Home / ଆଧ୍ୟାତ୍ମିକ / ଶିବ ବିବାହ ପାଇଁ ଜାଈବଡି ଅନୁକୂଳ

ଶିବ ବିବାହ ପାଇଁ ଜାଈବଡି ଅନୁକୂଳ

sibabivaha

କାକଟପୁର ତା ୩/୬/୨୦୨୪ – ( ତୁଷାର ଦୀକ୍ଷିତ ), ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ଅଧିନସ୍ଥ ଜିଉନ୍ତି ଗ୍ରାମର ପ୍ରଶିଦ୍ଧ ଶୈବପୀଠ ଶ୍ରୀ ଶ୍ରୀ ଈଶ୍ୱରନାଥ ମହାଦେବ ଏବଂ ମାତା ପାର୍ବତୀଙ୍କ ବିବାହ ଉତ୍ସବ ପାଇଁ ସୋମବାର ଦିନ ଗ୍ରାମର ସଧବା ମହିଳା ମାନଙ୍କ ଦ୍ୱାରା ପୂର୍ବ ପରମ୍ପରା ଅନୁଯାଇ ଜାଈ ବଡ଼ି ଅନୁକୂଳ କାର୍ଯ୍ୟ ସମ୍ପାଦନ ହୋଇଯାଇଛି l ମହେନ୍ଦ୍ର ବେଳା ସକାଳ ୯:୩୦ ମିନିଟ ସମୟରେ ମନ୍ଦିର ପ୍ରାଙ୍ଗଣରେ ମନ୍ଦିରର ପୂଜକଙ୍କ ଦ୍ୱାରା ପ୍ରଭୂ ଈଶ୍ୱରନାଥ ଏବଂ ମାତା ପାର୍ବତୀଙ୍କୁ ସ୍ନାନ ମାର୍ଜଣା କରାଯିବା ପରେ ୭ ଜଣ ସଧବା ମହିଳା ମାନେ ୭ ଦୀପ, ନୂତନ ବସ୍ତ୍ର ଏବଂ ମହାପ୍ରସାଦ କୁ ଏକ ସୁସଜ୍ଜିତ ତାଟରେ ରଖାଯାଇ ଗ୍ରାମଦେବତୀଙ୍କ ନିକଟରେ ପୂଜାର୍ଚ୍ଚନା କରାଯିବା ପରେ ଅନୁକୂଳ କାର୍ଯ୍ୟ ଆରମ୍ଭ କରାଯାଇଥିଲା l ଆସନ୍ତା ୧୦ ତାରିଖ ରେ ଦେବ ଦମ୍ପତି ଙ୍କ ବିବାହ ଉତ୍ସବ ଏବଂ ୧୧ ତାରିଖରେ ନଗର ପରିକ୍ରମା କରାଯିବ ବୋଲି ମନ୍ଦିରର ମୁଖ୍ୟ ପୂଜାପଣ୍ଡା ପ୍ରଫୁଲ୍ଲ ଚନ୍ଦ୍ର ପଣ୍ଡା ପ୍ରକାଶ କରିଛନ୍ତି l ବର ପିତା ଭାବେ ଅକ୍ଷୟ କୁମାର ଦାଶ ଏବଂ କନ୍ୟା ପିତା ଭାବେ ଶରତ ଚନ୍ଦ୍ର ପଣ୍ଡା ଦାୟିତ୍ୱ ନିର୍ବାହ କରିବା ପାଇଁ ନିଷ୍ପତି ହୋଇଅଛି, ଗ୍ରାମର ଅଗ୍ରଣୀ ଅନୁଷ୍ଠାନ ଗୋପବନ୍ଧୁ ୟୁଥ କ୍ଲବର ତତ୍ୱାବଧାନରେ ଉକ୍ତ ବିବାହ କାର୍ଯ୍ୟ ସମ୍ପାଦନ କରାଯିବା ସହିତ ଏହି ଦେବ ବିବାହ କାର୍ଯ୍ୟକ୍ରମ ରେ ଗୋପବନ୍ଧୁ ୟୁଥ କ୍ଲବ ର ସମସ୍ତ ସଦସ୍ୟ ବରଯାତ୍ରୀ ଯିବା ପାଇଁ ଇଛୁକ ଥିବା ବେଳେ ଏହାକୁ ସରସ ସୁନ୍ଦର କରିବା ପାଇଁ ପାରମ୍ପରିକ ବାଦ୍ୟ ଢୋଲ, ମହୁରୀ, ମାଦଳ, ସିଂହ ବାଜା ପ୍ରଭୁତି ସ୍ଥାନ ପାଇବାର କାର୍ଯ୍ୟକ୍ରମ ରହିଛି

SPREAD YOUR LOVE WITH YOUR FRIENDS AND FAMILY

Leave a Reply