କାକଟପୁର 27/10 ମୂଳାଷ୍ଟମୀ ଠାରୁ ମହାଷ୍ଟମୀ ପର୍ଯ୍ୟନ୍ତ ମା ମଙ୍ଗଳା ମନ୍ଦିରରେ ଶାରଦୀୟ ଦୁର୍ଗା ଉତ୍ସବ ଶାନ୍ତି ଶୃଙ୍ଖଳା ସହ ସମାପନ ହେବା ପରେ ସମସ୍ତ ପୂଜାପଣ୍ଡା ସେବକ ଓ ସେବାୟତ ନିଯୋଗ ର ସଭାପତି ସମ୍ପାଦକ ଙ୍କୁ କୃତଜ୍ଞତା ଜ୍ଞ୍ୟାମ୍ପନ କରିଛନ୍ତି ମଙ୍ଗଳା ମନ୍ଦିର ଟ୍ରଷ୍ଟ ବୋର୍ଡ଼, ମଙ୍ଗଳା ମନ୍ଦିର ବେଢା ମଧ୍ୟରେ ସମସ୍ତ ପୂଜାପଣ୍ଡା ସେବକ ଓ ଷୋଡଶ ଉପଚାର ପୂଜାପଣ୍ଡା, ସେବକ ସମିତି ନିଯୋଗ ର ସଭାପତି ମନୋରଞ୍ଜନ ପଣ୍ଡା ଓ ସମ୍ପାଦକ ପବିତ୍ର କୁମାର ଦୀକ୍ଷିତ ଙ୍କୁ ମନ୍ଦିର ଟ୍ରଷ୍ଟି ତଥା ତହସିଲଦାର ଅଙ୍କିତା ଅନିନ୍ଦିତା ଓ କାକଟପୁର ବିଡ଼ିଓ ତୁଷାର ଜ୍ୟୋତିରଞ୍ଜନ ମନ୍ଦିର କାର୍ଯ୍ୟ ନିର୍ବାହୀ କୈଳାଶ ଚନ୍ଦ୍ର ଦାସ ଉତ୍ତୋରୀୟ ପୁଷ୍ପଗୁଛ ଦେଇ ସମ୍ବର୍ଦ୍ଧିତ କରିଥିଲେ ଷୋଡଶ ଉପଚାର ପୂଜାଜୁ ଭକ୍ତି ଓ ନିଷ୍ଠା ର ସହିତ ସମାପନ କରିବା ଯୋଗୁଁ ପୂଜା ପଣ୍ଡା ସେବାକ ଓ ସେବାୟର ନିଯୋଗ କୁ ସମ୍ବର୍ଦ୍ଧିତ କରି ସେମାଙ୍କର ଦୀର୍ଘ ନିରାମୟ ଜୀବନ କାମନା କରିଛନ୍ତି, ଦୀର୍ଘ ଦିନର ସେବାୟତ ମାନଙ୍କ କାର୍ଯ୍ୟ ପାଇଁ ସମ୍ବର୍ଦ୍ଧିତ ପରମ୍ପରା ଆରମ୍ଭ କରାଯାଇଥୁବା ଯୋଗୁଁ ସେବାୟତ ନିଯୋଗ ପକ୍ଷରୁ କାର୍ଯ୍ୟ କର୍ତ୍ତାଙ୍କୁ ମଧ୍ୟ ସେବକ ମାନେ ଭୂୟାସୀ ପ୍ରଶଂସା କରିଥିଲେ, ପରେ ମନ୍ଦିର ବିଦ୍ୟୁତ କର୍ମଚାରୀ ବାପୁଜୀ ଦାସ ଙ୍କୁ ନିରବଚିର୍ଣ୍ଣ ସେବା ପାଇଁ ସମ୍ବର୍ଦ୍ଧିତ କରାଯାଇଥିଲା
ଷୋଡଶ ଉପଚାର ପୁକା ସମପନା ପରେ ସମ୍ବର୍ଦ୍ଧିତ ହେଲେ ପୂଜା ପଣ୍ଡା ସେବକ ଓ ସେବାୟତ ନିଯୋଗ











