Home / ମୁଖ୍ୟ ଖବର / ସାମ୍ପ୍ରତିକ ସମାଜ ପାଇଁ ସାଇବର ଅପରାଧ ଏକ ବଡ ଆହ୍ୱାନ।

ସାମ୍ପ୍ରତିକ ସମାଜ ପାଇଁ ସାଇବର ଅପରାଧ ଏକ ବଡ ଆହ୍ୱାନ।

whatsapp image 2025 10 24 at 16.05.49 923e809f

ପୁରୀ- ୨୪/୧୦/୨୦୨୫- ଆଗେ ଚୋରି, ଡକାୟତି ବା ଅପରାଧ ପାଇଁ ଘଟଣା ସ୍ଥଳରେ ଅପରାଧୀ ମାନଙ୍କୁ ଉପସ୍ଥିତ ରହିବାକୁ ପଡୁଥିଲା।କିନ୍ତୁ ବର୍ତ୍ତମାନ ସାଇବର କ୍ରାଇମ ମାଧ୍ୟମରେ ବିଶ୍ବର ଯେ କୌଣସି ସ୍ଥାନରୁ ଆଖି ପିଛୁଳାକେ ଅପରାଧ ସଂଘଟିତ ହେଉଛି।କେବଳ ବ୍ୟାପକ ସଚେତନତା ଏହାକୁ ରୋକି ପାରିବ ବୋଲି ଆହ୍ବାନ ଦେଇଛନ୍ତି ପୁରୀ ଲୋକସଭା ସାଂସଦ ଡା ସମ୍ବିତ ପାତ୍ର।ଆଜି ପୂର୍ବାହ୍ନରେ ଶରଧାବାଲି ମୁକ୍ତାକାଶ ରଙ୍ଗମଞ୍ଚ ଠାରେ ଜିଲ୍ଲା ପୁଲିସ ପକ୍ଷରୁ ସାଇବର ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ଏହାକୁ ଉଦଘାଟନ କରି ଓ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସାଂସଦ ଡା ପାତ୍ର ସାଇବର ଅପରାଧୀ ମାନେ ପ୍ରତି ମୂହୁର୍ତ୍ତରେ ସେମାନଙ୍କ ଜାଲ ବିଛାଇ,ମିଥ୍ୟା ପ୍ରଲୋଭନ ଦେଖାଇ ବ୍ୟକ୍ତି ବିଶେଷ ଙ୍କୁ ଲୁଟି ନେବାର ପ୍ରୟାସ କରୁଛନ୍ତି।ଏଥିପାଇଁ ସରକାର, ପୋଲିସ ପ୍ରଶାସନ ଲୋକ ମାନଙ୍କୁ ସଚେତନ କରାଉଛନ୍ତି।

