ପୁରୀ: ୩/୧୦/୨୦୨୫ ରାଷ୍ଟ୍ରୀୟ ସ୍ୱୟଂସେବକ ସେବକ ସଂଘ ପୁରୀ ଦ୍ୱାରା ଆୟୋଜିତ ବିଜୟା ଦଶମୀ ଉତ୍ସବ ଶତାବ୍ଦୀ ବର୍ଷର ଉଦଘାଟନୀ କାର୍ଯ୍ୟକ୍ରମ ତା ୧/୧୦/୨୦୨୫ ରିଖ ବୁଧବାର ଦିନ ସ୍ଥାନୀୟ ଶ୍ରୀ ଜଗନ୍ନାଥସଂସ୍କୃତ ବିଶ୍ୱବିଦ୍ୟାଳୟ ଫାଟକ ସମ୍ମୁଖରୁ ଶତାଧିକ ସ୍ୱୟଂ ସେବକ ମାନଙ୍କର ଏକ ଭବ୍ୟ ପଥସଂଚଳନ ବାହାରି ଚକ୍ରତୀର୍ଥ, ଦିବ୍ୟାଧମ ଆଶ୍ରମ, ଶ୍ରୀକ୍ଷେତ୍ର କଲୋନୀ ଦେଇ ଭୂଦାନ ବସଷ୍ଟାଣ୍ଡ ପଡ଼ିଆରେ ପହଞ୍ଚି ସେଠାରେ ସଭା କାର୍ଯକ୍ରମ କରାଯାଇଥିଲା । ଏହି ଭବ୍ୟ କାର୍ଯ୍ୟ କ୍ରମରେ ତିନିଶହରୁ ଉର୍ଦ୍ଧ ସ୍ୱୟଂସେବକ ସେବକ ଭାଇମାନେ ଯୋଗଦାନ କରିଥିଲେ।ଏହି ଉତ୍ସବରେ ନଗରସଂଘଚାଳକ ଶ୍ରୀ ଶ୍ୟାମ ସୁନ୍ଦର ହାଲଦାର ଙ୍କ ସହିତ ମୁଖ୍ୟ ଅତିଥି ଭାବେ ପ୍ରଫେସର ଶତ୍ରୁଘ୍ନ ପାଣିଗ୍ରାହୀ,ଭାରପ୍ରାପ୍ତ କୁଳପତି,ଓଡ଼ିଆ ବିଶ୍ୱ ବିଦ୍ୟାଳୟ, ସତ୍ୟ ବାଦୀ ପୁରୀ ଏବଂ ମୁଖ୍ୟ ବକ୍ତା ଭାବେ ଶ୍ରୀ ଯୁକ୍ତ ସମୀର କୁମାର ମହାନ୍ତି, ମାନନୀୟ ପ୍ରାନ୍ତ ସଂଘ ଚାଳକ ଓଡ଼ିଶା ପୂର୍ବ, ଯୋଗଦାନ କରି ହିନ୍ଦୁ ସମାଜକୁ ସୁସଂଗଠିତ, ବ୍ୟବସ୍ଥିତ କରିବା ଓ ଭାରତବର୍ଷ କୁ ଏକ ପରମ ବୈଭବଶାଳୀ ରାଷ୍ଟ୍ର କରିବାର ସଂକଳ୍ପ ନେବାପାଇଁ ପ୍ରେରଣା ଦେଇଥିଲେ ଓ ଉତ୍ସାହିତ କରିଥିଲେ। ଆଗାମୀ ଏକ ବର୍ଷ ଧରି ଶତାବ୍ଦୀ ଉତ୍ସବ କାର୍ଯ୍ୟକ୍ରମ ଚାଲୁରହିଵା ସହ ରାଷ୍ଟ୍ରର ପୁନଃ ନିର୍ମାଣ ପାଈଁ ସମାଜରେ ସାମାଜିକ ସମରସତା, କୁଟୁମ୍ବ ପ୍ରବୋଧନ, ପର୍ଯ୍ୟlବରଣ, ନାଗରିକ କର୍ତ୍ତବ୍ୟ ପାଳନ ଓ ସ୍ଵ ବୋଧର ଜାଗରଣ ଏହି ପଞ୍ଚ ପରିବର୍ତ୍ତନ କାର୍ଯ୍ୟକ୍ରମ କୁ ପ୍ରାଧାନ୍ୟ ଦିଆଯିବ ବୋଲି ମୁଖ୍ୟ ବକ୍ତା ଜଣାଇଥିଲେ।ଏହି ଉପଲକ୍ଷେ ହିନ୍ଦୁ ସମ୍ମିଳନୀ, ଯୁବ ସମିଳନୀ ଆଦି ଏକ ବର୍ଷ ଧରି ସପ୍ତ ସୂତ୍ରୀ କାର୍ଯ୍ୟକ୍ରମ କରାଯିବ ବୋଲି ତାଙ୍କ ସମ୍ବୋଧନରେ କହିଥିଲେ।
ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ, ପୁରୀ ଶତାବ୍ଦୀ ବର୍ଷର ଉଦଘାଟନୀ ଉତ୍ସବ।











