ନୟାଗଡ : – ତା ୦୨/୧୦/୨୦୨୫ – ଭାସ୍କର ଚନ୍ଦ୍ର ସ୍ବାଇଁଙ୍କ ରିପୋର୍ଟ -ଆଦି କର୍ମଯୋଗୀ ଅଭିଯାନ ଏକ ପ୍ରୟାସ ଯାହାର ବିକଶିତ ଭାରତ ଗଠନରେ ପ୍ରମୁଖ ଭୁମିକା ଅଛି । ଯହିଁରେ ସରକାରଙ୍କ ଦାୟିତ୍ବ ହେଉଛି ଅନୂସୁଚିତ ଜନଜାତି ଗ୍ରାମଗୁଡିକରେ ସମସ୍ତ ସୁବିଧା ପହଞ୍ଚାଇବା ସହ ସାମଗ୍ରିକ ବିକାଶ ଦିଗରେ କାର୍ଯ୍ୟ କରିବା ।

ସରକାରୀ କର୍ମଚାରୀଙ୍କ ସେବା ,ସମର୍ପଣ ଓ ସଙ୍କଳ୍ପ ମନୋଭାବ ହେଉଛି ଆଦି କର୍ମଯୋଗୀ ଅଭିଯାନର ମୂଖ୍ୟ ଲକ୍ଷ୍ୟ | ଭାରତ ସରକାରଙ୍କ ଆଦିବାସୀ ମନ୍ତ୍ରଣାଳୟ ତରଫରୁ ଧରିତି ଆବା- ଜନଜାତି ଗ୍ରାମ ଉତ୍କର୍ଷ ଅଭିଯାନ ଦ୍ବାରା ଆମ ନୟାଗ଼ଡ ଜିଲ୍ଲାର ଦଶପଲ୍ଲା, ଗଣିଆ ଓ ନୂଆଗାଁ ବ୍ଲକର ମୋଟ ୨୦ ଗୋଟି ପଞ୍ଚାୟତର ସମୁଦାୟ ୧୧୩ ଜନଜାତି ବହୁଳ ଗ୍ରାମକୁ ଆଦି କର୍ମଯୋଗୀ ଅଭିଯାନରେ ସାମିଲି କରାଯାଇଛି । ଦଶପଲ୍ଲା ବ୍ଲକର ବାଣିଗୋଛା, କୁଜାମେଣ୍ଢି, ଡୁଡା, କୁଲୁରୁକୁମ୍ପା, ଚଢେୟାପଲ୍ଲି, କଳସକମଣ, ନୂଆଗାଁ,ଖମାରସାହି, ତେଣ୍ଡାବାଡି, ଭୋଗବାଡି, ପୋଖରୀଗୋଛା, ତୁମ୍ମାଣ୍ଡି, ସାରିଗଣ୍ଡା, ଟାକରା, ଗୋଳାହାଣ୍ଡି, ସିମିଳିସାହି , ଘୁଗୁଡିପଡା , ନଛିପୁର ଏବଂ ନୂଆଗାଁ ବ୍ଲକର ଗୁମ୍ମି ସହ ଗଣିଆ ବ୍ଲକର ବଡସିଲିଙ୍ଗା ପଞ୍ଚାୟତ ଅନ୍ତର୍ଭୁକ୍ତ ଅଟନ୍ତି । ଧରିତ୍ରୀ ଆବା ଜନଜାତି ଉତ୍କର୍ଷ ଗ୍ରାମର ସାମଗ୍ରିକ ବିକାଶ ନିମନ୍ତେ ସମସ୍ତ ବିଭାଗର ସହମତିରେ ପ୍ରତ୍ୟକ ଗ୍ରାମ ପାଇଁ ଏକ ଗ୍ରାମ ପଞ୍ଚାୟତ ବିକାଶ ଯୋଜନା ପ୍ରସ୍ତୁତି ସହ ଅକ୍ଟୋବର ୨ ତାରିଖରେ ଧରିତ୍ରୀ ଆବା ଜନଜାତି ଉତ୍କର୍ଷ ଗ୍ରାମର ଗ୍ରାମ ପଞ୍ଚାୟତ ବିକାଶ ଯୋଜନା ସେହି ପଞ୍ଚାୟତର ଗ୍ରାମ ସଭାରେ ଅନୁମୋଦନ କରାଯିବ । ଆଦି କର୍ମଯୋଗୀ ଅଭିଯାନ ଏକ କେନ୍ଦ୍ର ସରକାରଙ୍କ ପ୍ରମୁଖ କାର୍ଯକ୍ରମ ଯହିଁରେ ନିମ୍ନଲିଖିତ ଯୋଜନା ଗୁଡିକ ଅନ୍ତର୍ଭୁକ୍ତ –
ଧରିତ୍ରୀ ଆବା ଜନଜାତି ଗ୍ରାମ ଉତ୍କର୍ଷ ଅଭିଯାନ ।
ରାଷ୍ଟ୍ରୀୟ ସିକଲ୍ ସେଲ୍ ନିଷ୍କାସନ ମିଶନ୍ ଛାତ୍ରବୃତ୍ତି।
ଏହି ଜନ ଭାଗିଦାରୀ କାର୍ଯ୍ୟକ୍ରମ ତିନୋଟି କ୍ୟାଡରରେ ବିଭକ୍ତ କରାଯାଇଛି-
ଆଦି କର୍ମଯୋଗୀ – ସେନ୍ଟ୍ରାଲ ଓ ରାଜ୍ୟ ସରକାରୀ ଅଧିକାରୀ
ଆଦି କର୍ମଯୋଗୀ – ଯୁବ ନେତାମାନେ, ଶିକ୍ଷକ / ଶିକ୍ଷିକା, ଡାକ୍ତରମାନେ , ସାମାଜିକ କର୍ମୀମାନେ
ଆଦି ସାଥୀ – ସ୍ୱୟଂ ସହାୟତା ଗୋଷ୍ଠୀ ସଦସ୍ୟମାନେ, ଆଦିବାସୀ ନେତାମାନେ, ସ୍ୱେଚ୍ଛାସେବୀମାନେ, ସାଂସ୍କୃତିକ ପ୍ରତୀକମାନେ / ସାଂସ୍କୃତିକ ବ୍ୟକ୍ତିତ୍ୱମାନେ, ପ୍ରଭୃତି
ଆଦି କର୍ମଯୋଗୀ ଅଭିଯାନ ମାଧ୍ୟମରେ ପ୍ରତ୍ୟକ ଗ୍ରାମରୁ ଅତି କମରେ ୧୫ ରୁ ୨୦ ଜଣ ଆଦିବାସୀ ନେତା ଚୟନ କରି ନିଜ ଅଂଚଳର ବିକାଶର ବାହକ ହେବା ସହ ବିକଶିତ ଭାରତ ଅଂଶିଦାରୀ ହେବାର ଲକ୍ଷ୍ୟ ରଖାଯାଇଛି











