Home / ରାଜନୀତି / ସନ୍ଦିଗ୍ଧ ପାରା ଉଦ୍ଧାର ଘଟଣା-ବନବିଭାଗକୁ ହସ୍ତାନ୍ତର କଲା ଅସ୍ତରଙ୍ଗ ପୋଲିସ

ସନ୍ଦିଗ୍ଧ ପାରା ଉଦ୍ଧାର ଘଟଣା-ବନବିଭାଗକୁ ହସ୍ତାନ୍ତର କଲା ଅସ୍ତରଙ୍ଗ ପୋଲିସ

whatsapp image 2023 03 16 at 18.59.29

କାକଟପୁର ତା ୧୬।୩:ବୁଧବାର ଅସ୍ତରଙ୍ଗ ନାନପୁର ଗ୍ରାମର ରୁପନ ପତିଙ୍କ ଦ୍ଵାରା ଏକ ସନ୍ଦିଗ୍ଧ ପାରା ଉଦ୍ଧାର ହେଲା ପରେ ଖବର ପାଇ ଅସ୍ତରଙ୍ଗ ପୋଲିସ ଵିଲମ୍ବିତ ରାତ୍ରିରେ ଗାଁରେ ପହଁଚି ପାରାଟିକୁ ନିଜ ଅକ୍ତିଆରକୁ ନେଇଥିଲା। ତେବେ ଗୁରୁବାର ପୁଲିସ ପାରାଟିର ଦୁଇ ଗୋଡ଼ରେ ଲାଗିଥିବା ଦୁଇଟି ଟ୍ୟାଗ୍ କୁ ଖୋଲି ଅସ୍ତରଙ୍ଗ ବନାଞ୍ଚଳକୁ ହସ୍ତାନ୍ତର କରି ଅଧିକ ତଦନ୍ତ ଜାରି ରଖିଛି। ବନ ବିଭାଗ ପକ୍ଷରୁ ପାରାର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇ ସୁରକ୍ଷିତ ରଖାଯାଇଥିବା ବନପାଳ ଇଂ. ସବୀର କୁମାର ସାହୁ ସୂଚନା ଦେଇଛନ୍ତି। ପତିଙ୍କ ଘର ଛାତ ଉପରେ ଗୋଡ଼ରେ ପିତଳ ଓ ପ୍ଲାଷ୍ଟିକ ଟ୍ୟାଗ ଲାଗିଥିବା ଏକ ପାରା ଦେଖାଯିବା ପରେ ସେ ଏହି ପାରାଟିକୁ ଧରି ରଖିଥିଲେ। ପିତଳ ଟ୍ୟାଗରେ ready bsp dn ଇଂରାଜୀରେ ଲେଖା ଥିବା ବେଳେ ଆଉ ଏକ ପ୍ଲାଷ୍ଟିକ ଟ୍ୟାଗରେ ଇଂରାଜୀରେ 31 ଲେଖା ରହିଛି । ଆଠ ଦିନ ହେଲା ରୂପନଙ୍କ ଛାତ ଉପରେ ଥୁବା ଅନ୍ୟ ପାରାଙ୍କ ସହ ଏହି ପାରାଟି ବସୁଥିବାର ଦେଖାଯାଇଥିଲା । ତେବେ ସନ୍ଦିଗ୍ଧ ପାରାଟିକୁ ଦେଖି ରୂପନଙ୍କ ପୁଅ କାବୁ କରିଥିଲେ  ।

SPREAD YOUR LOVE WITH YOUR FRIENDS AND FAMILY

Leave a Reply