କାକଟପୁର, ତା ୨୭/୯ (ତୁଷାର ଦୀକ୍ଷିତ )ପୁରୀ ଜିଲା କାକଟପୁର ର ଅଧିଷ୍ଠାତ୍ରୀ ଦେବୀ ମା’ମଙ୍ଗଳାଙ୍କ ମନ୍ଦିରରେ ଆଶ୍ୱିନ ମୂଳାଷ୍ଟମୀ ତିଥିରୁ ପାରମ୍ପରିକ ପ୍ରଥାନୁସାରେ ଆରମ୍ଭ ହୋଇଛି ଶାରଦୀୟ ପାର୍ବଣ ପୂଜା। ମା ମଙ୍ଗଳା ଙ୍କୁ ଆଦ୍ୟାଶକ୍ତି ଭାବେ ବିବେଚନା କରାଯାଇଥାଏ। ଷୋଳପୂଜା ଅବସରରେ ଶନିବାର ଷଷ୍ଠୀ ତିଥି ରେ ମା ଙ୍କର କାର୍ତ୍ତିଖର୍ପର ବେଶ ବା କାତ୍ୟାୟିନୀ ବେଶ ଅନୁଷ୍ଠିତ ହୋଇଥାଏ l ଏହି ଦିନ ଦେବତା ମାନେ ମା ଦୁର୍ଗାଙ୍କୁ ଅସ୍ତ୍ର ଭାବେ କାର୍ତ୍ତି ବା ଖଣ୍ଡା ଏବଂ ଖର୍ପର କହିଲେ ରକ୍ତ ପୁର୍ଣ ପାତ୍ର ଅର୍ପଣ କରିଥିବା ବେଳେ ଆଜିର ଦିନରେ ମା ଙ୍କୁ କାର୍ତ୍ତି ଖରପର ବା କାତ୍ୟାୟନୀ ବେଶରେ ଭୁଷିତ କରାଯାଇଥାଏ l ସକାଳର ପାରମ୍ପରିକ ରୀତିନୀତି ସରିବା ପରେ ମା ଙ୍କ ପହୁଡ଼ ପକାଯାଇ କାର୍ତ୍ତି ଖରପର ବେଶରେ ସଜ୍ଜିତ କରାଯାଇଥିଲା l ଆଜିଠାରୁ ମା ଙ୍କ ଭୁଜଲାଗି କରାଯିବା ପରେ ଗୋଟିଏ ହସ୍ତରେ କାତି ଏବଂ ଅନ୍ୟ ହାତରେ ରକ୍ତ ପୁର୍ଣ ପାତ୍ର ବା ଖର୍ପର ଅର୍ପଣ କରାଯାଇଥିଲା l ମା ଙ୍କର ଚଳନ୍ତି ପ୍ରତିମା ରତ୍ନଗିରି ବିଜେ କରିବା ପରେ ବେଶପଣା ଭୋଗ କରାଯାଇ ସର୍ବସାଧାରଣ ନିମନ୍ତେ ପହୁଡ଼ ଖୋଳାଯାଇଥିଲା l ଶାରଦୀୟ ପାର୍ବଣ ପୂଜା ଷଷ୍ଠୀ ତିଥିରେ ମନ୍ଦିରରେ ଏହି ବେଶ ରେ ମା ଙ୍କୁ ଦର୍ଶନ କଲେ ଅଶେଷ ପୁଣ୍ୟ ମିଳିଥାଏ ବୋଲି କଥିତ ଅଛି । ଆଜିର ଏହି ବେଶରେ ସମସ୍ତ ପୂଜାପଣ୍ଡା ଉପସ୍ଥିତ ଥିବାବେଳେ ପୂଜାପଣ୍ଡା ସେବକ ଭାବେ ରଘୁନାଥ ଦୀକ୍ଷିତ ଏବଂ ଷୋଡ଼ଶ ଉପଚାର ପୂଜାପଣ୍ଡା ପ୍ରକାଶ ଚନ୍ଦ୍ର ପଣ୍ଡା ଙ୍କୁ ଦାୟିତ୍ୱ ଅର୍ପଣ କରାଯାଇଥିଲା ରବିବାର ମା ଙ୍କର ପ୍ରସିଦ୍ଧ ସିଂହାବାହିନୀ ବେଶ ଅନୁଷ୍ଠିତ ହେବ ବୋଲି ନୀତି ସମ୍ପାଦକ ସୂଚନା ଦେଇଛନ୍ତି
ଷଷ୍ଠୀ ତିଥିରେ ମା ଙ୍କ ର କାର୍ତ୍ତିଖର୍ପର ବା କାତ୍ୟାୟିନୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେଲେ ମା’ ମଙ୍ଗଳା











