Home / ମୁଖ୍ୟ ଖବର / ପ୍ରାଚୀ ଗୁରୁ ଧର୍ମ ପୀଠ ର କ୍ଷେତ୍ର ପରିକ୍ରମା

ପ୍ରାଚୀ ଗୁରୁ ଧର୍ମ ପୀଠ ର କ୍ଷେତ୍ର ପରିକ୍ରମା

whatsapp image 2025 11 10 at 20.16.22 f0904d31

ପୁରୀ : ୧୦/୧୧, ପୁରୀ ଜିଲ୍ଲା ଗୋପ ବ୍ଲକ ଅନ୍ତର୍ଗତ ନୟାହାଟ ସ୍ଥିତ ପ୍ରାଚୀ ଗୁରୁ ଧର୍ମ କ୍ଷେତ୍ର ର ବେଢ଼ା ପରିକ୍ରମା ଆଶ୍ରମ ର ମୁଖ୍ୟ ବାବାଜୀ ଦାମୋଦର ଦାସ ଙ୍କ ତତ୍ବାବଧାନରେ ଆଜି ପାଳିତ ହୋଇଯାଇଛି। ଏହି ଉପଲକ୍ଷେ ସମସ୍ତ ଭାଇ, ମାଆ ମାନେ ଓ ଶ୍ରଦ୍ଧାଳୁ ଏକତ୍ରିତ ହୋଇ ଶ୍ରୀ ଗୁରୁଦେବ ଙ୍କ ଆସନ୍ନ ମନ୍ଦିରରେ, ଗୁରୁଦେବ ଙ୍କୁ ପୂଜାର୍ଚ୍ଚନା କରିବା ପରେ, ଜଗନ୍ନାଥ ସଂସ୍କୃତି ରୀତିନୀତି ଅନୁସାରେ ଆରମ୍ଭ ହୋଇଥିଲା ବେଢ଼ା ପରିକ୍ରମା ଉତ୍ସବ। ଦିନ ୧୨ଟା ରେ ଆଶ୍ରମ ରୁ ଏହି ପରିକ୍ରମା ଦଳ ବାହାରି ହୁଳହୁଳି , ହରିବୋଲ, ଶଙ୍ଖ ଧ୍ଵନି, ମହାମନ୍ତ୍ର ଓଁ କୃଷ୍ଣ ମଧୁସୁଦନ ବାସୁଦେବ ଜନାର୍ଦ୍ଦନ

whatsapp image 2025 11 10 at 20.16.44 c6cfee82
whatsapp image 2025 11 10 at 20.16.44 c6cfee82

ନାମରେ,ନୟାହାଟ, ବାସୁଦେବ ମନ୍ଦିର, ମା’ଚର୍ଚ୍ଚିକା, ନରସିଂହ ପୁର, ଗୋପୀ ଦାସ ମଠ, ନରସିଂହପୁର ଗଡ ପ୍ରଭୁତି ପରିକ୍ରମା କରିଥିଲେ। ଏହି ପରିକ୍ରମା ଦଳରେ ବାବାଜୀ ଅକ୍ଷୟ କୁମାର ଦାସ, ବାବାଜୀ ପୂର୍ନା ନନ୍ଦ ଦାସ, ବାବାଜୀ ଆତ୍ମା ନନ୍ଦ ଦାସ, ଓ ସର୍ବଶ୍ରୀ ଡାକ୍ତର ରତ୍ନାକର ମହାନ୍ତି, ନୀଳମଣି ସାହୁ, ରମେଶ ବିଟି, ମହେଶ ସାହୁ, ବ୍ରଜଭାଇ, ଚରଣ ଭାଇ,ଧୋଵେଇ ଭାଇ, ସୁକାନ୍ତ ଭାଇ, ବ୍ରହ୍ମା ଭାଇ, ରାଜୁ ଭାଇ, ନଛିଭାଇ,ହା ପି ଭାଇ, ବାଳ କୃଷ୍ଣ ଭାଇ, କାଳିଆ ଭାଇ, ଲିଙ୍ଗା ଭାଇ, ଯୋଗେନ୍ଦ୍ର ଭାଇ,ସେବୀ କା ସବିତା ଦାସ, ଅନୁ ମା, ବାସନ୍ତୀ ମା , ଶାନ୍ତି ମା, ଉର୍ମିଳା ମା, ବୀଣା ମା, ଲବଙ୍ଗ ମା, ଚୁମିକି ମା, ଡ ଲି ମା, ଶୁକ ମା, ପ୍ରମୁଖ ଙ୍କ ସହ ବହୁ ସଂଖ୍ୟା ରେ ଭକ୍ତ ସାମିଲ ହୋଇ ଥିଲେ। ନାମ ସଂକୀର୍ତ୍ତନ ରେ ଅଞ୍ଚଳ ରେ ଆଧ୍ୟାତ୍ତିମିକ ଜାଗରଣ ସୃଷ୍ଟି ହୋଇଥିଲା ବୋଲି ସେବକ ପ୍ରୀତି ରଞ୍ଜନ ଦାସ ପ୍ରକାଶ କରିଛନ୍ତି। ଏହା ଆଶ୍ରମ ର ୩୦ ପର୍ବ ରୁ ଅନ୍ୟତମ ଅଟେ।

SPREAD YOUR LOVE WITH YOUR FRIENDS AND FAMILY

Leave a Reply