Home / ସଂସ୍କୃତି ଓ ପରମ୍ପରା / ମହିଳା ପାଲା ଗାୟିକା ଙ୍କୁ ଅସମ୍ମାନ – କଳାର ଅପମାନ

ମହିଳା ପାଲା ଗାୟିକା ଙ୍କୁ ଅସମ୍ମାନ – କଳାର ଅପମାନ

chandanpur

ପୁରୀ ଜିଲ୍ଲା ଚନ୍ଦନ ପୁର ଥାନା ଅନ୍ତର୍ଗତ ଢୋଲ ଗ୍ରାମର ଘଟଣା, ବାଦୀ ପାଲା ପାଇଁ ତା ୨୪ ଫେବୃଆରୀରୁ ତା ୧ ମାର୍ଚ୍ଚ ପର୍ଯ୍ୟନ୍ତ କଣାସ ବ୍ଲକର ଗଡ଼ିଶା ଗଦା ଥାନା ଅନ୍ତର୍ଗତ ବଡ଼ାଲ ଗ୍ରାମର ଗାୟିକା ଗୀତାଞ୍ଜଳି ସାମନ୍ତରାୟ ଙ୍କୁ ଚନ୍ଦନ ପୁର ଥାନା ଅନ୍ତର୍ଗତ ଢୋଲ, ବିରଞ୍ଚିଦାସ ପୁର, ଗ୍ରାମବାସୀଙ୍କ ତରଫରୁ ନିମନ୍ତ୍ରଣ କରାଯାଇଥିଲା l ଦୁଇ ଦିନର ପାଲା ପରିବେଷଣ ପରେ, ହଠାତ୍ ତାଙ୍କୁ ଅପମାନିତ କରି ଆଉ ପାଲା ପରିବେଷଣ କରିବାକୁ ନଦେଇ ବିଦାୟ କରାଗଲା ଏବଂ ୨ ଦିନର ପାରିଶ୍ରମିକ ଦେଇ ସାତଦିନର ରସିଦ ଦେବାକୁ ବାଧ୍ୟ କରିବା ସହ ତାଙ୍କ ଗ୍ରାମର ନବକିଶୋର ଦାଶ ସମ୍ପୃକ୍ତ ଗାୟିକାଙ୍କ ସ୍ୱାମୀଙ୍କୁ ଏବଂ ସହକର୍ମୀ ଙ୍କୁ ଅସଭ୍ୟ ଭାଷାରେ ଗାଳି ଗୁଲଜ କରିବା ସହ ଆକ୍ରମଣ ଉଦ୍ୟମ କରିଥିଲେ। ଏହି ସବୁ ଘଟଣା ବିଷୟରେ ଗାୟିକା ଗୀତାଞ୍ଜଳି ସାମନ୍ତରାୟ ଚନ୍ଦନପୁର ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି । ପ୍ରକାଶ ଥାଉକି ଉତ୍କଳ ଭାରତୀ ପାଲା ଗାୟକ ପରିଷଦକୁ ଜଣେଇଥିଲେ ମଧ୍ୟ ପରିଷଦ ତରଫରୁ କୌଣସି ସମାଧାନ କରାଯାଇପାରିନାହିଁ।

SPREAD YOUR LOVE WITH YOUR FRIENDS AND FAMILY

Leave a Reply