Home / ମୁଖ୍ୟ ଖବର / ଜଳବାୟୁ ପରିବର୍ତନର ହ୍ରାସ ଲାଗି ଯୁବ ସମାଜର ଗୁରୁ ଦାୟିତ୍ୱ

ଜଳବାୟୁ ପରିବର୍ତନର ହ୍ରାସ ଲାଗି ଯୁବ ସମାଜର ଗୁରୁ ଦାୟିତ୍ୱ

portalnewsthumbnail

ପୁରୀ, ୮।୧୧: ଜଳବାୟୁ ପରିବର୍ତନ ର ମୁଖ୍ୟ ସାଧନ ଭାବେ ବର୍ତ୍ତମାନ ଯୁବ ଶକ୍ତି ଆଗଭର ହେବା ଉଚିତ। ଜଳବାୟୁ ପରିବର୍ତନ ରେ ଶିଶୁ, ସାଧାରଣ ଜନତା ଓ ବିଶେଷ ଭାବେ ମହିଳା ମାନେ କ୍ଷତିଗ୍ରସ୍ତ ହୋଇଥାନ୍ତି। ଏହାର ସୁଦୂର ପ୍ରସାରି ସମାଧାନ ସକାଶେ ସମୟ ଉପନୀତ ବୋଲି ଆଜି ପୁରୀ ଠାରେ ଆୟୋଜିତ ଆଇନା, ଏଫ ଇ ଏସ, ୱେଲକାମ ଓ ୟୁଥ ଫର ୱାଟର ର ୱାଇ -କପ ୨୦୨୫ ଦୁଇଦିନିଆ “ସମ୍ଭବନାମୟ ସମ୍ମିଳନୀ “ଅବସର ରେ ବହୁ ପରିବେଶବିତ ଚିନ୍ତା ପ୍ରକଟ କରିଛନ୍ତି। ଓଡିଶା ର ଜଳ ପୁରୁଷ ଭାବେ ଖ୍ୟାତ ରଞ୍ଜନ ପଣ୍ଡା ଙ୍କ ଆବାହକତ୍ୱ ରେ ଅନୁଷ୍ଠିତ ସମ୍ମିଳନୀରେ ରାଜ୍ୟ ରେ ପ୍ଲାଷ୍ଟିକ ମୁକ୍ତ ପିକନିକ ପାଳନ ସହ ପ୍ରାକୃତିକ ଦୁର୍ବିପାକ ସମୟ ରେ କ୍ଷତି ର ସାମ୍ନା କରୁଥିବା ପ୍ରତ୍ୟେକ ବର୍ଗଙ୍କ ସମସ୍ୟା ର ସମାଧାନ ସକାଶେ ବହୁ ସାମାଜିକ ସଂଗଠନ ର କାର୍ଯ୍ୟକର୍ତ୍ତା ମତ ବିନିମୟ କରିଥିଲେ। ଜଣେ କୁନି ଝିଅ ଆଦ୍ୟା ଜଗଦେବ ମହାପାତ୍ର ନିଜର ସଂକ୍ଷିପ୍ତ ଅଭିଭାଷଣ ରେ ପ୍ଲାଷ୍ଟିକ ସମସ୍ୟା କିପରି ଦିନକୁ ଦିନ ବୃଦ୍ଧିପାଉଛି ଏବଂ ଜୀବନ ର ପ୍ରତିସ୍ତର ରେ ପ୍ଲାଷ୍ଟିକ ବ୍ୟବହାରକୂ କମାଇ ପରିବେଶ ବନ୍ଧୁତ୍ୱକୂ ଆଗ୍ରହୀ ହେବାକୁ ଆହ୍ୱାନ ଦେଇଥିଲେ। ବିଶେଷକରି ଯୁବ ସମାଜ ବର୍ତମାନ ଠାରୁ ଯଦି ପରିବେଶ ସୁରକ୍ଷା ଦୁଗାରେ ବ୍ରତୀହେବେ ତଥା ପ୍ଲାଷ୍ଟିକମୁକ୍ତ ଜୀବନ ଧାରଣ ପ୍ରତି ସକାରାତ୍ମକ ଦୃଷ୍ଟିକୋଣ ରଖିବା ସକାଶେ ଆଗଭର ହେବାକୁ ଜଳପୁରୁଷ ରଞ୍ଜନ ପଣ୍ଡା ଆହ୍ୱାନ ଦେଇଥିବା ବେଳେ ଆଡ଼ ଏଟ ଆକ୍ସନ ର ମୁଖ୍ୟ ଉମି ଡାନିଏଲ ଜଳବାୟୁ ପରିବର୍ତନ ସକାସେ ହେଉଥିବା ସ୍ଥାନାନ୍ତରଣ ସମସ୍ୟା ସମ୍ପକରେ ଆଲୋକପାତ କରିଥିଲେ। ଖାଦ୍ୟ ଅଧିକାର ଅଭିଯାନ ର କାର୍ଯ୍ୟକର୍ତ୍ତା ସମୀତ ପଣ୍ଡା ଜଳବାୟୁ ପରିବର୍ତନ ରେ ଉତ୍ପନ୍ନ ଖାଦ୍ୟ ସଙ୍କଟ ର ସମାଧାନ ସକାଶେ ବିଭିନ୍ନ ଉପାୟ ର ଅବତାରଣା କରିଥିଲେ। ପ୍ରଥମ ଦିନରେ ସ୍ଥାନୀୟ ବିଦ୍ୟାଳୟ ର ଛାତ୍ର ଛାତ୍ରୀ ଙ୍କ ଦ୍ୱାରା ପରିବେଶ ପ୍ରଦୂଷଣ ଦୂରୀକରଣ ଶୀର୍ଷକ ବିଜ୍ଞାନ ପ୍ରଦର୍ଶନୀ ଅନୁଷ୍ଠିତ ହୋଇଥିଲା। ପରେ ପରେ ୟୁଥ ଫର ୱାଟର ଇନିସିଆଟିଭ ତରଫରୁ ସମସ୍ତ ଅଂଶଗ୍ରହଣକାରି ପ୍ରତିନିଧି ନୀଳାଦ୍ରି ବିଚ ରେ ସମାବେଶ ହୋଇ ପ୍ଲାଷ୍ଟିକ ମୁକ୍ତ ପିକନିକ କୂ ଗୁରୁତ୍ୱ ଦେବା ଓ ଜନ ସାଧାରଣ ରେ ତାହାକୁ ପରିବ୍ୟାପ୍ତ କରିବାକୁ ଶପଥ ନେଇଥିଲେ। ବରିଷ୍ଠ କାର୍ଯ୍ୟକର୍ତ୍ତା ସସ୍ମିତା ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ।

SPREAD YOUR LOVE WITH YOUR FRIENDS AND FAMILY

Leave a Reply