Home / ମୁଖ୍ୟ ଖବର / ପୁରୀ ମେଡିକାଲର ଦୟନୀୟ ଚିତ୍ର — ଡାକ୍ତର ରେଷ୍ଟ ରୁମ ରେ, ରୋଗୀ ଲାଇନ ରେ!

ପୁରୀ ମେଡିକାଲର ଦୟନୀୟ ଚିତ୍ର — ଡାକ୍ତର ରେଷ୍ଟ ରୁମ ରେ, ରୋଗୀ ଲାଇନ ରେ!

whatsapp image 2025 10 24 at 15.42.41 8e3db2ef

ପୁରୀ :୨୪/୧୦/୨୦୨୫ – ବାରମ୍ବାର ପୁରୀ ଜିଲ୍ଲା ସଦର ମୁଖ୍ୟ ଚିକିତ୍ସାଳୟର ଅପାରଗତା ପଦାରେ ପଡ଼ିବାରେ ଲାଗିଛି ।ବାରମ୍ବାର କାୟାକଳ୍ପ ମେଡିକାଲ କୁ ପରିଭ୍ରମଣରେ ଆସି ମେଡିକାଲ ର ସ୍ଥିତି ଯେତେ ସୁଧାରିବାକୁ ଚେଷ୍ଟା କରିଥିଲେ ମଧ୍ୟ ତାହା ପରିବର୍ତ୍ତନ ହେବାର ନାଁ ଧରୁନି ।ପୁରୀ ସଦର ମୁଖ୍ୟ ଚିକିତ୍ସାଳୟ ଉପରେ ପୁରୀ ଜିଲ୍ଲାର ଲକ୍ଷାଧିକ ଜନସାଧାରଣ ନିର୍ଭର କରୁଥିବା ବେଳେ ପ୍ରତେକ୍ ଦିନ ହଜାର ହଜାର ରୋଗୀ ଚିକିତ୍ସା ନିମନ୍ତେ ଆସିଥାନ୍ତି । ପୂର୍ବ ବର୍ଷ ଡାକ୍ତର ଏବଂ ଚିକିତ୍ସା ସୁବିଧା ନଥିବାରୁ ମହାପ୍ରଭୁ ଜଗନ୍ନାଥଙ୍କ ଚନ୍ଦନ ଯାତ୍ରା ସମୟରେ ୧୭ ଜଣ ଲୋକ ଅକାଳରେ ନିଜ ପ୍ରାଣ ହରାଇଥିଲେ। ରୋଗୀ ମାନଙ୍କ ସୁବିଧା ଦୃଷ୍ଟିରୁ ଜରୁରୀ କାଳୀନ ସେବା ନିମନ୍ତେ ବହିର୍ବିଭାଗ ମଧ୍ୟରେ ୪ ଜଣ ଡାକ୍ତରଙ୍କୁ ୮ଘଣ୍ଟା ସମୟ ବ୍ୟବଧାନ ରେ ନିୟୋଜିତ କରାଯାଇଛି କିନ୍ତୁ ଜରୁରୀକାଳୀନ ବିଭାଗ ବାହାରେ ଲଗାଯାଇଥିବା ଚାର୍ଟ ରେ ୪ ଜଣ ଡାକ୍ତର ଙ୍କ ନାଁ ଲେଖାହେଲେ, ଭିତରେ ବସୁଛନ୍ତି ମାତ୍ର ଜଣେ କି ଦୁଇ ଜଣ ଡାକ୍ତର ସେ ବି ଠିକସେ ନିଜ କାର୍ଯ୍ୟ ନକରି ବେସରକାରୀ ଚିକିତ୍ସାଳୟ ରେ ନିଜ ପକେଟ ଗରମ କରିବାରେ ଲାଗିପଡ଼ିଥିବା ଜିଲ୍ଲା ସ୍ୱାସ୍ଥ୍ୟ ସଂଗଠକ ଅଂଶୁମାନ ଶତପଥୀ ଅଭିଯୋଗ କରିଛନ୍ତି।

