Home / ମୁଖ୍ୟ ଖବର / ରକ୍ତଦାନ ଜୀବନ ର ମହାମନ୍ତ୍ର ହେଉ

ରକ୍ତଦାନ ଜୀବନ ର ମହାମନ୍ତ୍ର ହେଉ

whatsapp image 2025 10 03 at 18.46.22 ae81912a

ପୁରୀ: ୩/୧୦/୨୦୨୫ – ରକ୍ତଦାତା ଜାଣେନା,ତା’ରକ୍ତ ରେ କିଏ ନୁଆ ଜୀବନ ପାଇଲା। ହେଲେ ଈଶ୍ଵର ଜାଣନ୍ତି,ମହାପୂଣ୍ୟ କଲା କିଏ। ଏଣୁ ପ୍ରତିଟି ମଣିଷ ରକ୍ତଦାତା ହେବାର ସଂକଳ୍ପ ନେଉ ବୋଲି କହିଛନ୍ତି ପୁରୀ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ।

whatsapp image 2025 10 03 at 18.46.23 6d4d92c7

ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ଉପଲକ୍ଷେ କେନ୍ଦ୍ର ଯୁବ ଓ କ୍ରୀଡା ବିଭାଗ ର ମେରା ଯୁବ୍ ଭାରତ -ମାଇଭାରତ ଓ ମିଶନ ଓଡ଼ିଶା ଆମ୍ବୁଲାନ୍ସ ଡିଭିଜନ ର ମିଳିତ ସହଯୋଗ ରେ ପୁରୀ ପେଣ୍ଠଘର ଠାରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଓ ଜୀବନ ର ୨୦ତମ ରକ୍ତଦାନ କରି ଶ୍ରୀ ସେଠୀ ଏହା ବକ୍ତବ୍ୟ ରଖିଥିଲେ। ଅନୁଷ୍ଠାନ ର ସଂପାଦକ ମଧୁସୂଦନ ମିଶ୍ରଙ୍କ ନେତୃତ୍ବରେ ଅନୁଷ୍ଠିତ ଏହି ରକ୍ତଦାନ ଶିବିର ରେ ମୁଖ୍ୟବକ୍ତା ଭାବେ ଯୋଗଦେଇ ଶତକ ରକ୍ତଦାତା ତଥା ଓଡ଼ିଶା ସଂଗୀତ ନାଟକ ଏକାଡେ଼ମୀ ସଦସ୍ୟ ଡକ୍ଟର ବଦ୍ରି ମିଶ୍ର କହିଥିଲେ ଯେ , ରକ୍ତଦାନ ପ୍ରତିଟି ମଣିଷ ଜୀବନ ର ମହାମନ୍ତ୍ର ହେଉ। ଏଥିରେ ସମ୍ମାନିତ ଅତିଥି ଭାବେ ମେରା ଯୁବ୍ ଭାରତ ର ଜିଲ୍ଲା ସଂଯୋଜକ ସୁଶ୍ରୀ ସଂଗୀତା ମହାପାତ୍ର ଓ ରେଡକ୍ରସ ର ମଧୁମିତା ମହାପାତ୍ର ଯୋଗ ଦେଇଥିଲେ।ଏହି କାର୍ଯ୍ୟକ୍ରମ ର ସହଯୋଗୀ ଭାବେ କଳିଙ୍ଗ ବୈଶ୍ୟ ଯୁବକ ସେବା ସଂଘ,ହଲିଡେ ରିସୋର୍ଟ, ହୋଟେଲ ଏମ୍ପାୟାର,ପାରାଡାଇଜ ଵୃଦ୍ଧାଶ୍ରମ କମିଟି,ଭବାନୀ ଫିଟନେସ ଓ ପୁରୀ ଦାନ ଉତ୍ସବ କମିଟି ଯୋଗ ଦେଇଥିବା ବେଳେ ଶିବିର ପରିଚାଳନା କରିଥିଲେ ଆମ୍ବୁଲାନ୍ସ ଡିଭିଜନ ର ସବ୍ୟସାଚୀ ସେନାପତି, ସମର୍ପଣ ର ସୌମ୍ୟରଞ୍ଜନ ପାତ୍ର,ମିଶନ ଓଡ଼ିଶା ର କେଦାରନାଥ ମହାପାତ୍ର,ଯୁବ ସମାଜସେବୀ,ଅଜୟ ପ୍ରଧାନ , ଓଡ଼ିଶା ଯୁବ ଚେତନା ସଂଗଠନ ର ଶିବରାମ ପ୍ରଧାନ ଓ ଯୁବ ସଂଗଠକ ଦେବରାଜ ଦାସ। ପୁରୀ ବ୍ଲଡବ୍ୟାଙ୍କ ପକ୍ଷରୁ ଏହି ଶିବିର ରେ ୪୦ୟୁନିଟ୍ ବ୍ଲଡ଼ ସଂଗୃହିତ ହୋଇଥିଲା।।

SPREAD YOUR LOVE WITH YOUR FRIENDS AND FAMILY

Leave a Reply