Home / ମୁଖ୍ୟ ଖବର / କାକଟପୁରରେ ବିଭିନ୍ନ ମଣ୍ଡପ ରେ ଚାଲିଛି ଗଜଲକ୍ଷ୍ମୀଙ୍କ ପୂଜା ପୂଜା କମିଟି ତରଫରୁ ସନ୍ଧ୍ୟା ସମୟରେ ବଣ୍ଟା ଯାଉଛି ପଣା ,

କାକଟପୁରରେ ବିଭିନ୍ନ ମଣ୍ଡପ ରେ ଚାଲିଛି ଗଜଲକ୍ଷ୍ମୀଙ୍କ ପୂଜା ପୂଜା କମିଟି ତରଫରୁ ସନ୍ଧ୍ୟା ସମୟରେ ବଣ୍ଟା ଯାଉଛି ପଣା ,

whatsapp image 2025 10 07 at 19.41.13 e65bbd5b

କାକଟପୁର ତା୭/୧୦/୨୦୨୫ , (ତୁଷାର ଦୀକ୍ଷିତ ) କାକଟପୁର ମୁଖ୍ୟ ବଜାର ରେ କୁମାର ପୂର୍ଣ୍ଣିମା ଅବସରରେ ୭ ରୁ ଉର୍ଦ୍ଧ ମଣ୍ଡପ ରେ ଚାଲିଛି ଗଜଲକ୍ଷ୍ମୀ ଙ୍କ ପୂଜା ଆରାଧନା l ଏଥିମଧ୍ୟରୁ କଲେଜ ଛକ ଗଜଲକ୍ଷ୍ମୀ ପୂଜା କମିଟି ଓ ଲଷ୍ମୀ ବଜାର ପୂଜା କମିଟି ସୁନ୍ଦର ସାଜ ସଜା ସହିତ ନିଷ୍ଠା ର ସହିତ ପୂଜା ହେଉଥିବା ଜଣା ପଡିଛି କଲେଜ ଛକ ପୂଜା କମିଟି ୨୭ ବର୍ଷ ରେ ପହଁଚି ଥିବା ବେଳେ ଲଷ୍ମୀ ବଜାର ପୂଜା କମିଟି 12 ବର୍ଷ ରେ ପହଞ୍ଚିଛି l ଏହି ପୂଜା ସ୍ଥାନୀୟ ବ୍ୟବସାୟୀ ମାନଙ୍କ ଦ୍ୱାରା ପାଳନ ହେଉଥିବାବେଳେ ସମସ୍ତ ବ୍ୟବସାୟୀ ବହୁ ନିଷ୍ଠା ର ସହିତ ଏହି ପୂଜା କରିଥାନ୍ତି, ପୂଜା ଆରମ୍ଭ ଦିନ ଠାରୁ ହବିଷାନ୍ନ ଗ୍ରହଣ କରି ଅତି ନିଷ୍ଠାର ସହ ପାଳନ କରି ଓଷା ବ୍ରତ ରଖିଥାନ୍ତି l ପ୍ରାତଃ କାଳରୁ ବାଳ ଧୂପ, ମଧ୍ୟାହ୍ନ ରେ ଖେଚୁଡ଼ି ଭୋଗ ଓ ସନ୍ଧ୍ୟା କାଳରେ ବଡ଼ସିଂହାର ନୀତି ଅନୁଷ୍ଠିତ ହୋଇଥାଏ l କଲେଜ ଛକ ଠାରେ ସୁଉଚ୍ଚ ତ୍ୱରଣ, ରଙ୍ଗୀନ ଆଲୋକମାଳା ଓ ଫୁଲରେ ସାଜସଜ୍ଜା ମଣ୍ଡପ କୁ ଅତି ଆକର୍ଷଣୀୟ କରିଛି l ବ୍ୟବସାୟୀ ମାନଙ୍କ ନିଷ୍ଠା ଓ କଲେଜ ଛକ ଲଷ୍ମୀ ମଣ୍ଡପ ର ସଭାପତି ରାଜକିଶୋର ମଲ୍ଲିକଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନ ରେ ଏହି ପୂଜା ଚାଲିଥିବାବେଳେ ଲଷ୍ମୀ ବଜାର ର ମୁଖ୍ୟ କର୍ତ୍ତା ଭାବେ ପ୍ରସନ୍ନ କୁମାର ନାୟକ ଓ ତାଙ୍କ ଶହ ଧର୍ମିଣୀ ଶ୍ରୀମତୀ ନାୟକ କର୍ତ୍ତୀ ଭାବେ ପୂଜା କାର୍ଯ୍ୟ କରିଥାନ୍ତି, ପ୍ରତ୍ୟେକ ଦୈନିକ ମନ୍ତ୍ର ପାଠ ଉଚ୍ଚାରଣ ରେ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥାଏ, ଲଷ୍ମୀ ବଜାର ତରଫରୁ ହିମାଂଶୁ ଦୀକ୍ଷିତ, ଦେବରାଜ ଦୀକ୍ଷିତ,ସରୋଜ ସାମଲ, ଅଜୟ ନାୟକ, ଉତ୍ତମ ନାୟକ,ରତିକାନ୍ତ ବେହେରା ପ୍ରମୁଖ ଙ୍କ ପ୍ରତ୍ୟେକ ତତ୍ତ୍ୱ୍ୱାବଧାନ ରେ ପ୍ରତ୍ୟେହ ସନ୍ଧ୍ୟା ରେ ସାଂସ୍କୃତିକ କାର୍ଯ୍ୟକ୍ରମ, ଭଜନ ସମାରୋହ, ଘୋଡ଼ାନାଚ, ଅନୁଷ୍ଠିତ ହେବ ବୋଲି କଲେଜ ଛକ ସମ୍ପାଦକ ଦୀପକ କୁମାର ଶତପଥୀ ପ୍ରକାଶ କରିଛନ୍ତି, କଲେଜ ଛକ କର୍ତ୍ତା ଭାବେ ଭାସ୍କର ବିଶ୍ୱାଳ ଦାୟିତ୍ୱ ନିର୍ବାହ କରିଥିବାବେଳେ ବିଶ୍ୱଜିତ ଦାଶ, ଉଗ୍ରେସନ ଦାସ, ବାସୁଦେବ ମିଶ୍ର ପ୍ରମୁଖ ପୂଜାକୁ ସୁପରିଚାଳନା କରି କାର୍ଯ୍ୟ ଧାରା କୁ ଆଗେଇ ନେଇଥିଲେ

SPREAD YOUR LOVE WITH YOUR FRIENDS AND FAMILY

Leave a Reply