whatsapp image 2025 10 24 at 16.05.49 6d7d0961

ତେବେ କମ ସମୟରେ ଅଧିକ ଲାଭବାନ ଲୋଭରେ ସାଧାରଣ ବା ଶିକ୍ଷିତ ଲୋକ ଲୁଟର ଶିକାର ହେଉଛନ୍ତି।ସରକାର ସଚେତନ କରିବା ସହ ୧୯୩୦ ହେଲ୍ପ ଲାଇନ ନମ୍ବର ମାଧ୍ୟମରେ ସତର୍କ କରାଉଛନ୍ତି।ତେଣୁ କୌଣସି ଲୋଭର ବଶବର୍ତ୍ତୀ ନ ହୋଇ ବା ଅଜଣା ଆପ୍ ,ଫ୍ରଡ କଲ,ମେସେଜ କୁ ଗ୍ରହଣ ନ କରି ତାହାର ସତ୍ୟାସତ୍ୟ ଯାଞ୍ଚ କରି ପଦକ୍ଷେପ ନେବା କୁ ସେ ଅନୁରୋଧ କରିଥିଲେ। ଅନ୍ୟତମ ଅତିଥି ଭାବେ ରାଜ୍ୟସଭା ସାଂସଦ ଶୁଭାଶିଷ ଖୁଣ୍ଟିଆ ଯୋଗ ଦେଇ ସଚେତନତା ହିଁ ସତର୍କତା ବୋଲି କହିବା ସହ ସାଇବର ଅପରାଧ ଦ୍ରୁତ ଗତିରେ ଘଟୁଥିବାରୁ ଇଣ୍ଟରନେଟ ବ୍ୟବହାର କରୁଥିବା ପ୍ରତ୍ୟେକ ବ୍ୟକ୍ତି ଅତ୍ୟନ୍ତ ସତର୍କ ଭାବେ ଏହାକୁ ପରିଚାଳନା କରିବାକୁ କହିଥିଲେ।ଏସ ପି ପ୍ରତୀକ ସିଂ,ଉପ ଜିଲ୍ଲାପାଳ ରାଜ କିଶୋର ଜେନା ସାଇବର ଅପରାଧ ବିଶ୍ୱର ଯେ କୌଣସି ସ୍ଥାନରୁ ଅପରାଧୀ ମାନେ ନିୟନ୍ତ୍ରଣ କରୁଥିବାରୁ ଏହା ଆମ ସମସ୍ତଙ୍କ ପାଇଁ ଏକ ଆହ୍ଵାନ।ତେଣୁ ସତର୍କ ଓ ସଚେତନ ରହିବା ସହ କିଛି ଘଟିଗଲେ ତୁରନ୍ତ ପୋଲିସ ଓ ସାଇବର ଥାନାର ସହାୟତା ନେବାକୁ ଅନୁରୋଧ କରିଥିଲେ।ଅନ୍ୟ ମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ରାଜସ୍ଵ ଡା ଶରତ ଚନ୍ଦ୍ର ମହାପାତ୍ର, ଅତିରିକ୍ତ ଏସ ପି ସୁଶୀଲ କୁମାର ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ।ପ୍ରାରମ୍ଭରେ ସଦର ଏସଡିପିଓ ରବି ନାରାୟଣ ଭଞ୍ଜ ସମସ୍ତଙ୍କୁ ସ୍ବାଗତ ସହ ବିଷଦ ବିବରଣୀ ମାଧ୍ୟମରେ ସାଇବର ଅପରାଧ ସମ୍ପର୍କରେ ସୂଚନା ଦେଇଥିଲେ।ବିଗତ ବର୍ଷ ସାଇବର ଅପରାଧୀ ମାନେ ୨୨୮୪୫ କୋଟି ଟଙ୍କା ସାଧାରଣ ଲୋକ ମାନଙ୍କ ଠାରୁ ଲୁଟି ନେଇଥିଲେ।ସାଇବର ଅପରାଧ ରୁ ଦୂରେଇ ରହିବା ପାଇଁ ଲୋକ ମାନଙ୍କୁ ସଚେତନ ପାଇଁ ସରକାର ୨୨ ହଜାର କୋଟି ଟଙ୍କାର ବଜେଟ ବ୍ୟବସ୍ଥା କରିଛନ୍ତି।ରାଜ୍ୟରେ ବର୍ତ୍ତମାନ ୧୪ ଟି ସାଇବର ଥାନା କାର୍ଯ୍ୟକ୍ଷମ ଥିବା ବେଳେ ଆଉ ୨୨ ଗୋଟି ଖୋଲିବା ବ୍ୟବସ୍ଥା ରହିଛି ବୋଲି ସେ କହିଥିଲେ।ଅତିଥି ମାନେ ସାଇବର ସଚେତନତା ଶପଥ ପାଠ ସମସ୍ତଙ୍କୁ କରାଇଥିବା ବେଳେ ସଚେତନତା ବାର୍ତ୍ତା ର ଲିଫଲେଟ ଉନ୍ମୋଚନ କରିଥିଲେ।ଏହି ଅବସରରେ ସଚେତନତା ରଥ ଜିଲ୍ଲା ପରିକ୍ରମା କରି ଲୋକ ମାନଙ୍କୁ ସଚେତନ କରାଇବାର ବ୍ୟବସ୍ଥା କରାଯାଇଛି।ଶେଷରେ କାନରା ବ୍ୟାଙ୍କ ର ଡିଜିଏମ ଶରତ ଚନ୍ଦ୍ର ଭୋଇ ଧନ୍ୟବାଦ ଅର୍ପଣ କରିଥିଲେ।କାର୍ଯ୍ୟକ୍ରମ ରେ ଅତିରିକ୍ତ ଏସ ପି ସୌମ୍ୟ ରଞ୍ଜନ ମଲ୍ଲିକ,ଦେବୀ ଶଙ୍କର ପ୍ରତାପ, ସଚିନ ପଟେଲ,ବିଭିନ୍ନ ଥାନାର ଆଇଆଇସି ଓ ଅନ୍ୟାନ୍ୟ ଅଧିକାରୀ ମାନେ ଯୋଗ ଦେଇଥିଲେ।

SPREAD YOUR LOVE WITH YOUR FRIENDS AND FAMILY

Leave a Reply