Home / ମୁଖ୍ୟ ଖବର / ଶ୍ରୀ ସଦାଶିବ ପରିସର ପୁରୀଠାରେ ୧୧୦ ଫୁଟ ଉଚ୍ଚତା ବିଶିଷ୍ଟ ହାଇମାଷ୍ଟ ଜାତୀୟ ପତାକା ଓ ପଣ୍ଡିତ ହରିହର ଦାଶଙ୍କ ପ୍ରତିମୂର୍ତ୍ତି

ଶ୍ରୀ ସଦାଶିବ ପରିସର ପୁରୀଠାରେ ୧୧୦ ଫୁଟ ଉଚ୍ଚତା ବିଶିଷ୍ଟ ହାଇମାଷ୍ଟ ଜାତୀୟ ପତାକା ଓ ପଣ୍ଡିତ ହରିହର ଦାଶଙ୍କ ପ୍ରତିମୂର୍ତ୍ତି

whatsapp image 2025 10 30 at 23.15.46 34efedb1

ପୁରୀ: ୩୦/୧୦/୨୦୨୫ – କେନ୍ଦ୍ରୀୟ ସଂସ୍କୃତ ବିଶ୍ୱବିଦ୍ୟାଳୟ, ଶ୍ରୀ ସଦାଶିବ ପରିସର ପୁରୀଠାରେ ୧୧୦ ଫୁଟ ଉଚ୍ଚତା ବିଶିଷ୍ଟ ହାଇମାଷ୍ଟ ଜାତୀୟ ପତାକା ଓ ପଣ୍ଡିତ ହରିହର ଦାଶଙ୍କ ପ୍ରତିମୂର୍ତ୍ତି ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଶ୍ରୀନିବାସ ବରଖେଡ଼ି ଓ କୁଳସଚିବ ପ୍ରଫେସର ଆର୍‌.ଜି.ମୁରଲୀକ୍ରିଷ୍ଣାଙ୍କ କରକମଳରେ ଉନ୍ମୋଚିତ ହେବାସହ ପରିସରର ଜୟଦେବ ସଭାଗାରଠାରେ ଭାରତୀୟ ଜ୍ଞାନ ପରମ୍ପରା କେନ୍ଦ୍ର ଉଦ୍‌ଘାଟିତ ହୋଇଯାଇଛି ।

whatsapp image 2025 10 30 at 23.15.57 833b8fde

ଏହି ଉଦ୍‌ଘାଟନ ସତ୍ତ୍ରରେ ଉଦ୍‌ଘାଟକ ଓ ଅଧ୍ୟକ୍ଷ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଶ୍ରୀନିବାସ ବରଖେଡ଼ି ଯୋଗ ଦେଇଥିବାବେଳେ ମୁଖ୍ୟ ଅତିଥିଭାବେ ଶାନ୍ତିନିକେତନ,ପଶ୍ଚିମବଙ୍ଗ, ସଂସ୍କୃତ ବିଭାଗର ପ୍ରାକ୍ତନ ବିଭାଗମୁଖ୍ୟ ପ୍ରଫେସର ଅରୁଣ କୁମାର ମିଶ୍ର ଓ ବିଶିଷ୍ଟ ଅତିଥିଭାବେ ବିଶ୍ୱବିଦ୍ୟାଳୟର କୁଳସଚିବ, ପ୍ରଫେସର ଆର୍‌.ଜି. ମୁରଲୀକ୍ରିଷ୍ଣା ଯୋଗ ଦେଇଥିଲେ ଓ ଏଥିରେ ପରିସରର ନିର୍ଦ୍ଦେଶକ ପ୍ରଫେସର ପ୍ରଭାତ କୁମାର ମହାପାତ୍ର ସ୍ୱାଗତ ଭାଷଣ ପ୍ରଦାନ କରିଥିବାବେଳେ ଭାରତୀୟ ଜ୍ଞାନ ପରମ୍ପରା ସନ୍ଧାନ କେନ୍ଦ୍ର ଶ୍ରୀ ସଦାଶିବ ପରିସର, ପୁରୀର ପର୍ଯ୍ୟବେକ୍ଷକ ଡକ୍ଟର ଜିତେନ୍ଦ୍ର କୁମାର ରାୟଗୁରୁ ପ୍ରସ୍ତାବିକ ଅଭିଭାଷଣ ପ୍ରଦାନ କରିଥିଲେ,ଏଥିରେ ପ୍ରରମ୍ଭିକ ବେଦପାଠ ଡକ୍ଟର ବେଣୁଧର ଦାଶ କରିଥିବା ବେଳେ ଧନ୍ୟବାଦ ଅର୍ପଣ କରିଥିଲେ ଡକ୍ଟର ମହେଶ କୁମାର ପାଣିଗ୍ରାହୀ ଓ ମଞ୍ଚ ସଞ୍ଚାଳକ ଥିଲେ ଡକ୍ଟର ଶିକ୍ଷାଶାସ୍ତ୍ର ବିଦ୍ୟଶାଖାର ସହକାରୀ ପ୍ରଫେସର ଡକ୍ଟର ସୁଶାନ୍ତ କୁମାର ରାୟ ।

ଏହି ଅବସରରେ ଭାରତୀୟ ଜ୍ଞାନାତ୍ମକ ବିଜ୍ଞାନ ଏବଂ ଭାଷଣ ପରମ୍ପରା ଶୀର୍ଷକ ଏକଦିବସୀୟ ଜାତୀୟ ସମ୍ପାନ୍ନ ଆୟୋଜିତ ହୋଇଥିଲା । ତିନୋଟି ବୈଷୟିକ ଅଧିବେଶନରେ ପ୍ରଫେସର ଅନୁପମା ପୃଷ୍ଟି, ପ୍ରଫେସର ବିଜୟପାଲ କଚ୍ଛଓ୍ୱା,ପ୍ରଫେସର ଗୌରପ୍ରିୟା ଦାଶ ଅଧ୍ୟକ୍ଷତା କରିଥିବାବେଳେ, ଆଲୋଚକଭାବେ ଶ୍ରୀ ଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟ, ନ୍ୟାୟ ବିଭାଗର ସହକାରୀ ପ୍ରଫେସର ଡକ୍ଟର ଜି. ଜୟମାଣିକ୍ୟ ଶାସ୍ତ୍ରୀ, ଆଇ.ଆଇ.ଟି ଭୁବନେଶ୍ୱରର ସହକାରୀ ପ୍ରଫେସର ଡକ୍ଟର ଅପର୍ଣ୍ଣା ପାଣ୍ଡେ, କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ, ଶିକ୍ଷାଶାସ୍ତ୍ର ବିଦ୍ୟାଶାଖାର ବିଭାଗମୁଖ୍ୟ ଡକ୍ଟର ଭରତ କୁମାର ପଣ୍ଡା, ଶିକ୍ଷାଶାସ୍ତ୍ରୀ ବିଦ୍ୟାଶାଖା, ଶ୍ରୀ ଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟର ସହକାରୀ ପ୍ରଫେସର ଡକ୍ଟର ଲକ୍ଷ୍ମୀଧର ପଣ୍ଡା, ଶିକ୍ଷା

SPREAD YOUR LOVE WITH YOUR FRIENDS AND FAMILY

Leave a Reply