍ଠିତ











