ପୁରୀ ତା ୨୧/୧୧/୨୫ ଶୁକ୍ରବାର ପ୍ରାତଃ ୭ ଘଟିକା ସମୟରେ ସ୍ଥାନୀୟ ହରଚଣ୍ଡୀ ସାହି ସରସତୀ ଶିଶୁ ବିଦ୍ୟା ମନ୍ଦିର ର ଉନବିଂଶତିତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବ ରେ ଗଙ୍ଗାଧର ବିଦ୍ୟାପୀଠ ଶାରୀରିକ ବିଭାଗରେ ଶିକ୍ଷକ ଶ୍ରୀଯୁକ୍ତ ଲଲାଟେନ୍ଦୁ ସାଇ ମୁଖ୍ୟ ଅତିଥି ଭାବେ ଯୋଗଦାନ କରି ଶ୍ରୀ ଜଗନ୍ନାଥଙ୍କ ବିଗ୍ରହ ସମ୍ମୁଖରେ ପ୍ରଦୀପ ପ୍ରଜ୍ଜଳନ ପୂର୍ବକ ଉତ୍ସବକୁ ଆଗେଇ ନେଇଥିଲେ ।

ଏହି ଅବସରରେ ବିଦ୍ୟାଳୟର ଶିଶୁ ଭାଇ ଭଉଣୀଙ୍କ ଦ୍ଵାରା ଶ୍ରୀ ହନୁମାନ ଜିଉଙ୍କ ମନ୍ଦିରରୁ ଅଗ୍ନି ସଂଯୋଗ କରାଯାଇ ‘’ମଶାଲ” ଗ୍ରହଣ କରାଯାଇଥିଲା । ମୁଖ୍ୟ ଅତିଥିଙ୍କ ଦ୍ଵାରା କ୍ରୀଡ଼ା ପତାକା ଉତୋଳନ କରାଯାଇଥିଲା । ବିଦ୍ୟାଳୟ ପ୍ରଧାନଆଚାର୍ଯ୍ୟ ଶ୍ରୀଯୁକ୍ତ ରବୀନ୍ଦ୍ର କୁମାର ନନ୍ଦ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ବିଦ୍ୟାଳୟ ର ସମାପତି ଶ୍ରୀଯୁକ୍ତ ଅରୁଣ କୁମାର ମିଶ୍ରଙ୍କ ଦ୍ବାରା ମୁଖ୍ୟ ଅତିଥି କୁ ସମ୍ବନ୍ଧିତ କରାଯାଇଥିଲା । ଶିକ୍ଷା ବିକାଶ ସମିତିଙ୍କ ପୁରୀ ଜିଲ୍ଲା ସହପ୍ରମୁଖ ଶ୍ରଯୁକ୍ତ ଦୀନବନ୍ଧୁ ତ୍ରିପାଠୀ ମହୋଦୟ ଉପସ୍ଥିତ ରହିଥିଲେ ।

ମୁଖ୍ୟ ଅତିଥିଙ୍କ ଦ୍ବାରା କ୍ରୀଡ଼ା କୁ ଉଦଘୋଷିତ କରାଯାଇଥିବା ବେଳେ ଉପସ୍ଥିତ ସମସ୍ତ କ୍ରୀଡ଼ାବିତ ଶପଥ ଗ୍ରହଣ କରିଥିଲେ।ପରେ ପରେ ବିଦ୍ୟାଳୟ ର ସମସ୍ତ ଗୁରୁଜୀ / ଗୁରୁମା ଙ୍କ ସହେଯୋଗରେ କ୍ରୀଡ଼ା କାର୍ଯ୍ୟକ୍ରମକୁ ଆଗଇ ନେଇଥିଲେ କିଶୋର ବିଭାଗ,ବାଲ ବିଭାଗ ଓ ଶିଶୁ ବିଭାଗ ଆଦିରେ ବିଦ୍ୟାଳୟର ସମସ୍ତ ଶିଶୁ ଅଂଶ ଗ୍ରହଣ କରିଥିବା ବେଳେ କିଶୋର ଓ ବାଲ ବିଭାଗ ଦୌଡ଼ରେ ୧୦୦ ମି,୨୦୦ ମି,୪୦.୪୦୦,୧୫୦.୩୦୦୦,ଗୋଳା ଫିଙ୍ଗା, ଥାଳିଆ ଫିଙ୍ଗା,ବର୍ଷା ଫିଙ୍ଗା,ଉଚ୍ଚ ଡ଼ିଆଁ, ଲମ୍ବ ଡ଼ିଆଁ, ତ୍ରିକୁଦ ଡ଼ିଆଁ, ବାଧା ଦୌଡ଼, ଅନୁଷ୍ଠିତ କରାଯାଇଥିବା ବେଳେ ଶିଶୁ ବିଭାଗରେ ସନ୍ତୁଳନ ଦୌଡ଼, ଗଣିତ ଦୌଡ, ବସ୍ତୁସଂଗ୍ରହ,ବଲ ସଂଗ୍ରହ, ଅଖା ଦୌଡ, ବେଙ୍ଗ ଡ଼ିଆଁ, ବାଟି ଜାମଚ ଆଦି ଖେଳ ଅନୁଷ୍ଠିତ କରାଯାଇଥିଲା ।କୁନି କୁନି ପ୍ରତିଭାଗୀଙ୍କ ପ୍ରତିଭାକୁ ଉତ୍ସାହିତ କରିବା ନିମନ୍ତେ କୃତୀ ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା











