Home / ମୁଖ୍ୟ ଖବର / ବୃଦ୍ଧା ଙ୍କୁ ଅସଦାଚରଣ ଅଭିଯୋଗରେ ଅପରାଧୀ ଗିରଫ

ବୃଦ୍ଧା ଙ୍କୁ ଅସଦାଚରଣ ଅଭିଯୋଗରେ ଅପରାଧୀ ଗିରଫ

portalnewsthumbnail

ପୁରୀ: ୯/୧୧/୨୦୨୫ – କଣାସ ଥାନା କେଶ ନ 263, ତା. 08.11.2025, ଧାରା– 333/74(2)/75/76/79/296/115(2)/351(2)BNS. ଅଭିଯୋଗ ଅନୁସାରେ ହୋଇଥିଲା। ଅଭିଯୋଗକାରିଣୀ XX (65) ଗାଁ– ପୋତାଘର, ଥାନା- କଣାସ, ଥାନାରେ ଆସି ଲିଖିତ ଅଭିଯୋଗ ଦେଇଥିଲେ ଯେ, ତା 07.11.2025 ସନ୍ଧ୍ୟା ପ୍ରାୟ 6.30 ମିନିଟ ସମୟରେ ସେ ଝାଡା ଫେରି ଘରକୁ ଆସି ନିଜର ଠାକୁର ପୂଜା କରିବା ପାଇଁ ନିଜର ଶାଢ଼ୀ ବଦଳି କରୁଥିବା ବେଳେ ସେଇ ଗାଆଁ ର ମନୋଜ ମହାନ୍ତି ଓରଫ ବାପି ,42 ବର୍ଷ ହଠାତ୍ ତାଙ୍କ ଘରେ ପଶି କେହି ନଥିବାର ସୁଯୋଗରେ ତାଙ୍କର ଲୁଗା ଟଣାଓଟରା କଲା। ସେ ପ୍ରତିବାଦ କରିବାରୁ ଅଭିଯୁକ୍ତ ତାଙ୍କୁ ଭୟ ଦେଖାଇ ତାଙ୍କ ପାଟିକୁ ଚାପି ଦେଇ ଘୋଷାଡି ଆଣିବା ବେଳେ ପୀଡ଼ିତା ପାଟି କରି ଡାକିବାରୁ ସେ ଘଟଣା ସ୍ଥଳରୁ ଖସି ପଳେଇ ଗଲା। ଆଜି କଣାସ ଥାନାରେ ରିପୋର୍ଟ ହେବାପରେ ପୋଲିସ ତତ୍ପରତା ସହିତ ତଦନ୍ତ ଆରମ୍ଭ କରିଥିଲା ଏବଂ ଏକ ପୁଲିସ ଟିମ୍ ପ୍ରୟାସରେ ମାତ୍ର 6 ଘଣ୍ଟା ମଧ୍ୟରେ ଅଭିଯୁକ୍ତ କୁ ଗିରଫକରି କୋର୍ଟ ଚାଲାଣ କରାଯାଇଛି।

SPREAD YOUR LOVE WITH YOUR FRIENDS AND FAMILY

Leave a Reply