ପୁରୀ: ୫/୧୦/୨୦୨୫ – ଶ୍ରୀକ୍ଷେତ୍ର ଯୁବ ସାଂସ୍କୃତିକ ସଂସଦ ଆନୁକୂଲ୍ୟରେ ଚଳିତ ମାସ ୬ ଓ ୭ ତାରିଖ ଦୁଇ ଦିନ ଧରି ପୁରୀ ପୌର ସଦନ ପରିସରରେ ୪୬ତମ କୁମାର ଉତ୍ସବ ପାଳନ ହେବାକୁ ଯାଉଛି। ଏଥିରେ ରାଜ୍ୟ ଓ ରାଜ୍ୟ ବାହାରର କଳାକାରଙ୍କ ସହ ଖ୍ୟାତିସମ୍ପର କଣ୍ଠଶିଳ୍ପୀମାନେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ଉତ୍ସବ ପୂର୍ବରୁ ରବିବାର ଅନୁଷ୍ଠାନ ପକ୍ଷରୁ ଛାତ୍ରୀଛାତ୍ରଙ୍କୁ ନେଇ ଜିଲାସ୍ତରୀୟ ଆନ୍ତଃବିଦ୍ୟାଳୟ ପ୍ରତିଯୋଗିତା ସ୍ଥାନୀୟ ପୌରସଦନ ଠାରେ ଅନୁଷ୍ଠିତ ହୋଇଯାଇଛି। ସେହିପରି ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟଠାରେ ଆଗ୍ରୋଟେକ୍ ଚାରିଟେବୁଲ୍ ଟ୍ରଷ୍ଟ ସହଯୋଗରେ ଏକ ନିଶୁଳ୍କ ସ୍ୱାସ୍ଥ୍ୟପରିକ୍ଷା ଶିବିର ଅନୁଷ୍ଠିତ ହୋଇଥିଲା ।

ଶିବିରରେ ,ମେଡ଼ିସିନ ବିଭାଗ, ଅସ୍ଥୀସଲ୍ୟ ବିଭାଗ , ଶିଶୁ ଚିକିତ୍ସା ବିଭାଗ ନାକ କର୍ଣ୍ଣ ଗଳା, ସଲ୍ୟ ବିଭାଗ ,ଚର୍ମ, ଚକ୍ଷୁ ,ଦନ୍ତ, ସମ୍ପ୍ରଦାୟ ଚିକିତ୍ସା ଆଦି ବିଭିନ୍ନ ବିଭାଗର ଡାକ୍ତର ଯୋଗଦାନ କରି ଚିକିତ୍ସା ସେବା ଯୋଗାଇ ଦେଇଥିଲେ । ପ୍ରାୟ ୩୦୦ ବ୍ୟକ୍ତି ବିଶେଷ ଯୋଗଦାନ କରି ସ୍ଵାସ୍ଥ୍ୟ ପରୀକ୍ଷା କରାଇଥିଲେ ।ସେହିପରି ଅନୁଷ୍ଠିତ ହୋଇଥିବା ପ୍ରତିଯୋଗିତା ରେ ଅନୁଷ୍ଠାନ ପକ୍ଷରୁ ଚିତ୍ରାଙ୍କନ , ଝୋଟି , ମ୍ୟାଜିକ ଗଣିତ , ମୂଜିକ୍ ଚେୟାର ଓ ଲିଟିଲ୍ ମିସ୍ ଲିଟିଲ୍ ମାଷ୍ଟର ଆଦି ପ୍ରତିଯୋଗିତା ଅନୁଷ୍ଠିତ ହୋଇଛି । ପ୍ରାୟ ୫୦୦ରୁ ନିଦ୍ଧ ଛାତ୍ରୀଛାତ୍ର ବିଭିନ୍ନ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ। ପିଲାଙ୍କ ଲୁକ୍କାୟିତ ପ୍ରତିଭାକୁ ଲୋକଲୋଚନକୁ ଆଣିବା ସହ ସେମାନଙ୍କୁ ପ୍ରୋତ୍ସାହିତ କରିବା ଏହି ପ୍ରତିଯୋଗିତା ଆୟୋଜନର ଉଦ୍ଦେଶ୍ୟ। କୃତୀ ପ୍ରତିଯୋଗୀଙ୍କୁ ୪୬ତମ କୁମାର ଉତ୍ସବରେ ପୁରସ୍କୃତ କରାଯିବ ବୋଲି ସାଧାରଣ ସମ୍ପାଦକ ସନ୍ତୋଷ କୁମାର ଶତପଥୀ ଓ ସଭାପତି ବିରେନ୍ଦ୍ର ନାରାୟଣ ଗୋଛିକାର ସୂଚନା ଦେଇଛନ୍ତି।କାର୍ଯ୍ୟକ୍ରମ ରେ ଅତିଥି ଭାବରେ ପୂର୍ବତନ ବିଧାୟକ ଜୟନ୍ତ କୁମାର ଷଡ଼ଙ୍ଗୀ ଯୋଗଦାନ କରି ପ୍ରତିଯୋଗିତା ଓ ସ୍ଵାସ୍ଥ୍ୟ ଶିବିର କୁ ଉଦଘାଟନ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଅନୁଷ୍ଠାନର ସଭାପତି ବିରେନ୍ଦ୍ର ନାରାୟଣ ପାତ୍ର, ସାଧାରଣ ସମ୍ପାଦକ ସନ୍ତୋଷ କୁମାର ଶତପଥୀ, ଆଗ୍ରୋଟେକ୍ ଚାରିଟେବୁଲ୍ ଟ୍ରଷ୍ଟ ସଭାପତି ରଜନୀଳାନ୍ତ ନେଙ୍କା, ଙ୍କ ସହ ସମ ହସ୍ପିଟାଲ ର ବିଭିନ୍ନ ବିଭାଗର ଡାକ୍ତର ଉପସ୍ଥିତ ଥିଲେ । ସମସ୍ତ କାର୍ଯ୍ୟକ୍ରମ କୁ ଅନୁଷ୍ଠାନ ର ସଦସ୍ୟ ସଦସ୍ୟା ପରିଚାଳନା କରୁଥିଲେ











