କାକଟପୁର୦୧/୧୧/୨୦୨୫ -(ତୁଷାର ଦୀକ୍ଷିତ) ପ୍ରାଚୀ ନଦୀର ଘଣ୍ଟତୋଳା ତୁଠର ଅପରପାର୍ଶ୍ୱରେ ଥିବା ପବିତ୍ର ଅଁଳା ବୃକ୍ଷକୁ ପୂଜାର୍ଚନା କରିବାର ପରମ୍ପରା ନାୟକ ସାହିରୁ ଆରମ୍ଭ ହୋଇଥିଲା l ପ୍ରତିବର୍ଷ ପିଢ଼ି ପରେ ପିଢ଼ି ପ୍ରାୟ 60 ବର୍ଷ ହେବ ଏହି ଅଁଳା ବୃକ୍ଷକୁ ପୂଜା କରାଯାଇ ଆସୁଅଛି ପ୍ରତିବର୍ଷ ଭଳି ଚଳିତ ବର୍ଷ ଏହି ଅଁଳା ବେଢାରେ ବୃକ୍ଷକୁ ସ୍ନାନ ମାର୍ଜନା ଓ ବସ୍ତ୍ର ପରିଧାନ କରାଯାଇ ପାରମ୍ପରିକ ରୀତିନୀତି ଅନୁସାରେ ପୂଜାର୍ଚ୍ଚନା କରାଯାଇଥିଲା l ପରେ ଅଞ୍ଚଳ ର ସମସ୍ତ ଶିଶୁ ଓ ଆବାଳ ବୃଦ୍ଧ ବନିତାଙ୍କୁ ନାୟକ ପରିବାର ପକ୍ଷରୁ ପ୍ରସାଦ ବଣ୍ଟଯାଇଥିଲା l ଏହି କାର୍ଯ୍ୟକୁ ନାୟକ ପରିବାର ପକ୍ଷରୁ ମଙ୍ଗଳା ପ୍ରସାଦ ନାୟକ, କାମଦେବ ନାୟକ, ଶ୍ରୀଧର ନାୟକ, ଭବାନୀ ନାୟକ ପ୍ରମୁଖ ପରିଚାଳନା କରିଥିଲେ l
ପ୍ରାଚୀ ଅବବାହିକାରେ ଅଁଳା ବୃକ୍ଷକୁ ପୂଜାର୍ଚନା, ଚାରି ହଜାରରୁ ଉର୍ଦ୍ଧ ଶିଶୁକୁ ପ୍ରସାଦ ବଣ୍ଟନ











