Home / ମୁଖ୍ୟ ଖବର / ଦାଣ୍ଡମୁକୁନ୍ଦପୁର ମାବଗଳାମୁଖୀ ପୀଠ ରେ ସପ୍ତାହ ବ୍ୟାପି ବିଶ୍ୱଶାନ୍ତି ମହାଯଜ୍ଞ ଅନୁଷ୍ଠିତ ହେବ

ଦାଣ୍ଡମୁକୁନ୍ଦପୁର ମାବଗଳାମୁଖୀ ପୀଠ ରେ ସପ୍ତାହ ବ୍ୟାପି ବିଶ୍ୱଶାନ୍ତି ମହାଯଜ୍ଞ ଅନୁଷ୍ଠିତ ହେବ

img 20260211 134626

ଦାଣ୍ଡମୁକୁନ୍ଦପୁର:୧୧/୨/୨୦୨୬- ଦାଣ୍ଡମୁକୁନ୍ଦପୁର ଅବସ୍ଥିତ ପବିତ୍ର ମା ବଗଳାମୁଖୀ ପୀଠରେ ଆସନ୍ତା ୧୫ ତାରିଖ (ରବିବାର) ଠାରୁ ଏକ ସପ୍ତାହ ବ୍ୟାପି ଭବ୍ୟ ୧୪୧ କୁଣ୍ଡିୟ ନିଖିଳ ବ୍ରହ୍ମ୍ମାଣ୍ଡ ଗାୟତ୍ରୀ ଗୋମାତା ବିଶ୍ୱଶାନ୍ତି ମହାଯଜ୍ଞ ଆୟୋଜିତ ହେବାକୁ ଯାଉଛି। ଏହି ଅବସରରେ ଆଜି ପୀଠ ପରିସରରେ ଏକ ବିଶେଷ ସାମ୍ବାଦିକ ସମ୍ମିଳନୀ ଆୟୋଜିତ ହୋଇଥିଲା, ଯେଉଁଠାରେ ଯଜ୍ଞ ସମ୍ପର୍କିତ ସମସ୍ତ ପ୍ରସ୍ତୁତି ଓ କାର୍ଯ୍ୟସୂଚୀ ବିଷୟରେ ଖୋଲାଚର୍ଚ୍ଚା କରାଯାଇଥିଲା।

282471

ସମ୍ମିଳନୀରେ ପଣ୍ଡିତ ପୂର୍ଣ୍ଣଚନ୍ଦ୍ର ମିଶ୍ର, ସୁଦର୍ଶନ ମିଶ୍ର, ଘନଶ୍ୟାମ ମିଶ୍ର, ଦିବାକର ମିଶ୍ର, ରାଜକିଶୋର ମିଶ୍ର ଓ ବିଜୟଚନ୍ଦ୍ର ମିଶ୍ର ପ୍ରମୁଖ ଉପସ୍ଥିତ ରହି ମହାଯଜ୍ଞର ଆଧ୍ୟାତ୍ମିକ ମହତ୍ତ୍ୱ ଓ ଲୋକକଳ୍ୟାଣମୂଳକ ଉଦ୍ଦେଶ୍ୟ ସମ୍ପର୍କରେ ମତ ପ୍ରକାଶ କରିଥିଲେ। ସେମାନେ କହିଥିଲେ ଯେ, ବିଶ୍ୱଶାନ୍ତି, ଗୋସୁରକ୍ଷା ଓ ମାନବ କଳ୍ୟାଣକୁ ମୁଖ୍ୟ ଲକ୍ଷ୍ୟ କରି ଏହି ବିଶାଳ ଯଜ୍ଞର ଆୟୋଜନ କରାଯାଇଛି।

282304

ଆୟୋଜକ କମିଟିର ଅଧ୍ୟକ୍ଷ ପଣ୍ଡିତ ଦେବାଶିଷ ନନ୍ଦ ସୂଚନା ଦେଇ କହିଥିଲେ ଯେ, ଏହି ମହାଯଜ୍ଞରେ ଓଡିଶା ବାହାରୁ ପ୍ରାୟ ୨୯୦ ଜଣ ପାରଙ୍ଗତ ବୈଦିକ ବ୍ରାହ୍ମଣ ଓ ରାଜ୍ୟ ତଥା ପୁରୀ ଅଞ୍ଚଳରୁ ପ୍ରାୟ ୩୮୦ ଜଣ ବ୍ରାହ୍ମଣ ଯଜ୍ଞ କାର୍ଯ୍ୟରେ ସକ୍ରିୟ ଭାଗ ନେବେ। ଶାସ୍ତ୍ରୋକ୍ତ ପଦ୍ଧତିରେ ୧୪୧ଟି କୁଣ୍ଡରେ ମନ୍ତ୍ରୋଚ୍ଚାରଣ ସହ ଯଜ୍ଞ କାର୍ଯ୍ୟ ସମ୍ପନ୍ନ ହେବ। ସପ୍ତାହ ବ୍ୟାପି ଏହି ଆଧ୍ୟାତ୍ମିକ ଆୟୋଜନ ସହ ପ୍ରତିଦିନ ଓଡ଼ିଆ ସଂସ୍କୃତିକ ଐତିହ୍ୟକୁ ଉଜାଗର କରିବା ପାଇଁ ଗୋଟିପୁଆ ନୃତ୍ୟ, ମାହାରୀ ନୃତ୍ୟ, ଓଡିଶୀ ନୃତ୍ୟ, ଭଜନ ସନ୍ଧ୍ୟା ଓ ଧାର୍ମିକ ପ୍ରବଚନ ଆଦି କାର୍ଯ୍ୟକ୍ରମ ଆୟୋଜିତ ହେବ। କମିଟି ସଭ୍ୟ ପ୍ରଶାନ୍ତ ମହାନ୍ତି ଓ ପ୍ରଦୀପ ତ୍ରିପାଠୀ ଏହା ସମ୍ପର୍କରେ ବିସ୍ତୃତ ତଥ୍ୟ ଦେଇଥିଲେ।

