ନୟାଗଡ଼,ତା- ୯.୧୦.୨୫ରିଖ – ଭାସ୍କର ଚନ୍ଦ୍ର ସ୍ବାଇଁଙ୍କ ରିପୋର୍ଟ -ପ୍ରଦେଶ କଂଗ୍ରେସ କମିଟି ପ୍ରଥମ ସଭାପତି, ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ଏବଂ “ସମାଜ” ଖବରକାଗଜ ଏବଂ ଲୋକସେବକ ମଣ୍ଡଳ ପ୍ରତିଷ୍ଠାତା ଅଧ୍ୟକ୍ଷ ପୁଣ୍ୟାତ୍ମା ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାଶଙ୍କ ପବିତ୍ର ଜନ୍ମ ଜୟନ୍ତୀ ଅବସରରେ ସ୍ଥାନୀୟ ରାମକୃଷ୍ଣ ଆଦର୍ଶ ବିଦ୍ୟାଳୟ ପରିସରରେ ସ୍ଥାପିତ ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତି ରେ ଜିଲ୍ଲା କଂଗ୍ରେସ ସଭାପତି ତଥା ବରିଷ୍ଠ ଆଇନଜୀବି ଶ୍ରୀ ରଣଜିତ ଦାଶ ଫୁଲ ଚନ୍ଦନ ସହ ମାଲ୍ୟାର୍ପଣ କରି ଭକ୍ତିପୂତ ଶ୍ରଦ୍ଧାସୁମନ ଅର୍ପଣ କରିଛନ୍ତି l

ଏହି ପୂଜ୍ୟପୂଜା କାର୍ଯ୍ୟକ୍ରମରେ ନୟାଗଡ ବ୍ଲକ କଂଗ୍ରେସ ସଭାପତି ଶ୍ରୀ ଫକୀର ଚରଣ ମଲ୍ଲ, ଜିଲ୍ଲା ଯୁବ କଂଗ୍ରେସ ପୂର୍ବତନ ସଭାପତି ଶ୍ରୀ ପୀତବାସ ଖୁଣ୍ଟିଆଙ୍କ ସମେତ ରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ର ପ୍ରତିଷ୍ଠାତା ଅଧ୍ୟକ୍ଷ ଶ୍ରୀ ଶ୍ରୀଧର ସାହୁ, ରୋଟାରୀଆନ ଧୀରେନ୍ଦ୍ର କୁମାର ପଟ୍ଟନାୟକ, ବରିଷ୍ଠ ଆଇନଜୀବୀ ଲକ୍ଷ୍ମୀଧର ରାଉତରାୟ, ବରିଷ୍ଠ ସାମ୍ବାଦିକ ଶୁଭେନ୍ଦୁ ଦାସ ଏବଂ ଶିକ୍ଷାନୁଷ୍ଠାନର ଶିକ୍ଷକ ଶିକ୍ଷୟତ୍ରୀମାନେ ଉପସ୍ଥିତ ରହି ପୁଣ୍ୟାତ୍ମାଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ।











