ନୟାଗଡ଼,ତା-୨୫.୮.୨୬ରିଖ-ଭାସ୍କର ଚନ୍ଦ୍ର ସ୍ୱାଇଁଙ୍କ ରିପୋର୍ଟ- ଜେନଜୀ ଆନ୍ଦୋଳନକାରୀଙ୍କ ଉପରେ ଦିଲ୍ଲୀ ପୋଲିସ ଅମାନୁଷିକ ମାଡ଼ମାରିବା, ପେଲେଟ ଗନ ଚଲାଇ ଗୁଳିଚାଳନା ଘଟଣାରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ବିବୃତ୍ତି ଦାବିରେ ଦେଶର ତମାମ ବିରୋଧି ଦଳ ସଂସଦ ଅଚଳ କରି ରଖିଥିବା ବେଳେ ତରବରିଆ ଭାବେ ବିନା ଆଲୋଚନାରେ ଲୁଚାଚୋରାରେ ସାଡେଚାରିକୋଟି ଓଡ଼ିଆଙ୍କ ସମ୍ପତ୍ତି ଆମ ଖଣି-ପାଣି-କୋଇଲା-ଖଣିଜ ସମ୍ପଦ ଲୁଟି ନେବା ପାଇଁ କେନ୍ଦ୍ର ବିଜେପି ସରକାର ଯୋଜନାବଦ୍ଧ ଷଡଯନ୍ତ୍ର କରି ଗୃହୀତ କରାଇଥିବା ଏମଏମଡିଆର ଖଣି ଆଇନ ଖଣି ଓ ଖଣିଜ ବିକାଶ ନିୟନ୍ତ୍ରଣ ସଂଶୋଧିତ କଳା ଆଇନ-୨୦୨୬

ପ୍ରତ୍ୟାହାର ଦାବିରେ କଂଗ୍ରେସ ନେତୃତ୍ୱାଧୀନ ଇଣ୍ଡି ମେଣ୍ଟ ଅଂଶୀଦାର ଦଳର ଶହଶହ କାର୍ଯ୍ୟକର୍ତ୍ତା ମାନେ ସ୍ଥାନୀୟ ପୂର୍ତ୍ତ ଡାକବଙ୍ଗଳା ଠାରୁ ବିଶାଳ ଶୋଭାଯାତ୍ରାରେ ଆସି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଓ କରି ବିକ୍ଷୋଭ ପ୍ରଦର୍ଶନ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏବଂ ରାଜ୍ୟର ୨୦ ନିର୍ବାଚିତ ବିଜେପି ସାଂସଦଙ୍କ କୁଶପୁତ୍ତଳିକା ଦାହ କରି ନାରାବାଜି କରିଥିଲେ l ବିକ୍ଷୋଭ ସଭାରେ ଅଧ୍ୟକ୍ଷତା କରି ଜିଲ୍ଲା କଂଗ୍ରେସ ସଭାପତି ତଥା ବରିଷ୍ଠ ଆଇନଜୀବୀ ଶ୍ରୀ ରଣଜିତ ଦାଶ ଯୋଜନାବଦ୍ଧ ଷଡଯନ୍ତ୍ର କରି ଓଡ଼ିଆ ଅସ୍ମିତାକୁ ଡବଲଇଞ୍ଜିନ ବିଜେପି ସରକାର ଚୋରି କରି ନେଲେ,ଏଥିରେ ଓଡିଶାର ୨୦ ବିଜେପି ସାଂସଦ ରାଜ୍ୟର ସ୍ୱାର୍ଥ ବିରୁଦ୍ଧରେ ନିଃସର୍ତ୍ତ ଆତ୍ମସମର୍ପଣ କରିଥିବା ଅଭିଯୋଗ କରିଥିଲେ l ସିପିଆଇଏମ ଜିଲ୍ଲା ସମ୍ପାଦକ ବିଶ୍ୱନାଥ ମହାପାତ୍ର, ନିତ୍ୟାନନ୍ଦ ପରିଡା, ବରିଷ୍ଠ କଂଗ୍ରେସ ନେତା ହୁସେନ ଖାଁ, ସତ୍ୟବ୍ରତ ନାୟକ, ବିଭୁପ୍ରସାଦ ମିଶ୍ର,ସିପିଆଇ ଜିଲ୍ଲା ସମ୍ପାଦକ ତଥା ବରିଷ୍ଠ ଆଇନଜୀବୀ ଅମୀୟ ପଟ୍ଟନାୟକ, ବାମପନ୍ଥୀ ନେତା ପବିତ୍ର ଇନ୍ଦ୍ରଜିତ, ଗୋପୀନାଥ ଜେନା, ସରୋଜ ନାୟକ, ଭୁବନଚାନ୍ଦ ହାତୀ, ବରିଷ୍ଠ କଂଗ୍ରେସ ନେତା ଲକ୍ଷ୍ମୀଧର ତ୍ରିପାଠୀ, ଫକୀର ଚରଣ ମଲ୍ଲ,ବିନୋଦିନୀ ମହାନ୍ତି, ଲଡ଼ୁକେଶ୍ୱର ଷଡ଼ଙ୍ଗୀ, ହାସିମ ଖାଁ, ପୂର୍ଣ୍ଣଚନ୍ଦ୍ର ନାୟକ, ଅଶୋକ କୁମାର ନାୟକ,ହାଲିମ ଖାଁ, ଆଇନଜୀବୀ ଶତ୍ରୁଘ୍ନ ପାଇକରାୟ, ବାଳକୃଷ୍ଣ ଷଡ଼ଙ୍ଗୀ,ସନ୍ତୋଷ ସାହୁ, ଜିଲ୍ଲା ମହିଳା କଂଗ୍ରେସ ସଭାପତି ବୈଜୟନ୍ତିମାଳା ମହାନ୍ତି, ପ୍ରତିମା ଜେନା, ପ୍ରମୁଖ ବିଜେପି ଡବଲଇଞ୍ଜିନ ସରକାରଙ୍କ ରାଜ୍ୟ ସ୍ୱାର୍ଥ ବିରୋଧି ନୀତି ଏବଂ ପ୍ରତ୍ୟେକ ବର୍ଷ ରାଜ୍ୟ ରାଜକୋଷରୁ ପ୍ରାୟ ଏକଲକ୍ଷ କୋଟି ଟଙ୍କା କ୍ଷତି ଘଟାଇ ଓଡ଼ିଆ ଅସ୍ମିତାକୁ ଛଡାଇ ନେଇଥିବା ପ୍ରତିବାଦରେ ଏହି କଳା ଆଇନ ବାତିଲ ଦାବୀରେ କଂଗ୍ରେସ ସମେତ ସିପିଆଇଏମ, ସିପିଆଇ, ସମାଜବାଦୀ ପାର୍ଟି, ସିପିଏମଏଲ ପ୍ରମୁଖ ଦଳର ନେତୃବୃନ୍ଦ ରଣହୁଙ୍କାର ଦେଇଥିଲେ l ବିକ୍ଷୋଭ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ମୁଖ୍ୟ ଫାଟକରେ ରାଜ୍ୟ ସ୍ୱାର୍ଥବିରୋଧି କଳା ଆଇନ ବାତିଲ କରାଯାଉ ଲେଖାଥିବା ବ୍ୟାନର ଲଗାଇ ତିନିଘଣ୍ଟା ଧରି ଅଚଳ କରାଯାଇଥିଲା l ସଂଶୋଧିତ କଳା ଆଇନ ହେଵା ଦ୍ୱାରା ଓଡିଶା ରାଜ୍ୟ ସମସ୍ତ ଖଣିଜ ସମ୍ପଦ ପାଣି କୋଇଲା ବକ୍ସାଇଟ ମାଙ୍ଗାନିଜ ଉପରେ ରାଜ୍ୟବାସୀଙ୍କ ଅଧିକାର ଛଡାଇ କେନ୍ଦ୍ର ଏକଚାଟିଆ ଅଧିକାରକୁ ରାଜ୍ୟବାସୀଙ୍କୁ ସଚେତନତା ପାଇଁ ଇଣ୍ଡିମେଣ୍ଟ ବିରୋଧି ଦଳ ମାନେ ଏହି କଳା ଆଇନ ବାତିଲ ପାଇଁ ଆଗକୁ ଜୋରଦାର ଆନ୍ଦୋଳନ ହେବ, ଦରକାର ହେଲେ ଓଡିଶା ବନ୍ଦ କରାଯିବ ବୋଲି ମିଳିତ ବିବୃତିରେ କହିଛନ୍ତି l











