Home / ମୁଖ୍ୟ ଖବର / ଗ୍ରାମେଶ୍ବର ଆଞ୍ଚଳିକ ସାଧନକେନ୍ଦ୍ରରେ ସୁରଭି ୨୦୨୫ ପାଳିତ

ଗ୍ରାମେଶ୍ବର ଆଞ୍ଚଳିକ ସାଧନକେନ୍ଦ୍ରରେ ସୁରଭି ୨୦୨୫ ପାଳିତ

whatsapp image 2025 10 14 at 09.16.35 47a5b523

କଣାସ :ତା୧୩/୧୦ – ପୁରୀ ଜିଲ୍ଲା କଣାସ ବ୍ଲକ୍ ଅନ୍ତର୍ଗତ ଗ୍ରାମେଶ୍ବର ଆଞ୍ଚଳିକ ସାଧନ କେନ୍ଦ୍ରର ସୁରଭି ୨୦୨୫ଗ୍ରାମେଶ୍ବର ବିଶ୍ଵନାଥ ସଂଯୁକ୍ତ ଉଚ୍ଚ ବିଦ୍ୟାଳୟରେ ବହୁ ଆଡ଼ମ୍ବରେ ପାଳିତ ହୋଇଯାଇଛି। ସୁରଭି କାର୍ଯ୍ୟକ୍ରମର ପ୍ରାରମ୍ଭରେ ପ୍ରଧାନ ଶିକ୍ଷୟିତ୍ରୀ ରୋଜାଲିନ ସେଠୀ ମୁଖ୍ଯ ଅତିଥି ଭାବେ ଯୋଗ ଦେଇ ଉଦ୍ଘାଟନ କରିଥିଲେ। ସଂଯୋଜକ ତପନ କୁମାର ରାଉତରାୟ ସୁରଭି ର ଆଭିମୁଖ୍ୟ ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମକୁ ବରିଷ୍ଠ ଶିକ୍ଷକ ପ୍ରତାପ କୁମାର ଦାଶ ଓ ମୁଖ୍ଯ ମନ୍ତ୍ରୀ ଶିକ୍ଷା ପୁରସ୍କାର ପ୍ରାପ୍ତ ଶିକ୍ଷକ ପ୍ରଶାନ୍ତ କୁମାର ମଙ୍ଗରାଜ ପରିଚାଳନା କରିଥିଲେ ।

whatsapp image 2025 10 14 at 09.16.34 ee939cd9

ଏଥରେ ଶିକ୍ଷକ ସଦାଶିବ ବଳିୟାର ସିଂହ,ସିଦ୍ଧେଶ୍ଵର ବେହେରା,ମହେଶ୍ୱର ଟୁଡୁ,ସୁରେଶ ଚନ୍ଦ୍ର ସାହୁ,ସୁକାନ୍ତ ମଙ୍ଗରାଜ,ଗୌରାଙ୍ଗ ପ୍ରଧାନ,ବ୍ରିଜ ସିଂହ,ଇନ୍ଦ୍ର ରାମ,ବୈଷ୍ଣବ କୋଦମା ସିଂହ,ରମାମଣି ସାମନ୍ତରାୟ ଯୋଗ ଦେଇଥିଲେ। ସୁରଭି ରେ ବ୍ଲକ ସ୍ତରକୁ ସିନିୟର ଗ୍ରୁପରେ ବିତର୍କରେ ଛାତ୍ରୀ ଲିଜା ଦାସ,ପ୍ରବନ୍ଧ ରେ ପାୟଲ ବେହେରା,ଚିତ୍ରାଙ୍କନରେ ଶୁଭକାନ୍ତ ପାଇକରାୟ,କୁଇଜ ରେ ରାମଚନ୍ଦ୍ର ରାଉତରାୟ, ଇଲୋକେଶନରେ ସୋମନାଥ ପାଇକରାୟ,ଭାଷଣରେ ଅର୍ପତା ସାମନ୍ତରାୟ,ସଂଗୀତ ରେ ଇପସିତା ମହାପାତ୍ର ନିର୍ବାଚିତ ହୋଇଛନ୍ତି। ସେହିପରି ଜୁନିୟର ଗ୍ରୁପରେ ଚିତ୍ରାଙ୍କନ ରେ କୁମ କୁମ ଶ୍ରୀଚନ୍ଦନ,କୁଇଜ ରେ ଆୟୁଷ ସାମନ୍ତରାୟ,ଇଲୋକେଶନରେ ଲକ୍ଷୀପ୍ରିୟା ବାରିକ,ଭାଷଣରେ ସଂସ୍କାର ସାମନ୍ତରାୟ, ସଂଗୀତ ରେ ସୁପ୍ରିୟା ଉଦୟ ସିଂହ,ଓଡିଆ ହସ୍ତାକ୍ଷରରେ ଯାଜ୍ଞସେନୀ ଜେନା ନିର୍ବାଚିତ ହୋଇଛନ୍ତି। ଗ୍ରାମେଶ୍ବର ବିଶ୍ବନାଥ ନୋଡାଲ ଉଚ୍ଚ ବିଦ୍ୟାଳୟ ର ସାଂସ୍କୃତିକ ଦଳ ନିର୍ବାଚିତ ହୋଇଛନ୍ତି।

SPREAD YOUR LOVE WITH YOUR FRIENDS AND FAMILY

Leave a Reply