Home / ମୁଖ୍ୟ ଖବର / ଶ୍ରୀକ୍ଷେତ୍ର ଶକ୍ତି ପୀଠ ର ସ୍ୱତନ୍ତ୍ରତା

ଶ୍ରୀକ୍ଷେତ୍ର ଶକ୍ତି ପୀଠ ର ସ୍ୱତନ୍ତ୍ରତା

whatsapp image 2025 09 29 at 19.51.36 efcfa655

ପୁରୀ, ୨୯/୯ : ରାଜ୍ୟସ୍ତରୀୟ ସମ୍ମିଳିତ ଲେଖକ ମଞ୍ଚ ଓଡ଼ିଶା ଓ ସମତା ସାହିତ୍ୟ ସମିତିର ମିଳିତ ଆନୁକୂଲ୍ୟରେ ନବରାତ୍ରି ଶୀର୍ଷକ ରାଜ୍ୟ ସ୍ତରୀୟ ଆଲୋଚନା ଚକ୍ର କୁଳମଣି ଭବନ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ପ୍ରାଧ୍ୟାପକ ଲଷ୍ମୀ ପ୍ରସାଦ ମିଶ୍ର ଅଧ୍ୟକ୍ଷତା କରିଥିଲେ । ଅତିଥି ଭାବେ ଶ୍ରୀଜଗନ୍ନାଥ ଙ୍କ ଚୁନେରା ସେବକ ଡାକ୍ତର ଶରତ କୁମାର ମହାନ୍ତି ଯୋଗ ଦେଇ କହିଲେ ଭାରତ ବର୍ଷରେ ଯେତେ ଶକ୍ତି ପୀଠ ରହିଛି ତନ୍ମଧ୍ୟରେ ଶ୍ରୀକ୍ଷେତ୍ର ଏକ ସ୍ୱତନ୍ତ୍ରତା ବହନ କରେ l ପ୍ରତେକ ସ୍ଥାନରେ ନବରାତ୍ରି ସମୟରେ ନବଦୁର୍ଗା ଙ୍କୁ ଆରାଧନା କରାଯାଉଥିବା ବେଳେ ଶ୍ରୀକ୍ଷେତ୍ରରେ ଦୁର୍ଗା ଏବଂ ମାଧବ ଙ୍କୁ ଏକତ୍ର ଉପାସନା କରାଯାଏ l ଏହାକୁ ଦୁର୍ଗାମାଧବ ଉପାସନା ବା ଶାକ୍ତ ଗୁଣ୍ଡିଚା କୁହାଯାଏ l ବିଜୟା ଦଶମୀ (ଦଶହରା) ଦିନ ଦେବୀଙ୍କୁ ପ୍ରଦାନ କରାଯାଇଥିବା ଦିବ୍ୟ ଆୟୁଧ ମାନେ ମହାପ୍ରଭୁଙ୍କ ରାଜାଧି ରାଜେ ରାଜେଶ୍ୱର ବେଶରେ ଶ୍ରୀହସ୍ତରେ ପ୍ରଦାନ କରାଯିବା ସହିତ ମା ସୁଭଦ୍ରାଙ୍କ ର କର୍ଣ୍ଣ ଅଳଙ୍କାର ତଡ଼ାଗି ମଧ୍ୟ ଲାଗି କରାଯାଏ l ଏହାପରେ ଦୁର୍ଗାମାଧବ, ମଦନମୋହନ ଏବଂ ରାମକୃଷ୍ଣ କୃଷ୍ଣ ବୀର ବେଶରେ ସଜ୍ଜିତ ହୋଇ ନିଜ ନିଜର ବିମାନ ଆରୋହଣ ପୂର୍ବକ ବଡ଼ ଦେଉଳକୁ ଗୋଟିଏ ଥର ପ୍ରଦକ୍ଷଣ କରି ଦଶହରା ପଡିଆକୁ ବା ମହାଖଳାକୁ ବିଜେ କରନ୍ତି l ସେଠାରେ ଶୀତଳ ଭୋଗ ସମାପନ ପରେ ବଡ଼ ଦେଉଳକୁ ବାହୁଡା଼ ବିଜେ କରନ୍ତି ବୋଲି ମତ ପ୍ରକାଶ କରିଥିଲେ l ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ଆଇନୀଜୀବୀ ପୁଷ୍କର ମହାପାତ୍ର, ଡ ପ୍ରମୋଦ କୁମାର ଦଳାଇ, ପ୍ରାଧ୍ୟାପକ ପ୍ରମୋଦ କୁମାର ପଣ୍ଡା, ଶିକ୍ଷାବିତ୍ ସୁଚରିତା ପ୍ରତିହାରୀ, ନିର୍ମଳା ଫାତେସିଂ, ଡକ୍ଟର ଦିଲ୍ଲୀପ ସେନାପତି ପ୍ରମୁଖ ମଞ୍ଚାସିନ ଥିଲେ l ପ୍ରାରମ୍ଭରେ ସାମ୍ବାଦିକ ଲଷ୍ମୀ ନାରାୟଣ ପଟ୍ଟନାୟକ ଆଲୋଚନା ଚକ୍ର ର ଆଭିମୁଖ୍ୟ ବର୍ଣ୍ଣନା କରିଥିଵା ବେଳେ ସନ୍ଦୀପ କର୍ମକାର ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ ଆଲୋଚନା ଚକ୍ରରେ ପଣ୍ଡିତ ସଦାଶିବ ମିଶ୍ର, ଅଧ୍ୟାପକ ଅଶୋକ କୁମାର ମିଶ୍ର, ଶିକ୍ଷାବିତ ସୁନନ୍ଦା ମହାନ୍ତି, ପ୍ରଭାତ ଚନ୍ଦ୍ର ରଥ, ଶିକ୍ଷାବିତ ଦୀପ୍ତି ମିଶ୍ର, ବିପିନ ବିହାରୀ ଦଳାଇ, ଗୋଲକ ଚନ୍ଦ୍ର ଜେନା , ପ୍ରଶାନ୍ତ କୁମାର ଦାସ, ସତ୍ୟଭାମା ନାୟକ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ l ପରିଶେଷରେ ଅଧିବକ୍ତା ଭାଗବତ ପ୍ରସାଦ ପଟ୍ଟନାୟକ ଧନ୍ୟବାଦ୍ ଅର୍ପଣ କରିଥିଲେ ।

SPREAD YOUR LOVE WITH YOUR FRIENDS AND FAMILY

Leave a Reply