whatsapp image 2025 10 24 at 15.42.41 aacb719f

ପୂର୍ବରୁ ଜରୁରୀକାଳୀନ ବିଭାଗ ବାହାରେ ଲଗାଯାଇଥିବା ଚାର୍ଟ କୁ ପ୍ରତେକ ଦିନ ସଂଶୋଧନ କରାଯାଉନଥିଲା, ବାରମ୍ବାର ଅଭିଯୋଗ ପରେ ଚାର୍ଟ ରେ ପ୍ରତେକ ଦିନ ଠିକ କରି ଲେଖାଯାଇଛି। ଡାକ୍ତର ଅଭାବରୁ ରୋଗୀ ମାନଙ୍କର ଲମ୍ବା ଧାଡ଼ି ଦେଖିବାକୁ ମିଳୁଛି। କିଛି ରୋଗୀ ବିରକ୍ତି ହୋଇ ସୁରକ୍ଷାକର୍ମୀ ଙ୍କୁ ମଧ୍ୟ ଗାଳି ଗୁଲଜ କରିବାକୁ ପଛାଉନାହାନ୍ତି। ଯେତେବେଳେ କିଛି ସାମ୍ବାଦିକ ମାନେ ରାତି ୧୨ଟା ବେଳେ ହଟାଥ୍ ମେଡିକାଲ ଜରୁରୀକାଳୀନ ବିଭାଗ ଭିତରୁକୁ ଗଲେ, ଦେଖିଲା ବେଳକୁ ପାଖାପାଖି ୧୦ରୁ ଉର୍ଦ୍ଧ ରୋଗୀ ବିଭାଗ ଭିତରେ ଲାଇନ ରେ ଛିଡା ହୋଇଛନ୍ତି କିନ୍ତୁ ଡାକ୍ତର ନଥିବା ଦେଖି କାର୍ଯ୍ୟରତ ସାମ୍ବାଦିକ ମାନେ ଭିଡିଓ ଓ ଫୋଟୋ ଉତ୍ତୋଳନ କରି ପାଖାପାଖି ୨୦ମିନିଟ କାଳ ଅପେକ୍ଷା କରିବା ପରେ ଜଣେ ମହିଳା ଡାକ୍ତର ରେଷ୍ଟରୁମ ରୁ ବାହାରି ତୁ କାହିଁକି ଆମର ଭିଡ଼ିଓ କରିଛୁ ବୋଲି କହି ଅଶ୍ରିଳ ଭାଷା ରେ ଗାଳି କରିବା ସହିତ ହସ୍ପିଟାଲ ବାହାରକୁ ଚାଲ ତୋ କଥା ବୁଝିବି ବୋଲି ଧମକ ଦେଇଥିଲେ। ଏହି ଅଶ୍ରିଳ ଭାଷାରେ ଗାଳି କରିବା ପରେ ସାମ୍ବାଦିକ ଏବଂ କିଛି ସାଧାରଣ ଲୋକ ମାନେ ବାହାରକୁ ଆସି ହୋହାଲ୍ଲା କରିବା ସହିତ ସିଡିମଓ ଏବଂ ମେଡିକାଲ କଲେଜ ଭାରପ୍ରାପ୍ତ ଅଧିକରୀ ଙ୍କୁ ଅବଗତ କରାଇଥିଲେ। କିଛି ସମୟ ପରେ ସିଡିମଓ ଡାକ୍ତର ଅକ୍ଷୟ କୁମାର ଶତପଥି, ମେଡିକାଲ କଲେଜ ଭାରପ୍ରାପ୍ତ ଅଧିକରୀ କୌଶିକ ମିଶ୍ର ଙ୍କ ସହ ମେଡିକାଲ ମ୍ୟାନେଜର ଅନମୋଲ ମହାନ୍ତି ଆସି ମେଡିକାଲ ରେ ତତକ୍ଷଣାତ ପହଞ୍ଚି ସାମ୍ବାଦିକ ମାନଙ୍କୁ ବୁଝାସୁଝା କରିବା ସହିତ ସାମ୍ବାଦିକ ମାନଙ୍କର ଅଭିଯୋଗ ରାତିରେ ମେଡିକାଲ କଲେଜ ର ଡାକ୍ତରମାନେ ରୋଗୀଙ୍କ ପ୍ରତି ଅବହେଳା କରି ରେଷ୍ଟ ରୁମ ରେ ନିଘୋଡ଼ ନିଦରେ ଶୋଉଛନ୍ତି ଏବଂ ସାମ୍ବାଦିକ ମାନେ ଫୋଟୋ ଓ ଭିଡ଼ିଓ ଉତ୍ତୋଳନ କରିବାରୁ ସାମ୍ବାଦିକ ମାନଙ୍କୁ ଅଶ୍ରିଳ ଭାଷା ରେ ଗାଳି ଗୁଲଜ କରିବା ସହିତ ଜୀବନରୁ ମାରିଦେବାକୁ ଧମକ ମଧ୍ୟ ଦେଇଥିଲେ ମହିଳା ଡାକ୍ତର ଦେଇଥିଲେ ବୋଲି କହିଥିଲେ। ସିଡିମଓ ଡାକ୍ତର ମାନଙ୍କ ଭୁଲ ପାଁଈ ନିଜ ତାରଫରୁ ସାମ୍ବାଦିକ ମାନଙ୍କୁ କ୍ଷମା ପ୍ରାର୍ଥନା କରିଥିଲେ ଏବଂ ଆଗାମୀ ଦିନରେ ଏହି ସବୁ ଭୁଲ କୁ ସୁଧାର କରାଯିବା ସହିତ ରୋଗୀ ଙ୍କୁ ଡାକ୍ତରଙ୍କ ଉଚିତ ବ୍ୟବହାର, ୪ଜଣ ଡାକ୍ତର ଙ୍କ ନାଁ ଡ଼ିଉଟି ଚାର୍ଟ ରେ ଥିଲେ ୪ଜଣ ଡାକ୍ତର ଡ଼ିଉଟି ରେ ରହିବା, ରାତି ସମୟରେ ମେଡିକାଲ କଲେଜ ଜୁନିଅର ଡାକ୍ତର ଙ୍କ ସହ ଜଣେ ସିନିଅର ଡାକ୍ତର ରହିବା ଓ ରେଷ୍ଟ ରୁମ କୁ ଡ଼ିଉଟି ସମୟ ରେ ଡାକ୍ତର ମାନେ ଅପବ୍ୟବହାର କରାନଯିବା ନେଇ ପ୍ରତିଶୃତି ଦେଇଥିଲେ।।

SPREAD YOUR LOVE WITH YOUR FRIENDS AND FAMILY

Leave a Reply