Home / ମୁଖ୍ୟ ଖବର / ବିଏଫ୍ଆଇ କପ ପୁରୀ ବକ୍ସିଂ ଏକାଡେମୀ ରୁ ଚାରି

ବିଏଫ୍ଆଇ କପ ପୁରୀ ବକ୍ସିଂ ଏକାଡେମୀ ରୁ ଚାରି

whatsapp image 2025 09 29 at 17.18.10 bce0f46a

ଆସନ୍ତା ୦୧ ରୁ ୭ ଅକ୍ଟୋବର ପ୍ରଯନ୍ତ ମହାତ୍ମା ଗାନ୍ଧୀ ଅଡିଟୋରିମ୍, ଭି ଆଇ ଟି ଚେନ୍ନାଇ ଠାରେ ଭାରତୀୟ ମୁଷ୍ଟିଯୁଦ୍ଧ ମହାସଂଘ ଦ୍ୱାରା ପ୍ରଥମ ଥର ପାଇଁ ଆୟୋଜିତ ହେବାକୁ ଯାଉଥିବା ବିଏଫ୍ଆଇ କପ ୨୦୨୫ ରେ ପୁରୀ ବକ୍ସିଂ ଏକାଡେମୀର ଚାରି ଜଣ ପ୍ରଶିକ୍ଷାର୍ଥୀମାନେ ଅଂଶଗ୍ରହଣ କରିବାକୁ ମନୋନୀତ ହୋଇଛନ୍ତି।

whatsapp image 2025 09 29 at 17.18.11 6a8fc865

ସେମାନେ ହେଲେ ବରିଷ୍ଟ ପୁରୁଷ ବର୍ଗରେ ଅକ୍ଷୟ ନାୟକ (୫୫ ରୁ ୬୦ କେଜି), ସ୍ମାରକ ରଞ୍ଜନ ସାହୁ (୬୫ ରୁ ୭୦ କେଜି) , ବରିଷ୍ଠ ମହିଳା ବର୍ଗରେ ସୁନିତା ଜେନା ( ୭୦-୭୫ କେଜି), ରାକ୍ଷୀ ସ୍ୱାଇଁ (୮୦+ କେଜି) ମନୋନୀତ ହୋଇଛନ୍ତି। ରବିବାର ଖେଳାଳି ମାନେ ରେଳଯାତ୍ରା ଆରମ୍ଭ କରିଛନ୍ତି।

ଖେଳାଳିଙ୍କ ସଫଳତା କାମନା କରି ଓଡିଶା ଅଲମ୍ପିକ ସଙ୍ଘ ସଭାପତି ସମୀର ମହାନ୍ତି, ଓଡିଶା ଅଲମ୍ପିକ ସଙ୍ଘ କୋଷାଧ୍ୟକ୍ଷ ରବି ଶଙ୍କର ପ୍ରତିହାରୀ, ପୂର୍ବତନ ବିଧାୟକ ଜୟନ୍ତ କୁମାର ଷଡ଼ଙ୍ଗୀ,ସାଂସଦ ସମ୍ବିତ ପାତ୍ର, ଜିଲ୍ଲା କ୍ରୀଡା ଅଧିକାରୀ ଚନ୍ଦନ କୁମାର ସାହୁ , ଅନୀଲ ଗୋଚ୍ଛିକାର, ବିନୋଦ ସିଂ, ବିଶ୍ୱଭୂଷଣ ପଣ୍ଡା, ପ୍ରଦୀପ ଦାସ, ପୁରୀ ବକ୍ସିଂ ଏକାଡେମୀର ପ୍ରତିଷ୍ଠାତା ସୁଦର୍ଶନ ସାହୁ ପ୍ରମୁଖ ଶୁଭେଚ୍ଛା ଜଣାଇଛନ୍ତି।

SPREAD YOUR LOVE WITH YOUR FRIENDS AND FAMILY

Leave a Reply