କଟକ, ତା- ୨୧.୧୦.୨୫ରିଖ କଟକ ଜିଲ୍ଲାର ସୁଦୁସାଇଲୋ ସ୍ଥିତ ରତ୍ନକୁଦ ପୀଠ ପରିସରରେ ଅନୁଷ୍ଠିତ ସତସଙ୍ଗରେ ଶିଶୁ ସିଦ୍ଧ ଶ୍ରୀ ଶ୍ରୀ ଧୁନ୍ଦରାମ ମହାରାଜ ଅଧ୍ୟକ୍ଷତା କରି “ମାନବିକତାର ବିକାଶରେ ଧର୍ମ ପରିପାଳନର ଆବଶ୍ୟକତା” ବିଷୟରେ ଦିଗଦର୍ଶନ ଦେଇଥିଲେ।ବାବାଜୀ ମାୟାଧର ଦାସ,ବାବାଜୀ

ମଦନମୋହନ ଦାସ,ବିଭୁବୈଭବର ସମ୍ପାଦକ ଲୋକଶିକ୍ଷକ ଲକ୍ଷ୍ମୀପ୍ରସାଦ ଆଚାର୍ଯ୍ଯ ଓ ସଂଗଠନ ସମ୍ପାଦକ ପ୍ରଭୁଦତ୍ତ ପ୍ରଧାନ ପ୍ରମୁଖ ‘ସତସଙ୍ଗ ଓ ସ୍ବଧ୍ୟାୟ’ର ମୂଲ୍ଯବୋଧ ସମ୍ପର୍କରେ ଆଲୋଚନା କରିଥିଲେ। ସମାଜସେବୀ ବିଶ୍ବରଞ୍ଜନ ଭୋଳ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।ସଂଜୟ କୁମାର ଦାଶ, ସରସ୍ଵତୀ ପଣ୍ଡା,କାଳନ୍ଦୀ ଚରଣ ଷଡଙ୍ଗୀ,ଟହଲି ମଲିକ,ଲିଙ୍ଗରାଜ ବେହେରା,ସୂର୍ଯ୍ୟକାନ୍ତ ସାହୁ,ହେମନ୍ତ କୁମାର ଭୋଇ,ଗଣେଶ ଭୋଇଙ୍କ ସମେତ ବହୁ ସତସଙ୍ଗ ପ୍ରେମୀ ଭକ୍ତ ମାନେ ଯୋଗଦାନ କରିଥିଲେ। ବାପୁନି ପ୍ରଧାନଙ୍କ ଆଧ୍ଯାତ୍ମିକ ୟୁଟ୍ୟୁବ୍ ଚ୍ୟାନେଲର କର୍ମକର୍ତ୍ତାଗଣ ସହଯୋଗ କରିଥିଲେ।










