Home / ମୁଖ୍ୟ ଖବର / ଗଛ ଗଛ ଗଛ ଆଉ ସବୁ ପଛ 

ଗଛ ଗଛ ଗଛ ଆଉ ସବୁ ପଛ 

whatsapp image 2025 11 03 at 10.30.55 fa55d9b0

ସତ୍ୟବାଦୀ: ୦୨/୧୧/୨୦୨୫ – ନି:ପ୍ର -ପବିତ୍ର କାର୍ତ୍ତିକ ମାସ ଦେବଊଥାପନ ଏକାଦଶୀ ତିଥିରେ ଶ୍ରୀ ସିଦ୍ଧ ବକୁଳ ମନ୍ଦିର ଉନ୍ନୟନ ପରିଷଦ ତରଫରୁ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ସେନାପଟା ,ବାହୁଟ କଣ୍ଟ ନିମନ୍ତେ ଆବଶ୍ୟକ ବଉଳ କାଠ ମହାପ୍ରଭୁଙ୍କ ଅଜାଘର ସାକ୍ଷୀଗୋପାଳର ଶ୍ରୀ ସିଦ୍ଧ ବଳରାମ ଙ୍କ ବଗିଚାରୁ ମହାପ୍ରଭୁଙ୍କ ଆଜ୍ଞାମାଳ ଆସିବା ପରେ ଏଠାରେ ଚିହ୍ନିତ ହୋଇଥିବା ବଉଳ ଗଛକୁ ପବିତ୍ର ନିର୍ଜଳା ଏକାଦଶୀ ତିଥିରେ ପୂଜାର୍ଚ୍ଚନା କରାଯାଇ ଶ୍ରୀମନ୍ଦିରର ଭୋଇ ସେବକ ମାନେ ବୃକ୍ଷ ଛେଦନ କରିବା ପରେ ସେ କାଠଗଣ୍ଡି ମାନଙ୍କୁ ସୁନ୍ଦର କପଡ଼ାରେ ଆଚ୍ଛାଦିତ କରିବା ପରେ ଏମାର ମଠ ଦ୍ବାରା ଆସିଥିବା କାଠ ଶଗଡ଼ ମାଧ୍ୟମରେ ବୁହାହୋଇ ସିଦ୍ଧ ବକୁଳ ଙ୍କ ପାଖରେ ପହଞ୍ଚିବା ପରେ ଘଣ୍ଟ,ଶଙ୍ଖ , ସଙ୍କୀର୍ତ୍ତନ ହରିବୋଲ,

whatsapp image 2025 11 03 at 10.30.56 cdf9ccfe

ହୁଳହୁଳି ଶବ୍ଦରେ ପ୍ରକମ୍ପିତ ହେବାପରେ ଅତି ଆନନ୍ଦ ଉଲ୍ଲାସ ଓ ଭକ୍ତିମ୍ମୟ ପରିବେଶ ମଧ୍ୟରେ ହଜାର ହଜାର ଭକ୍ତଙ୍କ ଗହଣରେ ଶ୍ରୀମନ୍ଦିର ମୁ ମେଲାଣି ଦିଆଯାଇଥାଏ । ମାତ୍ର ଦିନକୁ ଦିନ ମହାପ୍ରଭୁଙ୍କ ସେନାପଟା ,ବାହୁଟ କଣ୍ଟ ନିମନ୍ତେ ଆବଶ୍ୟକ ବଉଳ ଗଛ ର ଘୋର ଅଭାବ ପଡିଲେଣି ,ଏହାକୁ ଦୃଷ୍ଟିରେ ରଖି ପରିଷଦର ଆବାହାକ ଆଇନଜୀବୀ ଶ୍ରୀ ସୁଶାନ୍ତ କୁମାର ରଥଙ୍କ ନେତୃତ୍ୱ ରେ ଓ ଶ୍ରୀମନ୍ଦିର ମୁକ୍ତିମଣ୍ଡପ ର ଉପ ସଭାପତି ଶ୍ରୀଯୁକ୍ତ ଉମାବଲ୍ଲଭ ମହାପାତ୍ରଙ୍କ ସଭାପତିତ୍ବ ରେ ଆଜିର ଏହି ପବିତ୍ର ଦିନରେ ସାକ୍ଷୀ ଗୋପୀନାଥ ମନ୍ଦିର ସମ୍ମୁଖରେ ଏକତ୍ର ହୋଇ ନିଜ ନିଜ ବଗିଚାରେ ଗୋଟିଏ ଗୋଟିଏ ବଉଳ ଗଛ ରୋପଣ କରିବା ପାଇଁ ପ୍ରୟାସ ର ବାର୍ତ୍ତା ଦେଇଥିଲେ ,ଏହି କାର୍ଯ୍ୟକ୍ରମରେ ପେଣ୍ଠପଡ଼ା ଗ୍ରାମ ପଂଚାୟତର ସରପଞ୍ଚ ଚିନ୍ମୟ ରାଉତ, ଜୟପୁର ଗ୍ରାମ ପଞ୍ଚାୟତ ସରପଞ୍ଚ ଙ୍କ ପ୍ରତିନିଧି ଶ୍ରୀଯୁକ୍ତ ଦେବଦତ୍ତ ସାମନ୍ତରାୟ,ସତ୍ୟବାଦୀ ଆଇନଜୀବୀ ସଙ୍ଗର ସଭାପତି ଶ୍ରୀଯୁକ୍ତ ବାଳକୃଷ୍ଣ ମହାପାତ୍ର,ସମାଜସେବୀ ଦୃଗେଶ୍ ମିଶ୍ର, ପ୍ରଶାନ୍ତ ନାୟକ, ନୀଳକଣ୍ଠ ବାରିକ, ଉପେନ୍ଦ୍ର ବିଶ୍ଵାଳ, ଟିକିନା ମିଶ୍ର,ରୋଜାଲିନ ମିଶ୍ର ଙ୍କ ଭଳି ସହ ସହ ଭକ୍ତ ଉପସ୍ଥିତ ଥିଲେ ।ଜୟ ଜଗନ୍ନାଥ,ହରିବୋଲ, ହୁଳ ହୁଳୀ ମଧ୍ୟରେ ସମସ୍ତେ କହିଥିଲେ “ଗଛ ଗଛ ଗଛ ଆଉ ସବୁ ପଛ “

SPREAD YOUR LOVE WITH YOUR FRIENDS AND FAMILY

Leave a Reply