Home / ଆଧ୍ୟାତ୍ମିକ / ମା ମଙ୍ଗଳାଙ୍କ ବାସନ୍ତିକ ଦୁର୍ଗାପୂଜା ଆରମ୍ଭ।

ମା ମଙ୍ଗଳାଙ୍କ ବାସନ୍ତିକ ଦୁର୍ଗାପୂଜା ଆରମ୍ଭ।

maa mangala

କାକଟପୁର ( ତୁଷାର ଦୀକ୍ଷିତ ) : ପୁରୀ ଜିଲ୍ଲା କାକଟପୁର ର ଅଧିଷ୍ଠାତ୍ରୀ ଦେବୀ ମା ମଙ୍ଗଳାଙ୍କ ମନ୍ଦିର ରେ ଆଜି ଶୁକ୍ଳ ସପ୍ତମୀ ତିଥି ଠାରୁ ତିନି ଦିନାତ୍ମକ ବାସନ୍ତିକ ଦୁର୍ଗାପୂଜା ଆରମ୍ଭ ହେଉଛି ।ଏହି ଅବସରରେ ମନ୍ଦିର ଟ୍ରଷ୍ଟ ବୋର୍ଡ ପକ୍ଷରୁ ବାସନ୍ତିକ ଦୁର୍ଗାପୂଜା ପାଇଁ ନୀତି ନିର୍ଘଣ୍ଟ ହୋଇଛି ।ଆଜି ଠାରୁ ତିନିଦିନ ଅର୍ଥାତ୍ ୧୪,୧୫,୧୬ ତାରିଖ ପର୍ଯ୍ୟନ୍ତ ପୀଠରେ ବାସନ୍ତିକ ଦୁର୍ଗାପୂଜା ନୀତି ଅନୁଷ୍ଠିତ ହେଉଥିବାରୁ ଏହି ଦିବସ ଗୁଡିକରେ ସକାଳୁ ଅପରାହ୍ନ ୩ ଟା ପର୍ଯ୍ୟନ୍ତ ସର୍ବସାଧାରଣ ଙ୍କ ଦର୍ଶନ ବନ୍ଦ ରହିବ ବୋଲି ମନ୍ଦିର କାର୍ଯ୍ୟ ନିର୍ବାହୀ ଅଧିକାରୀ କୈଳାସ ଦାଶ ପ୍ରକାଶ କରିଛନ୍ତି।ଆଶ୍ୱିନ ମାସର ଷୋଡଶ ଉପଚାର ପୂଜାନୀତି ଭଳି ଚୈତ୍ର ମାସ ର ଶୁକ୍ଳ ସପ୍ତମୀ,ଅଷ୍ଟମୀ, ଓ ନବମୀ ତିଥିରେ ୩ ଦିନ ବ୍ୟାପୀ ମା ଙ୍କ ବାସନ୍ତିକ ପୂଜା ଅନୁଷ୍ଠିତ ହେବ ।


ରବିବାର ମଧ୍ୟାର୍ଣ୍ଣ ରେ ମା ଙ୍କ ସହସ୍ର କୁମ୍ଭାଭିଷେକ ନୀତି ଓ ମହା ସ୍ନାନ ପରେ ମା ଙ୍କୁ ଚନ୍ଦନ ବେଶ ରେ ସଜ୍ଜିତ କରାଯାଇଥିଲା। ପୂଜାପଣ୍ଡା ଓ ମନ୍ଦିର ପୁରୋହିତ ଙ୍କ ଦ୍ଵାରା ମୁଖ୍ୟ କଳସ, ନବଦୂର୍ଗା କଳସ ଓ ଅକ୍ଷୟ ଦୀପ ସ୍ଥାପନ କରାଯାଇଥିଲା । ଏହା ପରେ ସୂର୍ଯ୍ୟପୂଜା, ସିଂହ ପୂଜା, ଦ୍ଵାରପାଳ ପୂଜା, କଳସ ପୂଜା ସହିତ ଷୋଡଶ ଉପଚାର ପୂଜା ଅନୁଷ୍ଠିତ ହୋଇଥିଲା। ଏହାପରେ ସକାଳ ଧୂପ, ସଂକ୍ରାନ୍ତି ହୋମ, ଦ୍ଵୀପ୍ରହର ଧୂପ, ଭଣ୍ଡ ଧୂପ ଅନୁଷ୍ଠିତ ହେବା ପରେ ମନ୍ଦିର ପହଡ଼ ପଡ଼ିଥିଲା। ସଂଧ୍ୟା ରେ ସଂଧ୍ୟା ଆଳତୀ ପରେ ମା ଙ୍କ ସ୍ନାନ ନୀତି କରାଯାଇ ମା ଙ୍କୁ ବେଶ କରା ଯାଇଥିଲା। ଭାଗବତ ପାଠ, ଗୀତ ଗୋବିନ୍ଦ ଗାୟନ, ବଡ଼ ସିଂହାର ପରେ ମନ୍ଦିର ପହଡ଼ ପଡ଼ିଥିଲା। ମା ଙ୍କ ର ଏହିପରି ପୂଜା ନୀତି ତିନି ଦିନ ଧରି ଚାଲିବ ବୋଲି କହିଛନ୍ତି କାକଟପୁର ତହସିଲଦାର ଅଙ୍କିତା ଅନନ୍ଦିତା। ତ୍ରୀ ଦିବସୀୟ ବାସନ୍ତିକ ପୂଜା ପାଇଁ ମା ମଙ୍ଗଳା ଙ୍କ ମନ୍ଦିର ଉତ୍ସବ ମୁଖର ହୋଇଉଠିଛି।

SPREAD YOUR LOVE WITH YOUR FRIENDS AND FAMILY

Leave a Reply