Home / ମୁଖ୍ୟ ଖବର / ଶ୍ରୀଜଗନ୍ନାଥଙ୍କ ସେନାପଟା ବାହୁଟ କଣ୍ଟ ନିମନ୍ତେ ବୃକ୍ଷ ରୋପଣ

ଶ୍ରୀଜଗନ୍ନାଥଙ୍କ ସେନାପଟା ବାହୁଟ କଣ୍ଟ ନିମନ୍ତେ ବୃକ୍ଷ ରୋପଣ

portalnewsthumbnail

ସତ୍ୟବାଦୀ : ୯/୧୦/୨୦୨୫ – ନି:ପ୍ର – ପଣ୍ଡିତ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ୧୪୮ ତମ ଜନ୍ମ ଜୟନ୍ତୀ ଅବସରରେ ସତ୍ୟବାଦୀ ସେବା ଟ୍ରଷ୍ଟ ଓ ଶ୍ରୀ ସିଧବକୁଳ ମନ୍ଦିର ଉନ୍ନୟନ ର ମିଳିତ ଆନୁକୁଲ୍ୟରେ ଶ୍ରୀଜଗନ୍ନାଥଙ୍କ ସେନାପଟା ବାହୁଟ କଣ୍ଟ ନିମନ୍ତେ ଆବଶ୍ୟକ ବଉଳ କାଠ ବ୍ୟାପକ ଆବଶ୍ୟକ ଥିବାରୁ ଏହାକୁ ଦୃଷ୍ଟିରେ ରଖି କାଦୁଆ ଆଶ୍ରମ ପରିସର ମଧ୍ୟରେ ବଉଳ ଗଛ ମାନ ରୋପଣ କରାଯାଇଛି।

image

ଏହି କାର୍ଯ୍ୟକ୍ରମରେ ଶ୍ରୀ ସିଦ୍ଧ ବକୁଳ ମନ୍ଦିର ଉନ୍ନୟନ ପରିଷଦର ଆବାହକ ଆଇନଜିବୀ ସୁଶାନ୍ତ କୁମାର ରଥ, ସତ୍ୟବାଦୀ ସେବା ଟ୍ରଷ୍ଟ ର ସଭାପତି ସୁଦର୍ଶନ ପ୍ରଧାନ, ପ୍ରଶାନ୍ତ ନାୟକ, ନିଳକଣ୍ଠ ବାରିକ ଆଦି ସବୁ ଯୋଗଦେଇ ପ୍ରଥମେ ଆଶ୍ରମ ପରିସର ମଧ୍ୟରେ ଥିବା ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବା ପରେ ଟ୍ରଷ୍ଟର ସଦସ୍ୟ ପ୍ରଶାନ୍ତ ନାୟକ ତାଙ୍କ ବକ୍ତବ୍ୟରେ କହିଥିଲେ ଶ୍ରୀ ଜଗନ୍ନାଥ ଙ୍କ ସେନାପଟା ବାହୁଟ ସେବା ରେ ଆବଶ୍ୟକ ବଉଳ କାଠ ମାଘାପ୍ରଭୁ ଜଗନ୍ନାଥ ଙ୍କ ଅଜା ଶ୍ରୀ ସିଦ୍ଧ ବକୁଳ ଦେବ ,ସାକ୍ଷୀଗୋପାଳ ଅଞ୍ଚଳ ରୁ ପବିତ୍ର ନିର୍ଜଳା ଏକାଦଶୀ ତିଥିରେ ବଉଳ କାଠ ଭୋଇ ସେବକ ଦ୍ଵାରା କଟାଯାଇ ପ୍ରଭୁ ସିଦ୍ଧ ବକୁଳ ଙ୍କ ପାଖରେ ପହଞ୍ଚିବା ପରେ ତାହା ଶ୍ରୀମନ୍ଦିର ରୁ ଆସିଥିବା ଶଗଡ଼ ଗାଡ଼ିରେ ଶ୍ରୀମନ୍ଦିର ପଠାଯାଇଥାଏ । ଏଣୁ ସମସ୍ତେ ଆଜିର ଦିନରେ ଗୋଟିଏ ଗୋଟିଏ ବଉଳ ଗଛ ମାନ କାଦୁଆ ଆଶ୍ରମ ପରିସର ମଧ୍ୟରେ ପୋତି ଥିଲେ ଓ ଆଗାମୀ ଦିନରେ ବ୍ୟାପକ ଭାବରେ ପୋତିବେ ବୋଲି ଶପଥ ନେଇଥିଲେ । ଶେଷରେ ଆଇନଜୀବୀ ସୁଶାନ୍ତ କୁମାର ରଥ ଡାକରା ଦେଇଥିଲେ ” ଗଛ ଗଛ ଗଛ ,ଆଉ ସବୁ ପଛ ” ।

SPREAD YOUR LOVE WITH YOUR FRIENDS AND FAMILY

Leave a Reply