Home / ମୁଖ୍ୟ ଖବର / ପୁରୀ ଗୋବିନ୍ଦ ଗୋଧାମ ଗୋଶାଳାରେ ଗୋଷ୍ଟାଷ୍ଟମୀ ମହୋତ୍ସବ ପାଳିତ

ପୁରୀ ଗୋବିନ୍ଦ ଗୋଧାମ ଗୋଶାଳାରେ ଗୋଷ୍ଟାଷ୍ଟମୀ ମହୋତ୍ସବ ପାଳିତ

whatsapp image 2025 10 30 at 17.03.06 a08dc1a9

ପୁରୀ: ୩୦/୧୦/୨୦୨୫-କାର୍ତ୍ତିକ ମାସ ଶୁକ୍ଳପକ୍ଷ ଅଷ୍ଟମୀ ତିଥି ଅବସରରେ ଶାସ୍ତ୍ରୀୟ ପରମ୍ପରା ଅନୁଯାୟୀ ଶ୍ରୀକୃଷ୍ଣ ଭଗବାନ ପ୍ରଥମ ଗୋ ଚାରଣ କରିଥିଲେ। ଏହି ସ୍ମରଣୀୟ ଦିବସ ଅବସରରେ ଶ୍ରୀରାମ ସୁନ୍ଦରକାଣ୍ଡ ଚାରିଟେବୁଲ ଟ୍ରଷ୍ଟ ଦ୍ଵାରା ପରିଚାଳିତ ଗୋବିନ୍ଦ ଗୋଧାମ ଗୋଶାଳା ପରିସରରେ ଗୋଷ୍ଟାଷ୍ଟମୀ ଉତ୍ସବ ମହା ସମାରୋହରେ ପାଳିତ ହୋଇଯାଇଛି । ଟ୍ରଷ୍ଟର ପ୍ରତିଷ୍ଠାତା ଟ୍ରଷ୍ଟି ତଥା ସମ୍ପାଦକ ପଣ୍ଡିତ ବିଷ୍ଣୁ ଚରଣ ପଣ୍ଡା ତତ୍ତ୍ଵାବଧାନରେ ଦିବ୍ୟତା ସହିତ ଗୋପୂଜନ ସହିତ ଗୋମାତାଙ୍କୁ ଲଡୁ ପ୍ରସାଦ ଓ ଚାରା ବଣ୍ଟନ କରାଯାଇଥିଲା।

whatsapp image 2025 10 30 at 17.03.16 348b8c09


ଏହି ଅବସରରେ ନେବଳ ଦାସ ମଠର ମହନ୍ତ ତଥା ଶ୍ରୀମନ୍ଦିର ପରିଚାଳନା କମିଟିର ପୂର୍ବତନ ସଦସ୍ୟ ଡ ରାମ ଚରଣ ଦାସ ଜୀ ମହାରାଜ ଉପସ୍ଥିତ ରହି ଦେଶ ବାସୀଙ୍କୁ ଗୋ ସନ୍ଦେଶ ପ୍ରଦାନ କରି କହିଲେ ଘରେ ଘରେ ଗୋଶାଳା ହେବା ଜରୁରୀ, ଗୋମୁତ୍ରରେ କ୍ୟାନ୍ସର ଭଲ ହୁଏ। ପୂର୍ବକାଳରେ ଘରେ ଘରେ ୫ଟି ଶାଳା ରହୁଥିଲା। ଯଥା ପାଠଶାଳା, ପାକଶାଳା, ଯଜ୍ଞଶାଳା, ଭୋଜନଶାଳା ଓ ଗୋଶାଳା ରହୁଥିଲା । ବର୍ତମାନ ପୁନଃ ଘରେ ଘରେ ଗୋଶାଳା ରହିବାର ଆବଶ୍ୟକତା ରହିଛି। ପଞ୍ଚଗବ୍ୟ ଓ ପଞ୍ଚାମୃତ ଦେବକାର୍ଯ୍ୟ ରୁ ଆରମ୍ଭ କରି ମନୁଷ୍ୟର ସମସ୍ତ ହିତସାଧନ କାର୍ଯ୍ୟରେ ଲାଗିଥାଏ । ୫ ମିନିଟ ଗୋମାତା ଙ୍କ ନିକଟରେ ଶୟନ କଲେ ଉଚ୍ଚ ରକ୍ତଚାପ କମ୍ ହୋଇଥାଏ।

whatsapp image 2025 10 30 at 17.37.23 cac6b336

ଏହି ଉତ୍ସବରେ ମହୀ ପ୍ରକାଶ ମଠର ମହନ୍ତ ସୁଭାନନ୍ଦ୍ ପୂରୀ, ପୂରୀ ଜିଲ୍ଲା ବିଜେପି ସଭାପତି ଡ ଦେବେନ୍ଦ୍ର ନାଥ ତରାଇ, ରାଜ୍ୟ ବିଜେପି ମହିଳା ମୋର୍ଚ୍ଚା ସଦସ୍ୟା ରଞ୍ଜିତା ପାଢ଼ୀ, ସୂଚନା ଲୋକସମ୍ପର୍କ ବିଭାଗର ଉପନିର୍ଦ୍ଦେଶକ ସନ୍ତୋଷ କୁମାର ସେଠୀ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ମନୋଜ କୁମାର ତ୍ରିପାଠୀ, ଜିଲ୍ଲା କ୍ରୀଡ଼ା ଅଧିକାରୀ ଚନ୍ଦନ କୁମାର ସାହୁ ପ୍ରମୁଖ ଅତିଥି ରୂପେ ଯୋଗ ଦେଇ ଗୋ ପୂଜନ, ଭଜନ ଓ କୀର୍ତ୍ତନ ରେ ସାମିଲ ହୋଇଥିଲେ।
କାର୍ଯ୍ୟକ୍ରମକୁ ବରିଷ୍ଠ ସାମ୍ବାଦିକ ବିଷ୍ଣୁଦତ୍ତ ଦାସ ପରିଚାଳନା କରିଥିଲେ ।

whatsapp image 2025 10 30 at 17.37.27 2863bd00
SPREAD YOUR LOVE WITH YOUR FRIENDS AND FAMILY

Leave a Reply