Home / ମୁଖ୍ୟ ଖବର / କନଷ୍ଟେବଳ ଲବଣି ଗାଣ୍ଟାଙ୍କ ପରିବାରବର୍ଗଙ୍କୁ ୧ କୋଟି ଟଙ୍କା ପ୍ରଦାନ

କନଷ୍ଟେବଳ ଲବଣି ଗାଣ୍ଟାଙ୍କ ପରିବାରବର୍ଗଙ୍କୁ ୧ କୋଟି ଟଙ୍କା ପ୍ରଦାନ

whatsapp image 2025 10 09 at 18.30.15 acf5c77c

କଟକ : ୯/୧୦/୨୦୨୫ – ନି:ପ୍ର – ଦୁର୍ଘଟଣାରେ ଶିକାର ହୋଇ ମୃତ୍ୟବରଣ କରିଥିବା କନଷ୍ଟେବଳ ଲବଣି ଗାଣ୍ଟାଙ୍କ ପରିବାରବର୍ଗଙ୍କୁ ଆଜି ରାଜ୍ୟ ପୋଲିସ ମୁଖ୍ୟାଳୟ ଠାରେ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଶ୍ରୀ ଯୋଗେଶ ବାହାଦୁର ଖୁରାନିଆ ଭେଟି ସମବେଦନା ଜଣାଇବା ସହ ଭାରତୀୟ ଷ୍ଟେଟ ବ୍ୟାଙ୍କ ତରଫରୁ ଦିଆ ଯାଇଥିବା ୧ କୋଟି ଟଙ୍କାର ଦୁର୍ଘଟଣା ଜନିତ ମୃତ୍ୟୁ ବୀମା ରାଶିର ଚେକ ପ୍ରଦାନ କରିଛନ୍ତି। ଏହି ଅବସରରେ ସ୍ୱଳ୍ପ ସମୟ ମଧ୍ୟରେ ବୀମା ରାଶି ପ୍ରଦାନ କରିବାରେ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆର ସମସ୍ତ ଅଧିକାରୀଙ୍କୁ ଡିଜିପି ସାଧୁବାଦ ଜଣାଇଥିଲେ।

ସୂଚନାଯୋଗ୍ୟ ଯେ, ମୃତ ଲବଣି ରାୟଗଡା ଜିଲ୍ଲା ରିଜର୍ଭ କାର୍ଯ୍ୟାଳୟ ଠାରେ କନଷ୍ଟେବଳ ଭାବେ ଚାକିରୀ କରୁଥିଲେ। ଗତ ଜୁଲାଇ 5 ତାରିଖରେ ଥେରୁବାଲି ନିକଟରେ ନିଜ କର୍ତ୍ତବ୍ୟ ସମ୍ପାଦନ କରୁଥିବା ବେଳେ ଦୁର୍ଘଟଣାର ଶିକାର ହୋଇ ମୃତ୍ୟୁ ବରଣ କରିଥିଲେ। ଆଜି ତାଙ୍କ ପିତା ବୃନ୍ଦାବନ ଗାଣ୍ଟା ଡିଜିପିଙ୍କ ଠାରୁ ଚେକ ଗ୍ରହଣ କରିଥିଲେ।

ଏହି ଅବସରରେ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ( ମୁଖ୍ୟାଳୟ) ଶ୍ରୀ ପ୍ରତୀକ ମହାନ୍ତି, ଏସବିଆଇ, ( ଚିଫ ଜେନେରାଲ ମ୍ୟାନେଜର), ଶ୍ରୀ ଏ. ଡି. ରତ୍ନାତେଜା, ଏସବିଆଇ,( ଜେନେରାଲ ମ୍ୟାନେଜର) ଶ୍ରୀ କୌଶଲ କିଶୋର ସିଂ, ଏସବିଆଇ,( ଡେପୁଟି ଜେନେରାଲ ମ୍ୟାନେଜର) ଶ୍ରୀ ଆଶିଷ କୁମାର ମିଶ୍ର, ଏସବିଆଇ,( ରିଜିଅନାଲ ମ୍ୟାନେଜର), ଶ୍ରୀ ଉତ୍ତର କୁମାର ପଟେଲ, ଏସବିଆଇ,( ଏଜିଏମ) ଶ୍ରୀ ନଗେନ୍ଦ୍ର ସାହୁ, ଏସବିଆଇ, (ଏଜିଏମ) ଶ୍ରୀ ମନୋଜ କୁମାର ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।

ଉଲ୍ଲେଖ ଯୋଗ୍ୟ ଯେ, ପୂର୍ବରୁ ଓଡିଶା ପୋଲିସ ଏବଂ ଭାରତୀୟ ଷ୍ଟେଟ ବ୍ଯାଙ୍କ ମଧ୍ୟରେ ଏକ ଚୁକ୍ତିପତ୍ର ସ୍ବାକ୍ଷରିତ ହୋଇଥିଲା । ଚୁକ୍ତିପତ୍ର ଅନୁଯାୟୀ, SBI ପକ୍ଷରୁ ଦୁର୍ଘଟଣାର ଜନିତ ମୃତ୍ୟୁ ହୋଇଥିବାରୁ ୧ କୋଟି ଟଙ୍କାର ସହାୟତା ରାଶି ପ୍ରଦାନ କରାଯାଇଛି।

SPREAD YOUR LOVE WITH YOUR FRIENDS AND FAMILY

Leave a Reply