img 20260211 134626[1]

ଭକ୍ତମାନଙ୍କ ସୁବିଧାକୁ ମନେରଖି ପ୍ରତ୍ୟେକ ଦିନ ପ୍ରାୟ ୨୦ ହଜାର ଭକ୍ତଙ୍କ ପାଇଁ ମହାପ୍ରସାଦ ବ୍ୟବସ୍ଥା କରାଯାଇଛି। ଏହା ସହ ୨ ହଜାର ମାନସିକ କଳସ ସହ ଏକ ଭବ୍ୟ କଳସ ଶୋଭାଯାତ୍ରା ଆୟୋଜନ କରାଯିବ, ଯେଉଁଥିରେ ଓଡ଼ିଶାର କଳା, ସଂସ୍କୃତି ଓ ପାରମ୍ପରିକ ଐତିହ୍ୟର ମନୋହର ଝଲକ ପ୍ରଦର୍ଶିତ ହେବ। ଏହି ଶୋଭାଯାତ୍ରା ଅଞ୍ଚଳରେ ଏକ ଆଧ୍ୟାତ୍ମିକ ଓ ସାମ୍ପ୍ରଦାୟିକ ପରିବେଶ ସୃଷ୍ଟି କରିବ ବୋଲି ଆଶା କରାଯାଉଛି।

img 20260211 141404

ସପ୍ତାହ ବ୍ୟାପି ଆୟୋଜିତ ହେବାକୁ ଥିବା ଏହି ମହାଯଜ୍ଞରେ ଓଡିଶାର ବିଭିନ୍ନ କ୍ଷେତ୍ରର ବିଶିଷ୍ଟ ବ୍ୟକ୍ତିବିଶେଷ ଓ ଧାର୍ମିକ ନେତୃତ୍ୱମାନେ ଯୋଗଦେବେ ବୋଲି ଜଣାପଡ଼ିଛି। ଯଜ୍ଞ ପରିବେଶ ମଧ୍ୟରେ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ବିଭିନ୍ନ ବେଶ ପ୍ରଦର୍ଶନ ମଧ୍ୟ ଭକ୍ତମାନଙ୍କ ପାଇଁ ବିଶେଷ ଆକର୍ଷଣ ହେବ। ଏହି ବିଶାଳ ଆଧ୍ୟାତ୍ମିକ ଆୟୋଜନକୁ ସଫଳ କରିବା ପାଇଁ ସ୍ଥାନୀୟ ସେବାୟତ, ସ୍ୱେଚ୍ଛାସେବୀ ଓ ଯୁବ ସମାଜ ସକ୍ରିୟ ଭାବେ ଯୋଗଦେଇଛନ୍ତି। କାର୍ଯ୍ୟକ୍ରମର ପ୍ରଚାର-ପ୍ରସାର ପାଇଁ ବରିଷ୍ଠ ସାମ୍ବାଦିକ ଗୌରଚନ୍ଦ୍ର ମହାପାତ୍ର, ସମରେନ୍ଦ୍ର ରାଉତ ଓ ଗୌତମ ମିଶ୍ରଙ୍କୁ ଦାୟିତ୍ୱ ଦିଆଯାଇଛି। ସମସ୍ତ ଭକ୍ତଜନଙ୍କୁ ଏହି ମହାଯଜ୍ଞରେ ସାମିଲ ହୋଇ ଆଧ୍ୟାତ୍ମିକ ଶାନ୍ତି ଓ ଆଶୀର୍ବାଦ ଲାଭ କରିବା ପାଇଁ ଆୟୋଜକମଣ୍ଡଳୀ ପକ୍ଷରୁ ଆହ୍ୱାନ ଜଣାଇଯାଇଛି।

SPREAD YOUR LOVE WITH YOUR FRIENDS AND FAMILY

Leave a Reply