Home / ମୁଖ୍ୟ ଖବର / ପ୍ରାଚୀ ଗୁରୁ ଧର୍ମ କ୍ଷେତ୍ର ରେ ପାର୍ବଣ ପୂଜା ସମାପନ

ପ୍ରାଚୀ ଗୁରୁ ଧର୍ମ କ୍ଷେତ୍ର ରେ ପାର୍ବଣ ପୂଜା ସମାପନ

whatsapp image 2025 09 30 at 18.18.23 4d5af974

ପୁରୀ,୩୦/୯, ସର୍ବ ଧର୍ମ ପୀଠ ପ୍ରାଚୀ ଗୁରୁ ଧର୍ମ କ୍ଷେତ୍ର ର ଅଧିଷ୍ଠାତ୍ରୀ ଦେବୀ ମା ଶ୍ୟାମାକାଳୀ ଓ ଦକ୍ଷିଣକାଳୀ ଙ୍କ ଷୋହଳ ଦିନ ବ୍ୟାପି ପାର୍ବଣ ପୂଜା ଗତକାଲି ଅଷ୍ଟମୀ ତିଥିରେ ମହା ଆଡ଼ମ୍ବରରେ ପାଳିତ ହୋଇଯାଇଛି। ଆଶ୍ରମ ର ମୁଖ୍ୟ ବାବାଜୀ ଦାମୋଦର ଦାସ ଙ୍କ ତତ୍ତ୍ଵାବଧାନରେ ପ୍ରତ୍ୟେକ ଦିନ ମା’ଙ୍କୁ ଷୋଡ଼ଶ ଉପଚାରରେ ପୂଜାର୍ଚ୍ଚନା , ଚଣ୍ଡୀ ପାଠ, ଓ ପାର୍ଶ୍ଵ ଦେବୀ ମା ବଗଳାମୁଖୀ, ମା ଭୁବନେଶ୍ଵରୀ,ମା ଧୂମାବତୀ, ମା ଛିନ୍ନ ମସ୍ତା, ମା ମାତଙ୍ଗା,ମା କମଳା,ମା ତ୍ରିପୁରା, ମା ଷୋଡ଼ଶୀ, ମା ଭୈରବୀ,ମା ତାରା ଦେବୀ ମାନଙ୍କୁ ରୀତି ନୀତି ଅନୁଯାୟୀ ଷୋଡ଼ଶ ଉପଚାରରେ ପୂଜା ହୋଇଥିଲା। ପ୍ରତ୍ୟେକ ଦିନ ମା’ଙ୍କୁ ଦର୍ଶନ କରିବା ପାଇଁ ଭକ୍ତଙ୍କ ସମାବେଶ ଦେଖିବାକୁ ମିଳିଥିଲା ।

whatsapp image 2025 09 30 at 18.18.22 99dc1981

ସମସ୍ତ ଶ୍ରଦ୍ଧାଳୁ, ଭକ୍ତମାନେ ଆନନ୍ଦରେ ପ୍ରସାଦ ପାଇ , ମା’ଙ୍କ ନିକଟରେ ନିଜର କୃପା ଭିକ୍ଷା ଲାଭ କରିଥିଲେ । ଚଳିତ ମାସ ମୂଳାଷ୍ଟମୀ ତିଥିରୁ ଆରମ୍ଭ ହୋଇ ପାର୍ବଣ ପୂଜା ଗତକାଲି ଅଷ୍ଟମୀ ତିଥିରେ ପଣ୍ଡିତ ଶରତ ମିଶ୍ର ମା’ଙ୍କ ସନ୍ଧି ପୂଜା କରିଥିଲେ। ରାତ୍ର ରେ ଅଖଣ୍ଡ ନାମ ସଂକୀର୍ତ୍ତନ ଓ ଅଖଣ୍ଡ ଭଜନ ରେ ପ୍ରେମାଚାର୍ୟ ମଧୁସୂଦନ ଙ୍କ ରଚିତ ଭଜନ କୁ ବାବାଜୀ ଅକ୍ଷୟ କୁମାର ଦାସ, ବାବାଜୀ ଦିବାକର ଦସ,ସେବିକା ସବିତା ଦାସ, ଶାନ୍ତି ମା,ଅନୁ ମା, ମିନା ମା, ହର୍ଷ ମା, ସବିତା ମା, ବାସନ୍ତୀ ମା, ସନ୍ତୋଷ ସାହୁ, ଟୁଲୁ ଦଳେଇ, ଧୋବେଇ ଭାଇ, ଟୁନିଆ ଭାଇ ପ୍ରମୁଖ ଗାନ କରି ଥିଲେ। ଏହି ଷୋଳ ଦିନ ବ୍ୟାପୀ ପାର୍ବଣ ପୂଜାକୁ ଡାକ୍ତର ରତ୍ନା କର ମହାନ୍ତି, ନୀଳମଣି ସାହୁ, ପ୍ରୀତି ରଞ୍ଜନ ଦାସ, ମହେଶ ସାହୁ,ବ୍ରଜଭାଇ ,ସୁର ଭାଇ , ରମେଶ ଭାଇ, ଗୋବିନ୍ଦ ଭାଇ,ଅଭି ଭାଇ, ଚରଣ ଭାଇ , ପ୍ରମୁଖ ପରିଚାଳନା କରିଥିଲେ। ଆଶ୍ରମ ରେ ପାଳନ ହେଉଥିବା ୩୦ ପର୍ବ ରୁ ଏହି ପାର୍ବଣ ପୂଜା ଅନ୍ୟତମ, ବ୍ରାହ୍ମଣ ଦେବତା ଙ୍କ ଦ୍ଵାରା ରାତ୍ର ୩ଟା ରେ ହୋମ ଯଜ୍ଞ ପରେ ମା’ ଙ୍କ ନିକଟରେ ପାଣି କଖାରୁ ବଳି ଦିଆ ଯାଇଥିଲା

whatsapp image 2025 09 30 at 18.18.24 cfb3ac8e
SPREAD YOUR LOVE WITH YOUR FRIENDS AND FAMILY

Leave a Reply