ପୁରୀ : ୧୨/୧୨/୨୦୨୫ – ଅର୍ଥ ଓ ସ୍ବାର୍ଥ ବିହୀନ ସେବା କରି ଓଡ଼ିଶାରେ ଉତ୍କଳମଣି ଗୋପବନ୍ଧୁ ସୃଷ୍ଟି ହୁଅନ୍ତୁ। ସେବା ରେ ସମର୍ପଣ ଭାବ ରଖି ସମାଜ ର ସୁଖଦୁଃଖ ରେ ଭାଗିଦାର ହୁଅନ୍ତୁ ଓ ରକ୍ତଦାନ, ବୃକ୍ଷରୋପଣ,ସ୍ବଛତା ଏବଂ ଗରିବ ର ସେବା ସମର୍ପଣ ଅନୁଷ୍ଠାନ ର ଧ୍ୟେୟ ହେଉ ବୋଲି କହିଛନ୍ତି ସୂଚନା ଓ ଲୋକସଂପର୍କ ପୁରୀ ର ଉପ ନିର୍ଦେଶକ ସନ୍ତୋଷ କୁମାର ସେଠୀ। ଅନୁଷ୍ଠାନ ର ସଭାପତି ପ୍ରଫେସର ଅଭିମନ୍ୟୁ ଭୂୟାଁଙ୍କ ଅଧ୍ୟକ୍ଷତା ଓ ସଂପାଦିକା ଜୟନ୍ତ କୁମାର ଷଡ଼ଙ୍ଗୀଙ୍କ ପରିଚାଳନା ରେ ସମର୍ପଣ ଅନୁଷ୍ଠାନ ପକ୍ଷରୁ “ସେବା ଓ ସମର୍ପଣ” ଶୀର୍ଷକ ଆଲୋଚନାଚକ୍ର ରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶ୍ରୀଯୁକ୍ତ ସେଠୀ,ସେବା ସଂପର୍କରେ ଅନେକ ଉଦାହରଣ ଦେଇ ,ସମବେତ ସଦସ୍ୟମାନଙ୍କୁ ଉଦବୋଧନ ଦେଇଥିଲେ।ଏହି କାର୍ଯ୍ୟକ୍ରମ ରେ ହୋଟେଲ ଆସୋସିଏସନ୍ ର ପ୍ରମୁଖ ରାଜକିଶୋର ପାତ୍ର ଓ ବିଭୂଦତ୍ତ ସୁବୁଦ୍ଧି, ଡକ୍ଟର ବଦ୍ରି ମିଶ୍ର, ସାମ୍ବାଦିକ ମଧୁସୂଦନ ମିଶ୍ର, ଶିଳ୍ପପତି ଶିବ ନାରାୟଣ ସେନାପତି ଓ ଗୋବିନ୍ଦ ପାତ୍ର, ହାଇକୋର୍ଟ ର ବରିଷ୍ଠ ଅଧିବକ୍ତା ରଶ୍ମୀ ରଞ୍ଜନ ଦାଶ ଏଥିରେ ଯୋଗଦେଇ ଆଗାମୀ ଦିନ ପାଇଁ ଅନୁଷ୍ଠାନ ର କାର୍ଯ୍ୟପନ୍ଥା ଉପରେ ବକ୍ତବ୍ୟ ରଖିଥିଲେ। ଏହି କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ କେଦାରନାଥ ମହାପାତ୍ର,ସୌମ୍ୟରଞ୍ଜନ ପାତ୍ର,ସାଗରିକା ରଥ,ଅଜୟ ପ୍ରଧାନ, ଅନ୍ନପୂର୍ଣ୍ଣା ଦେବୀ ପ୍ରମୁଖ। ଆଗାମୀ ଫେବୃଆରୀ ରେ ସମର୍ପଣ ଏକ ଜିଲ୍ଲାସ୍ତରୀୟ ସମାବେଶ କରିବେ ବୋଲି ସଂପାଦିକା ଜୟନ୍ତୀ ମହାପାତ୍ର ପ୍ରକାଶ କରିଛନ୍ତି।
ଅର୍ଥ ଓ ସ୍ବାର୍ଥ ବିଯୁକ୍ତ ସେବା ହିଁ ସମର୍ପଣ
No Comments
December 13, 2025 2:54 am

Previous Article
Next Article

ପୁରୀରେ ନୂତନ ବିଜେପି କୃଷକ ମୋର୍ଚ୍ଚା ସଭାପତି ଶୁଭ୍ରାଂଶୁ ମୋହନ ପାଢ଼ୀଙ୍କୁ ଭବ୍ୟ ସ୍ୱାଗତ; ଶ୍ରୀମନ୍ଦିରରେ ଦର୍ଶନ-ଆଶୀର୍ବାଦ
କେନ୍ଦ୍ରୀୟ ସଂସ୍କୃତ ବିଶ୍ୱବିଦ୍ୟାଳୟ, ଶ୍ରୀ ସଦାଶିବ ପରିସର ରେ ବେଦ ସଂଗୋଷ୍ଠୀ ଉଦ୍ଘାଟିତ

Related Posts
ଅକ୍ଟୋବର ୨୫ରୁ ଦୁଇଦିନିଆ କୁମାର ଉତ୍ସବ- ମୁଖ୍ୟ ଆକର୍ଷଣ ସାଂସ୍କୃତିକ ଆସର, ସ ...
October 25, 2026
ପୁରୀ ସହରର ବିଭିନ୍ନ ସ୍ଥାନରେ ସିଟି ଡିଏସ୍ପିଙ୍କ ନେତୃତ୍ୱରେ ମିଳିତ ଯାଞ୍ଚ ...
October 25, 2026





