Home / ମୁଖ୍ୟ ଖବର / ଗାନ୍ଧିଜୀ ଓ ଶାସ୍ତ୍ରୀଜୀଙ୍କ ଜୟନ୍ତୀ ପାଳିତ

ଗାନ୍ଧିଜୀ ଓ ଶାସ୍ତ୍ରୀଜୀଙ୍କ ଜୟନ୍ତୀ ପାଳିତ

whatsapp image 2025 10 02 at 19.58.24 44218c8b

ପୁରୀ ୨/୧୦/୨୦୨୫ -ନି:ପ୍ର – ଗାନ୍ଧିଜୀ ଓ ଶାସ୍ତ୍ରୀଜୀଙ୍କ ଜୀବନ ଆଦର୍ଶ ଚିର ଅମର।ସେମାନଙ୍କ ବିଚାର ଧାରା ସମଗ୍ର ପୃଥିବୀ କୁ ମାର୍ଗଦର୍ଶନ ଦେଇ ଚାଲିଥିବ ବୋଲି କହିଛନ୍ତି ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ଶରତ ଚନ୍ଦ୍ର ବେହେରା।ଆଜି ପୂର୍ବାହ୍ନରେ ସଦଭାବନା ସଭାଗୃହ ଠାରେ ପୁରୀ ଜିଲ୍ଲା ସ୍ତରୀୟ ଗାନ୍ଧିଜୀଙ୍କ ୧୫୬ ତମ ଓ ଶାସ୍ତ୍ରୀଜୀ ଙ୍କ ୧୨୧ ତମ ଜୟନ୍ତୀ ପାଳିତ ହୋଇଥିଲା।ଅତିଥି ମାନେ ଦୁଇ ମହାପୁରୁଷ ଙ୍କ ଫଟୋ ଚିତ୍ର ରେ ମାଲ୍ୟାର୍ପଣ ସହ ପ୍ରଦୀପ ପ୍ରଜ୍ବଳନ କରିଥିଲେ।

