ସତ୍ୟବାଦୀ – ୦୨/୧୧/୨୦୨୫ – ନି:ପ୍ର -ପବିତ୍ର ଅଁଳାନବମୀ ପର୍ବକୁ ସରସ ସୁନ୍ଦର ଓ ଆକର୍ଷଣୀୟ କରିବା ପାଇଁ ସତ୍ୟବାଦୀ ସେବା ଟ୍ରଷ୍ଟ ତରଫରୁ ସତ୍ୟବାଦୀ ସୁନାମ ଧନ୍ୟ କଳାକାର ଙ୍କ ତୂଳୀ ମୁନରେ ରଙ୍ଗ ବେରଙ୍ଗ ଝୋଟି ଚିତା ମନ୍ଦିର ବାହାର ବେଢ଼ା ଓ ଭିତର ବେଢ଼ା ମଧ୍ୟରେ ଆଙ୍କିତ ହେବା ଚିତା ସବୁ ଭକ୍ତମାନଙ୍କ ଦୃଷ୍ଟି ଆକର୍ଷଣ କରିଥିଲା । ସତ୍ୟବାଦୀ ମୁକ୍ତାକାଶ ରଙ୍ଗ ମଞ୍ଚ ଉପରେ ଅନୁଷ୍ଠିତ ଶ୍ରୀରାଧା ଉତ୍ସବର ଶେଷ ସନ୍ଧ୍ୟା କାର୍ଯ୍ୟକ୍ରମରେ ମୂକ୍ଷ ଅତିଥି ଭାବେ ସତ୍ୟବାଦୀ ତହସିଲଦାର

ଶ୍ରୀଯୁକ୍ତ ସନ୍ତୋଷ କୁମାର ପାଣିଗ୍ରାହୀ,ମଞ୍ଚାଷିନ ଅତିଥି ଯଥା ସତ୍ୟବାଦୀ ବିଡ଼ିଓ ଦେବାଶିଷ ନାୟକ, ଅତିରିକ୍ତ ତହସିଲଦାର ଶ୍ରୀଯୁକ୍ତ ଓମ ପ୍ରକାଶ ପରିଡ଼ା,ଜିଲ୍ଲା ପରିଷଦ ସଭ୍ୟ ରତିକାନ୍ତ ମିଶ୍ର ଆଦିଙ୍କ ଗହଣ ରେ ଓ ସେବା ଟ୍ରଷ୍ଟ ର ସମ୍ପାଦକ ଆଇନଜୀବୀ ସୁଶାନ୍ତ କୁମାର ରଥ ଙ୍କ ଉପସ୍ତିତ ରେ କଳାକାର ସୁକାନ୍ତ ଭୋଇ,ତ୍ରିନାଥ ଭୋଇ,ସୁବାସ କୁମାର ସାହୁ,କୃଷ୍ଣଚନ୍ଦ୍ର ଭୋଇ,ସୁରେଶ କୁମାର ଦାସ, ସୁରେଶ କୁମାର ପ୍ରଧାନ, ସୁଶାନ୍ତ କୁମାର ବେତାଳ,ପ୍ରକାଶ କୁମାର ଦାସ, ପ୍ରମୋଦ କୁମାର ଜେନା,ପୀତବାସ ଦାସ,ସତ୍ୟ ସେଠି,ଶିବ ପ୍ରସାଦ ବାରିକ,ଚନ୍ଦନ ସ୍ୱାଇଁ,ରଞ୍ଜିତ ଜେନା,ବିଶ୍ୱଜିତ୍ ମହାପାତ୍ର ଆଦିଙ୍କୁ ମାନପତ୍ର ଓ ଭଗବତ୍ ଗୀତା ଦିଆଯାଇ ସମ୍ମାନିତ କରାଯାଇଥିଲା ।ଏହା ପରେ ଶ୍ରୀରାଧା ଉତ୍ସବ ଶେଷ ସନ୍ଧ୍ୟାର ସାଂସ୍କୃତିକ କାର୍ଯ୍ୟକ୍ରମ ଆଦି କରାଯାଇଥିଲା ।











