ପୁରୀ ତା୦୫/୧୦/୨୦୨୫ରିଖ ପୁରୀ ସ୍ଥାନୀୟ ଇନ୍ଦିରା ଭବନ, ପୁରୀ ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟ ଠାରେ ନବ ନିଯୁକ୍ତ ଜିଲ୍ଲା କଂଗ୍ରେସ ସଭାପତି ଇଂ ରାଜେଶ କୁମାର ମିଶ୍ର ଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି ଏବଂ ବରିଷ୍ଠ କଂଗ୍ରେସ ନେତା ପୁଷ୍କର ମହାପାତ୍ର ଙ୍କ ଦ୍ଵାରା ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା ଏଥିରେ ପୁରୀ ଜିଲ୍ଲା ର ୧୧ ବ୍ଲକ୍ ର ସଂଯୋଜକ ଯୋଗଦାନ କରିଥିଲେ ଏବଂ ଇଂ ମିଶ୍ର ଙ୍କୁ ପୁଷ୍ପ ଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିଥିଲେ ଏବଂ ଜିଲ୍ଲା କଂଗ୍ରେସ ସଂଯୋଜକ ଥିବା ଇଂ ମିଶ୍ର ସଙ୍ଗଠନ ସୃଜନ ଅଭିଯାନ ମାଧ୍ୟମରେ ପୁରୀ ଜିଲ୍ଲା କଂଗ୍ରେସ ସଭାପତି ଦାୟିତ୍ୱ ନେବା ପରେ ଉପସ୍ଥିତ ସାମ୍ବାଦିକଙ୍କୁ ସମ୍ବୋଧିତ କରିଥିଲେ ଏବଂ ଭାରତୀୟ ଜାତୀୟ କଂଗ୍ରେସ ର ଆଭିମୁଖ୍ୟ ଏବଂ ଆଗାମୀ କାର୍ଯ୍ୟପନ୍ଥା ବିଷୟରେ ଆଲୋକପାତ କରିବା ସହିତ ରାଜ୍ୟ କଂଗ୍ରେସ ର ଆଭିମୁଖ୍ୟ ସ୍ପଷ୍ଟ କରିଥିଲେ । ସେହିପରି ପୁରୀ ଜିଲ୍ଲା କୁ ନେଇ କଂଗ୍ରେସ ଦଳର ରୋଡ଼ ମ୍ୟାପ୍ ତଥା ଜିଲ୍ଲା ର ସମସ୍ତ ମୌଳିକ ସମସ୍ୟା ଏବଂ ସମାଧାନ ଉପରେ ଏକ ଚିଠା ପ୍ରସ୍ତୁତ କରିଥିଲେ ସେଥିରେ ପୁରୀ ସାତପଡ଼ା ରାଜପଥ ସମ୍ପ୍ରସାରଣ ଏବଂ ଗାଇ ଗୋରୁଙ୍କ ପାଇଁ ହେଉଥିବା ଦୁର୍ଘଟଣା କୁ ଏଡ଼ାଇବା ପାଇଁ ସମସ୍ତ ସଡ଼କ ପଥରେ ଆଇନ କଡାକଡି ପାଳନ ସହିତ ଗୋ ମାତାଙ୍କ ସୁରକ୍ଷା ତଥା ରହଣି ପାଇଁ ବ୍ୟବସ୍ଥା କରିବା ପାଇଁ କହିଥିଲେ। ଜିଲ୍ଲା ର ସମସ୍ତ ବ୍ଲକ୍ ରେ ଶିତଳ ଭଣ୍ଡାର ସ୍ଥାପନ କରିବା ସହିତ ନିଶାମୁକ୍ତ ପୁରୀ ଜିଲ୍ଲା ଗଠନ ପାଇଁ ଆହ୍ୱାନ ଦେଇଛନ୍ତି। ଶ୍ରୀମନ୍ଦିର ରେ ମାତ୍ରାଧିକ ନିୟନ୍ତ୍ରଣ ଯୋଗୁଁ ଦର୍ଶନ ବ୍ୟବସ୍ଥା ରେ ସୁଧାର ଆସି ପାରୁନାହିଁ ଏଣୁ ସରଳ ଦର୍ଶନ ବ୍ୟବସ୍ଥା ଏବଂ ରତ୍ନ ଅଳଙ୍କାର ଗଣତି ମଣତି କରିବାକୁ ଦାବି କରିଥିଲେ । ସେହିପରି ପୁରୀ ଜିଲ୍ଲା ର ସର୍ବପୁରାତନ ମହାବିଦ୍ୟାଳୟ ସାମନ୍ତ ଚନ୍ଦ୍ରଶେଖର ମହାବିଦ୍ୟାଳୟକୁ ବନାରସ ହିନ୍ଦୁ ବିଶ୍ଵବିଦ୍ୟାଳୟ ମାନର ଉନ୍ନତ କରାଇବା ସହିତ ତୁରନ୍ତ ବିଶ୍ଵବିଦ୍ୟାଳୟ ମାନ୍ୟତା ପ୍ରଦାନ ପାଇଁ କହିଥିଲେ । ପୁରୀ ଜିଲ୍ଲା ନ୍ୟାୟାଳୟ ସ୍ଥାନାନ୍ତର ବିରୁଦ୍ଧରେ ଓକିଲ ସଂଘ ର ଆନ୍ଦୋଳନ କୁ ସମର୍ଥନ ଜଣାଇବା ସହ ଆଗାମୀ ଦିନରେ ଏ ଦିଗରେ ଦଳ କଡା ଆଭିମୁଖ୍ୟ ପୋଷଣ କରିବ ବୋଲି ମତ ଦେଇଥିଲେ । ଆଜିର କାର୍ଯ୍ୟକ୍ରମ ରେ ଜିଲ୍ଲା ପ୍ରଭାରୀ ମନୋରଞ୍ଜନ ପଟ୍ଟନାୟକ, ଓକିଲ ସଂଘ ସଭାପତି ପ୍ରେମାନନ୍ଦ ମହାନ୍ତି, ପିସିସି ପୂର୍ବତନ ସଂପାଦକ ବିଶ୍ଵନାଥ ଦାଶ, ସେବା ଦଳ ଜିଲ୍ଲା ମୁଖ୍ୟ ବିଶ୍ବକେସନ ହରିଚନ୍ଦନ ମହାପାତ୍ର, ପୂର୍ବତନ ଏଆଇସିସି ସଭ୍ୟ ସୁଜିତ ମହାପାତ୍ର, ନଗର କଂଗ୍ରେସ ସଭାପତି ଅମରେନ୍ଦ୍ର ପାଇକରାୟ, ଉମାକାନ୍ତ ବରାଳ, ମହିଳା କଂଗ୍ରେସ ସଭାନେତ୍ରୀ ସରସ୍ବତୀ ପାତ୍ର, ବିଦ୍ୟୃତଲତା ଆଚାର୍ଯ୍ୟ, ସସ୍ମିତା ବେହେରା, ଆର୍ତ୍ତତ୍ରାଣ ସାହୁ, ରାଜା ମହାନ୍ତି, ସିତାକାନ୍ତ ମହାନ୍ତି, ସୁକାନ୍ତ କୁମାର ପ୍ରଧାନ, ସ୍ବାଧୀନ କୁମାର ପଣ୍ଡା, ରଜତ କୁମାର ସାହୁ, ଅବିନାଶ ମିଶ୍ର, ଆଶୁତୋଷ ମିଶ୍ର, ବାଉରୀବନ୍ଧୁ ମହାନ୍ତି, ଭାସ୍କର ସେଠ, ଦୁର୍ଗାପ୍ରସାଦ ସାମନ୍ତରାୟ ପ୍ରମୁଖ ଉପସ୍ଥିତ ଥିଲେ ।
ପୁରୀ ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟ ଠାରେ ନବ ନିଯୁକ୍ତ ଜିଲ୍ଲା କଂଗ୍ରେସ ସଭାପତି ଇଂ ରାଜେଶ କୁମାର ମିଶ୍ର ଙ୍କୁ ସମ୍ବର୍ଦ୍ଧନା ପ୍ରଦାନ











