ପୁରୀ ୨୩/୧୧ – ନିତା ସ୍ପୋର୍ଟସ ଏକାଡେମୀ ଆନୁକୂଲ୍ୟରେ ପୁରୀ ଜିଲ୍ଲା ସ୍କୁଲ ସ୍ପୋର୍ଟସ ଜୋନ, ପୁରୀ ଜିଲ୍ଲା ଆଥଲେଟିକ ଆସୋସିଏସନ ଏବଂ ଓଡିଶା କବାଡି ଆସୋସିଏସନ ସହଯୋଗରେ ଏକ କବାଡି ଟୁର୍ଣ୍ଣାମେଣ୍ଟ ୨୩/୧୧/୨୦୨୫ ତାରିଖରୁ ୩୦/୧୧/୨୦୨୫ ତାରିଖ ପର୍ଯ୍ୟନ୍ତ ପୁରୀ ଜିଲ୍ଲା ସ୍କୁଲ ଖେଳ ପଡିଆରେ ଅନୁଷ୍ଠିତ ହେବ। ଏହି ଟୁର୍ଣ୍ଣାମେଣ୍ଟରେ ୪ଟି ୧୯ ବର୍ଷରୁ କମ ବାଳିକା ଦଳ ଓ ୪ଟି ୧୭ ବର୍ଷରୁ କମ ବାଳକ ଦଳ ଲିଗ ଭିତ୍ତିକ ମାଧ୍ୟମରେ ଖେଳିବେ। ଭାଗ ନେଉଥିବା ୮ଟି ଦଳକୁ ୮ଜଣ ଫ୍ରାନଚାଇଜି ନେଉଥିବା ବେଳେ ଫ୍ରାନଚାଇଜିକଂ ମନ ମୂତାବକ ଅନୁସାରେ ନାମ କରଣ କରାଯାଇଅଛି।ଶ୍ରୀଯୁକ୍ତ ରାଜ କିଶୋର ପାତ୍ର କଂ ଦଳ *ଓଡ୍ରା,* ଶ୍ରୀଯୁକ୍ତ ଅଭିଷେକ ପଣ୍ଡା କଂ ଦଳ *ମା କୃଷ୍ଣ କାଳି,* ଆଡଭୋକେଟ ଭଗବାନ ପଢିଆରୀ କଂ ଦଳ *ପୁରୀ ୱାରିୟସ,* ଆଡଭୋକେଟ ଦୀପକ କୁମାର ଦାସ କଂ ଦଳ *ମହାବୀର ଯୋଦ୍ଧା,* ଆଡଭୋକେଟ ଆତ୍ମା ରଞ୍ଜନ ମହାନ୍ତି କଂ ଦଳ *ପୁରୀ ଚ୍ୟାଲେଞ୍ଜର,* ଶ୍ରୀଯୁକ୍ତ ଅମରେନ୍ଦ୍ର ପାଇକରାଏ କଂ ଦଳ *ମହୋଦଧି ଥଣ୍ଡର ଷ୍ଟୋର୍,* ଶ୍ରୀଯୁକ୍ତ ପୂର୍ଣ୍ଣ ଚନ୍ଦ୍ର ଦାଶ କଂ ଦଳ *କଳିଗଂ ଯୋଦ୍ଧା* ହୋଇଥିବାବେଳେ ଇଂ. ସୁବ୍ରତ ଦାସ କଂ ଦଳ *ନିତା ସ୍ପୋର୍ଟସ ଏକାଡେମୀ* ରହିଅଛି। ଏହି ଟୁର୍ଣ୍ଣାମେଣ୍ଟର ମୂଳ ଉଦେଶ୍ଯ ତୃଣମୂଳ ସ୍ତରରେ କବାଡି ଖେଳକୁ ପ୍ରତ୍ସାହନ ଦେବା ସହିତ ପୁରୀରେ କବାଡି ଖେଳକୁ ପୁନ୍ହଉଧାର କରିବା। ଏହି ଟୁର୍ଣ୍ଣାମେଣ୍ଟ ନିମନ୍ତେ ହଲିଡେ ରିସୋର୍ଟରେ ଜର୍ସି ଉନ୍ମୋଚନ ହୋଇଅଛି। ମୂଖ୍ୟ ଅତିଥି ଭାବରେ ପୂର୍ବତନ ବିଧାୟକ ଶ୍ରୀଯୁକ୍ତ ଜୟନ୍ତ କୁମାର ଷଡଗୀଂ, ସମସ୍ତ ଫ୍ରାନଚାଇଜି, କୋଚ, ରେଫରୀ, ଅଫିସିୟାଲ ଉପସ୍ଥିତ ରହିଥିଲେ। ନିତା ସ୍ପୋର୍ଟସ ଏକାଡେମୀ ତରଫରୁ ମହମ୍ମଦ ଶାହିଦ ଜାବର, ଅରୁଣ କୁମାର ତ୍ରିପାଠୀ, ସେଫାଳି ପତି, ଗାୟତ୍ରୀ ସେଠି, ଜିତେନ୍ଦ୍ର ବେହେରା ଓ ସଂପାଦକ ଆଡଭୋକେଟ ସତ୍ୟବ୍ରତ ଷଡଗୀଂ ଉପସ୍ଥିତ ଥିଲେ।
ପୁରୀ ଜିଲ୍ଲା ସ୍କୁଲ ଖେଳ ପଡିଆରେ ଅନୁଷ୍ଠିତ ହେବ କବାଡି ଟୁର୍ଣ୍ଣାମେଣ୍ଟପୁରୀ