whatsapp image 2025 10 02 at 19.56.16 f0e5e7db

ଏଥିରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ବେହେରା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଆଜିର ଦିନ ରେ ଜନ୍ମ ହୋଇ ଥିବା ଦୁଇ ମହାପୁରୁଷ ଙ୍କ ଜୀବନୀ ଆମକୁ ସତ୍ୟ, ନ୍ୟାୟ ଓ ଅହିଂସା ପଥରେ ଯିବାର ପ୍ରେରଣା ଦେଉଛି।ରାଜା ହରିଶ୍ଚନ୍ଦ୍ର,ଶ୍ରବଣ କୁମାର ଓ ନିଜ ମା ଙ୍କ ଜୀବନୀ ଓ ଆଦର୍ଶ ଗାନ୍ଧିଜୀଙ୍କୁ ଅନୁପ୍ରାଣିତ କରିଥିଲା।ପ୍ରତେକ ଙ୍କ ମଧ୍ୟରେ ପ୍ରତିଭା ରହିଛି।ଏହାର ବିକାଶ ତାଙ୍କୁ ଶ୍ରେଷ୍ଠ କରିଥାଏ।ଗାନ୍ଧୀଙ୍କ ସ୍ବଦେଶୀ ଅଭିଯାନ ଏବେବି ସମସ୍ତଙ୍କୁ ପ୍ରଭାବିତ କରିଛି। ସମଗ୍ର ବିଶ୍ବ ଗାନ୍ଧିଜୀଙ୍କ ଅହିଂସା ମନ୍ତ୍ର କୁ ଗ୍ରହଣ କରିପାରିଲେ ଏହା ବିଶ୍ବ ଶାନ୍ତି ରେ ସହାୟକ ହୋଇ ପାରିବ ବୋଲି ସେ କହିଥିଲେ।ଏଥିରେ ଯୋଗ ଦେଇ ଉପ ଜିଲ୍ଲାପାଳ ରାଜ କିଶୋର ଜେନା ଓ ସର୍ବୋୟ ସମିତିର ସଭାପତି ଉମା ବଲ୍ଲଭ ମହାପାତ୍ର ଉଭୟ ଗାନ୍ଧିଜୀ ଓ ଶାସ୍ତ୍ରୀଜୀଙ୍କ ଜୀବନକୁ ଅନୁଧ୍ୟାନ କଲେ ସରଳ ଜୀବନ ହିଁ ସଫଳ ଜୀବନ ବୋଲି ସମସ୍ତେ ଜାଣି ପାରନ୍ତି।ବିଶ୍ବ ଥିବା ଯାଏଁ ଗାନ୍ଧୀଜୀ ଓ ଶାସ୍ତ୍ରୀଜୀ ଙ୍କ ଆଦର୍ଶ ଓ ବିଚାରଧାରା ସମଗ୍ର ମାନବ ଜାତି କୁ ଅନୁପ୍ରାଣିତ କରି ଚାଲିଥିବ ବୋଲି ସେ କହିଥିଲେ। ସମାଜସେବୀ ତଥା ଗାନ୍ଧୀବାଦି ଗୌରାଙ୍ଗ ଚରଣ ପରିଡା ମୁଖ୍ୟ ବକ୍ତା ଭାବେ ଯୋଗ ଦେଇ ଗାନ୍ଧିଜୀ ଓ ଶାସ୍ତ୍ରୀଜୀଙ୍କ ଜୀବନୀ ଉପରେ ବିସ୍ତୃତ ଆଲୋଚନା କରିବା ସହ ଆମ ପ୍ରତ୍ୟେକ ଙ୍କ ମଧ୍ୟରେ ଉଭୟ ମହାପୁରୁଷଙ୍କ ବିଚାରଧାରା ରହିଛି। ଏହାକୁ ଜାଗ୍ରତ କରି ବିଶ୍ବ କୁ ମଙ୍ଗଳମୟ କରିବାକୁ ଆହ୍ଵାନ ଦେଇଥିଲେ।ସୂଚନା ଓ ଲୋକ ସମ୍ପର୍କ ଉପ ନିର୍ଦ୍ଦେଶକ ସନ୍ତୋଷ କୁମାର ସେଠୀ ଏଥିରେ ଅଧ୍ୟକ୍ଷତା କରିବା ସହ ସମସ୍ତଙ୍କୁ ସ୍ବାଗତ କରି ଦୁଇ ମହାପୁରୁଷ ଆମ ସମସ୍ତ ଙ୍କ ପ୍ରେରଣାର ଉତ୍ସ ବୋଲି କହିଥିଲେ।ପରେ ପୂର୍ବରୁ ଅନୁଷ୍ଠିତ ବିବିଧ ପ୍ରତିଯୋଗିତାର କୃତି ପ୍ରତିଯୋଗୀ ଙ୍କୁ ଅତିଥି ମାନେ ପୁରସ୍କୃତ କରିଥିଲେ।ଶେଷରେ ଜିଲ୍ଲା ସଂସ୍କୃତି ଅଧିକାରୀ ହେମନ୍ତ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ।ପ୍ରାରମ୍ଭରେ ସର୍ବୋଦୟ ମେଳା ସମିତି ର ସମ୍ପାଦକ ଶିବ ପ୍ରସାଦ ମିଶ୍ର ଓ ହାଜି ଜେଡ ଆବେଦିନ ସର୍ବଧର୍ମ ପ୍ରାର୍ଥନା କରିଥିଲେ।କାର୍ଯ୍ୟକ୍ରମ ରେ ବିଭିନ୍ନ ବିଭାଗର ଅଧିକାରୀ,କର୍ମଚାରୀ,ଶିକ୍ଷକ, ଶିକ୍ଷୟିତ୍ରୀ,ବରିଷ୍ଠ ନାଗରିକ ଓ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ। ପ୍ରତ୍ୟୁଷ ୪.୩୦ ରୁ ଡାକବାଜି ଯନ୍ତ୍ର ମାଧ୍ୟମରେ ସହର ମଧ୍ୟରେ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ରାମଧୂନ ପରିବେଷଣ କରାଯାଇଥିଲା।ସକାଳ ୭ ଘଟିକା ରେ ଗାନ୍ଧୀଘାଟ ଠାରେ ମହାତ୍ମାଗାନ୍ଧୀ ଙ୍କ ପ୍ରତମୂର୍ତ୍ତିରେ ମାଲ୍ୟାର୍ପଣ ଅନୁଷ୍ଠିତ ହୋଇଥିଲ।

SPREAD YOUR LOVE WITH YOUR FRIENDS AND FAMILY

Leave a Reply